ବାଲେଶ୍ବର ଉପକୂଳରୁ ହଜିଗଲେଣି ନାଲି କଙ୍କଡ଼ା
ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସାମୁଦ୍ରିକ ବେଳାଭୂମିରେ ଅନନ୍ୟ ସୌନ୍ଦର୍ଯ୍ୟ ହେଉଛି ନାଲି କଙ୍କଡ଼ା। ବିଶେଷ କରି ଚାନ୍ଦିପୁର, ପରିଖି, ଡଗରା, ତାଳସାରୀ ଓ ଉଦୟପୁର ବେଳାଭୂମିରେ ଏହି ନାଲିକଙ୍କଡ଼ାଙ୍କୁ ଦେଖିବାକୁ ମିଳିଥାଏ। ଯାହା ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିବା ସହ ଏଠାକାର ପରିବେଶକୁ ମଧ୍ୟ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। ତେବେ ପ୍ରତିକୂଳ ପରିବେଶ ଯୋଗୁ ଏମାନଙ୍କ ସଂଖ୍ୟା ଏବେ ବହୁଳ ଭାବେ ହ୍ରାସ ପାଇବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍ ଉଦ୍ବେଗ […]









