ପୋଲିସ ଘରୁ ଚୋରି, ଚାବି ଭାଙ୍ଗି ନେଇଗଲେ ନଗଦ ଟଙ୍କା ଏବଂ ଦାମୀ ସାମଗ୍ରୀ
ଭୁବନେଶ୍ୱର ୦୬।୧୦ : ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି ହୋଇଛି। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ହାବିଲଦାର ବାସୁଦେବ ପଣ୍ଡାଙ୍କ ସରକାରୀ କ୍ବାର୍ଟରରୁ ଚୋରି ହୋଇଛି । ଖବର ଅନୁଯାୟୀ, ପୋଲିସ କର୍ମଚାରିଙ୍କ ପାଇଁ ଥିବା ବରମୁଣ୍ଡା ଟେଲକୋ ପୋଲିସ କଲୋନୀର ୮୨ ନମ୍ଵର୍ କ୍ବାର୍ଟରରୁରେ ହାବିଲଦାର ବସୁଦେବଙ୍କ ମାଉସୀ ପୁଅ ଭାଇଙ୍କ ପରିବାର ରହୁଥିଲେ । ବୁଧବାର ସନ୍ଧ୍ୟା ୭ଟାରେ ଘର ଚାବି ପକାଇ ଦୂର୍ଗା ପୂଜା ଦେଖିବାକୁ ବାହାରିଥିଲେ । […]