ଆମ୍ବତୋଟା ଭାଗ ମାଗିବାରୁ ୨ ବର୍ଷ ହେଲା ସାମାଜିକ ବାସନ୍ଦ
ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାରେ ବାସନ୍ଦ ଏକ ସାମାଜିକ ବ୍ୟାଧିର ରୂପ ନେଇଛି। ପ୍ରଶାସନ ଏବଂ ପୁଲିସର ଶତଚେଷ୍ଟା ସତ୍ତ୍ବେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଜନସାଧାରଣ ଆଜି ବି ଏହି କୁତ୍ସିତ ପ୍ରଥାକୁ ଜାବୁଡ଼ି ଧରିଛନ୍ତି। ଫଳରେ ବାସନ୍ଦ ହେଉଥିବା ନିର୍ଦ୍ଦିଷ୍ଟ ପରିବାର କିମ୍ବା ଗୋଷ୍ଠୀଙ୍କ ଜୀବନ ଦୁର୍ବିସହ ପାଲଟିଯାଉଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଅଧୀନ ମଥୁରା ପଞ୍ଚାୟତ ସିଧାପଲ୍ଲୀ ଗ୍ରାମରେ। ଦୁଇବର୍ଷ ଧରି ଲୋକନାଥ ବେହେରାଙ୍କୁ ସାମାଜିକ ବାସନ୍ଦ କରାଯିବା […]









