ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏଲ୍‌ଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ, ସେନା ଗୁଳିରେ ଜଣେ ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀର: ଜାମ୍ମୁକାଶ୍ମୀରରେ ବିଏସଏଫ-ଆତଙ୍କବାଦୀ ମୁହାମୁହିଁ ହୋଇଛନ୍ତି । ଭାରତୀୟ ସେନାର ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଅନ୍ୟଜଣକୁ ଗିରଫ କରିଛି ସୁରକ୍ଷାକର୍ମୀ । ଜାମ୍ମୁକାଶ୍ମୀର ଆରନିୟା ଓ ସାମ୍ବା ଜିଲ୍ଲାର ରାମଗଡ଼ ସେକ୍ଟରେ ଆତଙ୍କବାଦୀ ଅନୁପ୍ରବେଶ ସମୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମଙ୍ଗଳବାର ଏଲଓସିର ପୃଥକ ପୃଥକ ସ୍ଥାନରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଆତଙ୍କୀଙ୍କ ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାୟକ ନୃସିଂହ ସାହୁ ହଟହଟା

ପର୍ଜଙ୍ଗ : ଭୂମିହୀନମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ସ୍ଥାନୀୟ ବିଧାୟକ ଡା. ନୃସିଂହ ସାହୁଙ୍କୁ ସୋମବାର ଦିନ ହଟହଟା ହେବାକୁ ପଡ଼ିଛି। ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ କରି ଲୋକମାନେ ଘେରିଯିବାରୁ ‌ତାଙ୍କୁ କିଛିସମୟ ଅଟକିବାକୁ ପଡ଼ିଥିଲା। ପରେ, ପୁଲିସ ସହଯୋଗରେ କାର୍ଯ୍ୟକ୍ରମରେ ଯୋଗଦେଇ ଭତ୍ତା ବଣ୍ଟନ କରିଥିବା ଜଣାପଡ଼ିଛି। ବ୍ଲକ୍‌ କାର୍ଯ୍ୟାଳୟଠାରେ ସୋମବାର ଦିନ ବିଡିଓ ସଂଗ୍ରାମ କେଶରୀ ଭଳଙ୍କ ଅଧ୍ୟକ୍ଷତାରେ ବସୋଇ ଓ ଜୟପୁରାକାଟେଣୀ ପଞ୍ଚାୟତର […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଧୋନିଙ୍କ ପାଇଁ ବିରାଟଙ୍କ ଇମୋସନାଲ୍‌ ପୋଷ୍ଟ, ଲେଖିଲେ-ସେ ସବୁବେଳେ ମୋ ସହିତ ଅଛନ୍ତି…

ମୁମ୍ବାଇ ୨୨।୧୧ : ଧୋନି-ବିରାଟଙ୍କ ଯୋଡିକୁ କିଏ ବା ନଜାଣେ । ଧୋନି ଅଧିନାୟକ ସମୟରେ ଡେବ୍ୟୁ କରିଥିବା ବିରାଟ ଏବେ ବିଶ୍ୱର କ୍ରିକେଟ୍‌ର ଜଣେ ଶ୍ରେଷ୍ଠ ଖେଳାଳି । ସବୁବେଳେ ନିଜକୁ ଶ୍ରେଷ୍ଟ ଭାବେ ପ୍ରତିପାଦିତ କରିଛନ୍ତି ବିରାଟ । କିନ୍ତୁ ସମୟ ସମୟରେ ଧୋନିଙ୍କ ପାଇଁ ଇମୋସନାଲ ପୋଷ୍ଟ ଲେଖିଥାନ୍ତି । ଏପିରିକି ସର୍ବସମ୍ମୁଖରେ ଧୋନିଙ୍କୁ ପ୍ରଶଂସା କରିବାକୁ ମଧ୍ୟ ପଛାନ୍ତିନାହିଁ । କିଛି ଦିନ ତଳେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି […]

ଖେଳ ଦେଶ ବିଦେଶ

IND vs NZ : ଶେଷ ଟି-୨୦ ଜିତି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ବାଧକ ସାଜିପାରେ ବର୍ଷା

ନାପିୟର ୨୨।୧୧ : ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି । ଦ୍ୱିତୀୟ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍‌ରେ ବିଜୟ ସହ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ଅନ୍ୟପଟେ ଘରୋଇ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ନାପିୟରରେ ଜିତି ସିରିଜ ବରାବର କରିବାକୁ ନ୍ୟୁଜିଲାଣ୍ଡ ପ୍ରୟାସ କରିବ । […]

ଖେଳ ଦେଶ ବିଦେଶ

IND vs NZ : ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

ନାପିୟର ୨୨।୧୧ : ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ରେ ଅନ୍ତିମ ମ୍ୟାଚ୍‌ । ସିରିଜ୍‌ରେ ଏହି ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଯାହାଫଳରେ ଭାରତୀୟ ଟିମ୍‌ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ । ସିରିଜ୍‌ରେ ଭାରତ ଏବେ ୧-୦ରେ ଆଗୁଆ ରହିଛି । ଅନ୍ତିମ ମ୍ୟାଚ୍‌ ସାଜିବ ଡିସାଇଡର । ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଲାଗି ବାତିଲା ହେବା ପରେ ୨ୟ ମ୍ୟାଚ୍‌ରେ ଭାରତୀୟ ଟିମ୍ ଦମ୍‌ଦାର ବିଜୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିଲେ ଗଜପତି ମହାରାଜା, ନାଟ ମଣ୍ଡପରେ ହୋଇଥିଲା ଫାଟ

