ଲାଇଫଲାଇନ୍ ପାଲଟିଲା ଡେଥ୍ଲାଇନ୍, ଟ୍ରକ ତଳେ ଚାପି ହୋଇ ଚାଲିଗଲା ଜୀବନ
କେନ୍ଦୁଝର ୦୬।୦୯: କେନ୍ଦୁଝରର ଲାଇଫ ଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଡେଥ ଲାଇନ୍। ଜାତୀୟ ରାଜପଥର ଜଡିଚାତର ଗାଁ ନିକଟରେ ବାଇଟ୍ ଆରୋହୀ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଉଭୟ ଯୁବକ କେନ୍ଦୁଝର ସହରର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ […]