ରବିବାର ଦିନ କରନ୍ତୁ ସୂର୍ଯ୍ୟଦେବଙ୍କ ଆରାଧନା, ଜୀବନରେ ସଫଳତା ପ୍ରାପ୍ତି ସହ ମିଳିବ ଉର୍ଜା
ଭୁବନେଶ୍ୱର : ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ ହୋଇଥାଏ । ସେଥିପାଇଁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବାର ବିଧାନ ରହିଛି । ହିନ୍ଦୁ ଧର୍ମରେ ପୌରାଣିକ ବିଶ୍ୱାସ ରହିଛି ଯେ ସୂର୍ଯ୍ୟଦେବ ପ୍ରତ୍ୟକ୍ଷ ରୂପରେ ଦର୍ଶନ ଦେଇଥାନ୍ତି । ପୌରାଣିକ ବେଦରେ ସୂର୍ଯ୍ୟଙ୍କ ଉଲ୍ଲେଖ ବିଶ୍ୱ ଆତ୍ମା ଓ ଈଶ୍ୱରଙ୍କ ନେତ୍ର ଭାବେ କରାଯାଇଛି । ସୂର୍ଯ୍ୟଦେବଙ୍କ ଆରାଧନା କରିବା ଦ୍ୱାରା ଜୀବନଶକ୍ତି, ମାନସିକ ଶାନ୍ତି, ଉର୍ଜା ଓ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । […]
