ଆସୁଛି ଅନୁପମ୍ଙ୍କ ନୂଆ ସିନେମା, ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର
ନୂଆଦିଲ୍ଲୀ ୧୭।୦୮: ଖୁବ୍ଶୀଘ୍ର ଆସିବାକୁ ଯାଉଛି ପ୍ରତିଭାବାନ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା । ଯାହାର ନାଁ ଏଯାଏଁ ଘୋଷଣା ହୋଇନି । କିନ୍ତୁ ଏତିକି ଜଣାପଡ଼ିଛି ଯେ, ସିନେମାଟିର କାହାଣୀ ବିଶିଷ୍ଟ କଥାକାର ଡ. ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପରୁ ଉଦ୍ଧାର କରାଯାଇଛି । ଏହାର ରଚନା ରୋଶନ ବିଶୋଇ କରିଛନ୍ତି। ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ଅନୁପମ ସମ୍ଭାଳିଛନ୍ତି। ଏଥିରେ ସଙ୍ଗୀତ ଦେଇଛନ୍ତି ଆଶିଷ ଓ ଅଙ୍କେଶ। […]