ଜମି ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ: ଧାରଣାରେ ବସିଲେ ଅଭିଯୋଗକାରୀ
ବୋଲଗଡ଼ : ବୋଲଗଡ଼ ତହସିଲ ଅନ୍ତର୍ଗତ କଳାଙ୍ଗ ଗ୍ରାମର ସ୍ବର୍ଗତ ଅନ୍ତର୍ଯାମୀ ସୁବୁଦ୍ଧିଙ୍କ ପତ୍ନୀ ବିଦ୍ୟୁତ୍ଲତା ସୁବୁଦ୍ଧିଙ୍କ ନାମରେ ଥିବା ଜମିକୁ ତାଙ୍କ ପରିବାରର ସମ୍ପର୍କୀୟ ଅଂଶୀଦାର ଲକ୍ଷ୍ମୀଧର ସୁବୁଦ୍ଧି ନିଜ ନାମରେ ପଞ୍ଜୀକରଣ କରାଇ ନେଇଥିବା ସମ୍ପର୍କରେ ବୋଲଗଡ଼ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ତାଙ୍କ ସ୍ବର୍ଗତ ସ୍ୱାମୀଙ୍କ ଅଂଶ ଜମିକେଉଁ ପରିସ୍ଥିତିରେ ପଞ୍ଜୀକରଣ ହେଲା, ତା’ର ତଦନ୍ତ କରିବା ସହ ଏହି ବେଆଇନ୍ କାର୍ଯ୍ୟକୁ ରଦ୍ଦ କରିବା ପାଇଁ ଏକ ଅଭିଯୋଗପତ୍ର ସବ୍ରେଜିଷ୍ଟ୍ରାରଙ୍କୁ ଦେଇଛନ୍ତି। […]