ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ମୃତଦେହ ଉଦ୍ଧାର, ପୋଲିସ୍ର ତଦନ୍ତ ଆରମ୍ଭ
ଭଦ୍ରକ, ୨୮/୦୯: ଭଦ୍ରକ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ବାସିନ୍ଦା । ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ଏହି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ମୃତକ ସରସଦା ପଞ୍ଚାୟତ ପିରିପୁର ଗ୍ରାମର କୈଳାସ ମହାନ୍ତି ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ରାଜପଥ କଡ଼ରେ ମୃତଦେହ ପଡ଼ିଥିବା ଦେଖି ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । […]