ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଖୋଜର ପାଞ୍ଚ ଦିନ ପରେ ଅମ୍ରିତ ଉଦ୍ଧାର

ଓଡ଼ଗାଁ : କୁରାଳ ଗ୍ରାମରୁ ଅପହୃତ ହୋଇଥିବା ନାବାଳକ ଅମ୍ରିତକୁ ସୋମବାର ଭୋର୍‌ରୁ ଗ୍ରାମର ଏକ ଘର ଭିତରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଗତ ଗୁରୁବାର ଓଡ଼ଗାଁ ଥାନା କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ଟ୍ୟୁସନ୍ ଯାଇ ନିଖୋଜ ହେବା ଘଟଣା ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ୫ ଦିନ ଧରି ଜିଲ୍ଲା ପୁଲିସ, ସାଇଣ୍ଟଫିକ୍ ଟିମ୍ ତନାଘନା କରିଥିଲେ ମଧ୍ୟ ଅମ୍ରିତର ସନ୍ଧାନ ମିଳିନଥିଲା। ଘଟଣା ଉପରୁ ପରଦା ହଟାଇବାକୁ […]

ଅପରାଧ ରାଜ୍ୟ

ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ସେ ଜେଲରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ଆଜି ଗୋବିନ୍ଦ କୋର୍ଟରେ ହାଜର ହୋଇଥାନ୍ତେ। ଏଣେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ: ଖୋଲିନି ଦୋକାନ ବଜାର, ଗାଡ଼ି ଚଳାଚଳ ଠପ୍

ବିଶୋଇ/ବାରିପଦା: ମୟୂରଭଞ୍ଜ ବନ୍ଦ ଡାକରାର ପ୍ରଭାବ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଜିଲ୍ଲାର ଅଧିକାଂଶ ସ୍ଥାନରେ ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି। ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଉପଖଣ୍ଡର ବିଶୋଇ, ଜଶିପୁର,ବହଳଦା ସମେତ ଅନେକ ଅଞ୍ଚଳରେ ଆଜି ଏଭଳି ଦୃଶ୍ୟ ପରିଲକ୍ଷିତ ହୋଇଛି। ମୋଟାମୋଟି ଭାବେ ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି। ଉଲ୍ଲେଖଯୋଗ୍ୟ, ଅଲ୍ଚିକି, ହୋ ଓ ମୁଣ୍ଡାରୀ ଭାଷା ଶିକ୍ଷକଙ୍କୁ ନ୍ୟାୟ ଦାବିରେ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଇଡକଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ପଶିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରୁଥିବାର ଖବର ମିଳିଛି। ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ, ରାଜଧାନୀର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ଜୋନ୍ ଡିସେକ୍ଟର-ଏରେ ଥିବା ତିନି ମହଲା କୋଠା, ଭୁବନେଶ୍ୱରର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ପର୍ଯ୍ୟାୟରେ ୧୨୩ ଫୁଟର ଧ୍ୟାନମଗ୍ନ ମହାଦେବଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ

ଯାଜପୁରସଦର : ସାରା ଓଡ଼ିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଯାଜପୁରରେ ଚାଲିଥିବା ୧୨୩ ଫୁଟ ଉଚ୍ଚର ମହାଦେବଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ଏହା ରାଜ୍ୟର ସବୁଠାରୁ ଉଚ୍ଚ ମୂର୍ତ୍ତି ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ରାଉରକେଲା ହନୁମାନ ବାଟିକାରେ ୭୫ ଫୁଟର ହନୁମାନ ମୂର୍ତ୍ତି ଓ କୋ‌ରାପୁଟର ଦାମନଯୋଡ଼ିରେ ୧୧୦ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି। ଯାଜପୁରରେ ମା ବିରଜାଙ୍କ ମନ୍ଦିର ରହିଥିବାବେଳେ ଦଶାଶ୍ବମେଧ ଘାଟ ରହିଛି। […]

ରାଜନୀତି ରାଜ୍ୟ

ଉତ୍ସର୍ଗୀକୃତ ସେବା ମାଧ୍ୟମରେ ଲୋକଙ୍କ ନିକଟତର ହୁଅ

ଭୁବନେଶ୍ବର : ଆସନ୍ତା ୨୬ ତାରିରେ ବିଜୁ ଜନତା ଦଳ ୨୫ ବର୍ଷ ପୂରଣ କରିବା ସହ ୨୬ ବର୍ଷରେ ପଦାର୍ପଣ କରିବ। ଡିସେମ୍ବର ୨୬ରୁ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଜି ଏ ନେଇ ଦଳର ସବୁ କାର୍ଯ୍ୟକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ବର୍ଷସାରା ବିଭିନ୍ନ ଉତ୍ସର୍ଗୀକୃତ ଲୋକସେବା ମାଧ୍ୟମରେ ସବୁ ବର୍ଗର ଜନଗଣଙ୍କ ଅଧିକ ନିକଟତର ହୋଇ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ସେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆର୍‌ ଆଣ୍ଡ୍‌ ବି- ସିଏମ୍‌ସି ସଲାସୁତରା! ସମାନ କାମ ପାଇଁ ଖର୍ଚ୍ଚ ୪ କୋଟି ୨୦ ଲକ୍ଷ