ପୁରୀ ୨୨।୧୧ : ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା । ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍‌ରୁ ଗୋଟିଏ ବିମ୍ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ସାରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯିବ ତାହାର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଗଜପତି ମହାରାଜା । ଏହି ଅବସରରେ ଗଜପତିଙ୍କ ସହ ଶ୍ରୀମନ୍ଦିର ବୈଷୟିକ […]

ଅପରାଧ ରାଜ୍ୟ

ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ..

ଭୁବନେଶ୍ୱର ୨୨।୧୧ : ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ । ଚନ୍ଦକା ଥାନା ପାଇକପୁର ପାହାଡ଼ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ହେଲେ ବଂଶୀଧର , ସେ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟ କରନ୍ତ ବୋଲି ସୂଚନା ରହିଛି । ଖବର ଅନୁଯାୟୀ, ପାଇକପୁର ପାହାଡ଼ ତଳେ ବଂଶୀଧରଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ଚନ୍ଦକା ଥାନାକୁ ଖବର ଦେଇଥିଲେ । ଚନ୍ଦକା ଥାନା ପୋଲିସ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏଲନ୍ ମସ୍କଙ୍କ ୟୁଟର୍ଣ୍ଣ ; ଅସ୍ଥାୟୀ ଭାବେ ଟ୍ବିଟର ବ୍ଲୁ ଟିକ୍ ସ୍କିମ୍ ବନ୍ଦ

ନୂଆଦିଲ୍ଲୀ: ଟ୍ବିଟର ବ୍ଲୁ ଟିକ୍‌କୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଏଲନ୍ ମସ୍କ । ଟ୍ବିଟର ବ୍ଲୁ ଟିକ୍ ସ୍କିମ୍ ଉପରେ ଲାଗିଛି ରୋକ୍ । ଏନେଇ ଘୋଷଣା କରିଛନ୍ତି ଟ୍ବିଟରର ନୂଆ ମାଲିକ ଏଲନ ମସ୍କ । ବର୍ତ୍ତମାନ ଏହି ବ୍ଲୁ ଟିକ୍ ସ୍କିମ୍‌ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଟ୍ବିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ ନହେବା ଯାଏଁ ବ୍ଲୁ ଟିକ୍ ସ୍କିମ୍ ବିକ୍ରି ହେବା ବନ୍ଦ ରହିବ । ଟ୍ବିଟରକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଣ୍ଡୋନେସିଆ ପରେ ସୋଲୋମନରେ ଭୂକମ୍ପ, ଥରିଉଠିଲା ପୂରା ଦ୍ବୀପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦

ନୂଆଦିଲ୍ଲୀ: ଇଣ୍ଡୋନେସିଆ ପରେ ସୋଲୋମନ ଦ୍ବୀପରେ ଭୟଙ୍କର ଭୂମିକମ୍ପ । ମଙ୍ଗଳବାର ସକାଳୁ ଥରି ଉଠିଲା ସୋଲୋମନର ଭୃପୃଷ୍ଠ । ରିକ୍ଟର ସ୍ଲେଲରେ ତୀବ୍ରତା ରହିଛି ୭.୦ ରହିଛି । ଏହାକୁ ସୋଲୋମନ ଦ୍ବୀପରେ ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଇଛି । ଭୂକମ୍ପ ପରେ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ତେବେ ଭୂମିକମ୍ପ ପରେ ସୁନାମୀ ସତର୍କତା ଦିଆଯାଇଛି । ଆମେରିକାର ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ୭ଟା ୩୩ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୂରଣ ହେଲା ୩୦ ବର୍ଷର ଦାବି: ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧୀନକୁ ଆସିଲା ବୌଦ୍ଧ, ନୂଆପଡ଼ା

ସମ୍ବଲପୁର/ବୌଦ୍ଧ : ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ଅନେକବର୍ଷର ଲମ୍ବା ଦାବିପରେ ଶେଷରେ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍‌ର ପୁନର୍ଗଠନ ହୋଇ ଏଥିରେ ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାକୁ ସାମିଲ୍‌ କରାଯାଇଛି। ଏ‌ ନେଇ ‘ସମ୍ବାଦ’ରେ ମଧ୍ୟ ବାରମ୍ବାର ଖବର ପ୍ରକାଶ ପାଇଥିଲା। ବୌଦ୍ଧ ଓ ନୂଆପଡ଼ାର ଉତ୍ତରାଞ୍ଚଳ ଡିଭିଜନ୍‌ରେ ମିଶିବାର ଆବଶ୍ୟକତା ନେଇ ଖବରରେ ଦର୍ଶାଯାଇଥିଲା। ଶେଷରେ ସରକାର ଏହି ଦାବି ରକ୍ଷାକରି ଐତିହାସିକ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଉତ୍ତରାଞ୍ଚଳ ରାଜସ୍ବ […]