କୋଭିଡ ଜଟିଳତା ଅନୁଧ୍ୟାନ ନେଇ କମିଟି ଗଠନ କଲେ ସରକାର
ଭୁବନେଶ୍ବର: ଗତବର୍ଷ ମେ’ ୧୫ତାରିଖରେ ଓଡ଼ିଶା ସରକାର କୋଭିଡ ପରିଚାଳନା ନେଇ ଏକ ଉଚ୍ଚସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ଗଠନ କରିଥିଲେ। ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ ବା ପିଏଚ୍ଏଫ୍ଆଇର ସଭାପତି କେ.ଶ୍ରୀନାଥ ରେଡ୍ଡୀଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଦେଶର ପ୍ରମୁଖ ଡାକ୍ତରଙ୍କୁ ନିଆଯାଇଥିଲା। ରାଜ୍ୟରେ କୋଭିଡର ସମ୍ଭାବ୍ୟ ପରବର୍ତୀ ଲହର, ଭିତ୍ତିଭୂମି ବିକାଶ ଓ ଟିକାକରଣ ଉପରେ ରଣନୀତି କମିଟି ପ୍ରସ୍ତୁତ କରିବ ବୋଲି କୁହାଯାଇଥିଲା। ଏହାଭିତରେ ରାଜ୍ୟରେ କୋଭିଡର ତୃତୀୟ ଲହର ଶେଷ ହେବା ସହିତ […]