କଟକ : ବାଲିଯାତ୍ରା ପ୍ରସ୍ତୁତି ଆଳରେ ଅର୍ଥ ହରିଲୁଟ୍ କରିବା ପାଇଁ ଆର୍‌ ଆଣ୍ଡ୍‌ ବି ଓ କଟକ ପୌର ନିଗମ ମଧ୍ୟରେ ଅଲିଖିତ ବୁଝାମଣା ହେଇଥିଲା କି? ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ହୋଇଥିବା ଖର୍ଚ୍ଚ ସଂକ୍ରାନ୍ତରେ ଯେତିକି ଯେତିକି ନୂଆ ତଥ୍ୟ ସାମନାକୁ ଆସୁଛି, ସେତିକି ସେତିକି ଦୁର୍ନୀତିର ଫର୍ଦ୍ଦ ଲମ୍ବି ଚାଲିଛି। ଉଭୟ କଟକ ପୌର ନିଗମ ଏବଂ ଆର୍‌ ଆଣ୍ଡ୍‌ ବି ସମାନ କାମ ପାଇଁ ଅର୍ଥ ବ୍ୟୟ କରିଥିବା ଭଳି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆମ ଲୋକକଳା: ଗଞ୍ଜାମରେ ସର୍ବାଧିକ ୬୩ ପ୍ରକାରର ଲୋକନୃତ୍ୟ

ବ୍ରହ୍ମପୁର : ଏ ଗଞ୍ଜାମ ମହୀ ମଞ୍ଜୁ ଶତଦଳ, କଳା ଲୀଳା ନଟନଟୀ କୋଳାହଳ’। ଅର୍ଥାତ୍ ଗଂଜାମ ଜିଲ୍ଲା ହିଁ ଲୀଳାର ଜନ୍ମଭୂମି। ରାମ ଲୀଳା, କୃଷ୍ଣ ଲୀଳା, ଭାରତ ଲୀଳା, ରାଧାପ୍ରେମ ଲୀଳା ଆଦି ଏହି ଅଞ୍ଚଳରୁ ସୃଷ୍ଟି। ଲୋକଚରିତ୍ର, ଲୋକଧର୍ମ, ଲୋକଚଳଣି, ଲୋକବାଦ୍ୟ, ଲୋକକଥା ଆଦିର ବିଚିତ୍ର ସମନ୍ବୟରେ ଏହି ଲୀଳା ଗୁଡ଼ିକ ବେଶ୍ ସମୃଦ୍ଧ। ତେବେ ରାମ ଲୀଳା ହେଉଛି ସର୍ବପ୍ରାଚୀନ ଲୋକନୃତ୍ୟ, ଯାହାକି ଅଷ୍ଟାଦଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ଗବେଷକମାନେ ମତ […]

ଅପରାଧ ରାଜ୍ୟ

‘୧୧ ଜଣ ଓକିଲଙ୍କୁ ପୁଲିସ ନୃଶଂସ ଭାବେ ପିଟିଛି’

ସମ୍ବଲପୁର : ଗିରଫ ଓକିଲମାନଙ୍କ ସହିତ ପୁଲିସ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛି। ଗିରଫ ୧୧ ଓକିଲଙ୍କୁ ନୃଶଂସ ଭାବେ ବାଡ଼େଇଛି। କେତେକ ଓକିଲଙ୍କ ଶରୀରରୁ ଏପର୍ଯ୍ୟନ୍ତ ଫୁଲାଯାଇ ନାହିଁ। ପୁଲିସର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଭୁବନେଶ୍ବର ଓକିଲ ସଂଘର ପୂର୍ବତନ ସଭାପତି ନିର୍ମଳ କିଶୋର ରଥ ଆଜି ଏଠାରେ ଅଭିଯୋଗ କରିଛନ୍ତି। ଗତ ୧୨ ତାରିଖର ଆନ୍ଦୋଳନ ଓ କୋର୍ଟ ଭିତରେ ଭଙ୍ଗାରୁଜା ଘଟଣାରେ ଗିରଫ ସମ୍ବଲପୁର ଓକିଲ ସଂଘର ସଭାପତି […]

ଅପରାଧ ରାଜ୍ୟ

ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା ପରେ କନ୍ଧମାଳରେ କମ୍ବିଂ ଜୋର୍‌ଦାର

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମାଓଦମନ ଅଭିଯାନରେ ପୁଲିସ ଯେତେ କଠୋର ହେଉଛି, ରହି ରହି ମାଓବାଦୀ ତାର ଭୟଙ୍କର ଜବାବ ଦେଉଛି। ଗତକାଲି ସ୍ପଷ୍ଟ ଦିବାଲୋକରେ କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତର ବଣ୍ଡାପିପିଲି ଗ୍ରାମର ଠିକାଦାର ରମେଶ ନାୟକ(୪୨)ଙ୍କୁ ମାଓବାଦୀମାନେ ନିର୍ମମ ଭାବେ ଗୁଳିକରି ହତ୍ୟା କରିବା ପରେ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ମାଓପ୍ରବଣ ବିଭିନ୍ନ ଇଲାକାରେ ଆତଙ୍କ ଖେଳିଯାଇଛି। ଠିକାଦାର ରମେଶଙ୍କୁ ମାଓବାଦୀମାନେ ପୁଲିସ ଇନଫର୍ମର ଅଭିଯୋଗରେ ସର୍ବସମ୍ମୁଖରେ ଗୁଳି କରି […]