ବୌଦ୍ଧ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ବିଚାରାଧୀନ ଭାବରେ ଥିବା କଣ୍ଟାମାଳ ବ୍ଲକ କଲରାକୋଠା ଗ୍ରାମର ଅରକ୍ଷିତ ସାହୁ(୩୨)ଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବକୁ ଶବ ସଂରକ୍ଷଣାଗାରରେ ରଖାଯାଇଛି। ପରିବାର ଲୋକ ଆସିବା ପରେ ବ୍ୟବଚ୍ଛେଦ କରାଯିବ। ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ଫୁଲବାଣୀ ଜେଲ୍ରେ ଦୁଇଜଣ ବିଚାରାଧୀନ କଏଦୀର […]