ଅପରାଧ ଦେଶ ବିଦେଶ

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୧ ନବଜାତ ଶିଶୁ

ନୂଆଦିଲ୍ଲୀ ୨୬/୦୫: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ପଶ୍ଚିମ ଆଫ୍ରିକାର ସେନେଗେଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୧ ଜଣ ଜୀଅନ୍ତା ଦଗ୍ଧ ହୋଇଯାଇଛନ୍ତି । ତେବେ ସମସ୍ତ ମୃତକ ନବଜାତକ ଶିଶୁ ବୋଲି ଜଣାପଡିଛି । ଏନେଇ ସେନେଗେଲ ରାଷ୍ଟ୍ରପତି ମେକି ସେଲ୍ ସୂଚନା ଦେଇଛନ୍ତି । ସେନେଗେଲର ତିଓ୍ୱାଉନେରେ ମାମେ ଅବ୍ଦୋ ଅସିସ୍ ସି ଦବାଖ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୧ ଜଣ ନବ ଜାତକ ଶିଶୁ […]

ଖେଳ ଦେଶ ବିଦେଶ

ଆୟର୍ଲାଣ୍ଡ୍ ୫ ରାଷ୍ଟ୍ରୀୟ କନିଷ୍ଠ ହକି: ଭାରତୀୟ ଦଳରେ ମମିତା, ଜ୍ୟୋତି, ନିକିତା ଓ ‌ଦୀପି

ଭୁବନେଶ୍ବର: ଆୟର୍ଲାଣ୍ଡ୍‌ର ଡବ୍‌ଲିନଠାରେ ଜୁନ୍ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୟନିଫର ୫ ରାଷ୍ଟ୍ରୀୟ କନିଷ୍ଠ ମହିଳା (୨୩ ବର୍ଷରୁ କମ୍) ହକି ପ୍ରତିଯୋଗିତା ଲାଗି ହକି ଇଣ୍ଡିଆ ବୁଧବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା ଟପ୍ପୋ ଓ ଦୀପି ମୋନିକା ଟପ୍ପୋ ସ୍ଥାନ ପାଇଛନ୍ତି। ବୈଷ୍ଣବୀ ଫାଲକେ ଦଳର ଅଧିନାୟିକା ନିଯୁକ୍ତ ହୋଇଥିଲା ବେଳେ ମୁମତାଜ ଖାନ୍ ଉପଅଧିନାୟିକା […]

ଅପରାଧ ରାଜ୍ୟ

ଗିରିଙ୍ଗାପୁଟରେ ବାର୍‌ହା ଆତଙ୍କ, ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

ମେଣ୍ଢାଶାଳ : ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ସ୍ବାମୀ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। ମେଣ୍ଢାଶାଳ ପଞ୍ଚାୟତ ଗିରିଙ୍ଗାପୁଟ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଆକମ୍ରଣରେ ସ୍ବାମୀ ବିଜୟ କୁମାର ନାୟକ (୪୫) ଗୁରୁତର ଆହତ ହୋଇଥିବା ବେଳେ ସ୍ତ୍ରୀ ଟିକି ନାୟକ (୪୦) ତଳେ ପଡ଼ିଯାଇ ଆହତ ହୋଇଛନ୍ତି। ବିଜୟଙ୍କୁ ଉଦ୍ଧାର କରି ଗ୍ରାମବାସୀ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଘଟଣାରୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ଖାକିରେ ଦାଗ: ୪ବର୍ଷ ହେଲା ନାବାଳିକାକୁ ଶୋଷଣ, କନେଷ୍ଟବଲ୍‌ ଗିରଫ

ଭୁବନେଶ୍ବର : ପୁଣି ଖାକିରେ କଳାଦାଗ। ଜଣେ କନଷ୍ଟେବଲଙ୍କ କୁକର୍ମ ପୂରା କମିସନରେଟ୍‌ ପୁଲିସର ମୁଣ୍ଡ ତଳକୁ କରିଦେଇଛି। ମାସେ କି ବର୍ଷେ ନୁହେଁ, ଗତ ୪ ବର୍ଷ ହେଲା ଜଣେ ନାବାଳିକାକୁ ଯୌନ ଶୋଷଣ କରିଆସୁଥିବା କନେଷ୍ଟବଲ୍‌ଙ୍କୁ ବୁଧବାର ଦିନ ମହିଳା ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲେ, ଲିଙ୍ଗରାଜ ଥାନା‌ରେ କାର୍ଯ୍ୟରତ ରଜନୀକାନ୍ତ ଗମାଙ୍ଗୋ (୩୨)। ଘର ଗଜପତି ଜିଲ୍ଲାରେ। ସେ ବିବାହିତ ଓ ଗତ ୫ବର୍ଷ ହେଲା ସେ ଭୁବନେଶ୍ବରରେ ରହୁଛନ୍ତି। […]

ଅପରାଧ ରାଜ୍ୟ

ଜମିବାଡ଼ିକୁ କେନ୍ଦ୍ର କରି ସେବାୟତ ପରିବାରରେ ଗଣ୍ଡଗୋଳ, ପୁଲିସ ଉପସ୍ଥିତିରେ ଭାଇକୁ ହାଣିଲା

ଭୁବନେଶ୍ୱର : ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ବୁଧବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଏକ ସେବାୟତ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ପୁଲିସ୍‌ ଉପସ୍ଥିତିରେ ଜଣେ ଯୁବକ ଏକ କଟୁରିରେ ତାଙ୍କ ଭାଇମାନଙ୍କୁ ଆକ୍ରମଣ କରିଛି। ଏଥିରେ ଦୁଇ ଭାଇ କମଳାକାନ୍ତ ବଡ଼ୁ ଓ ଚନ୍ଦ୍ରକାନ୍ତ ବଡ଼ୁ ଆହତ ହୋଇଛନ୍ତି। ଦୁହିଁଙ୍କୁ ସ୍ଥାନୀୟ ଡାକ୍ତରଖାନା‌‌ରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଆକ୍ରମଣକାରୀ ଦୀପ୍ତିକାନ୍ତ ବଡ଼ୁ ଓରଫ୍‌ ଦୀପୁନାକୁ ପୁଲିସ୍‌ ଗିରଫ କରିଛି। ଗଣ୍ଡଗୋଳ‌ରେ ସେ ମଧ୍ୟ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନରେ ଅସୁସ୍ଥ ବନ୍ୟଜନ୍ତୁ, ବୁଡ଼ିବାକୁ ବସିଲାଣି ଓଟପକ୍ଷୀ ବଂଶ

ଭୁବନେଶ୍ବର/ବାରଙ୍ଗ: ନନ୍ଦନକାନନ ପିଛା ଛାଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ଘଟଣା ଦ୍ବାରା ବଦନାମ ମୁଣ୍ଡାଉଛି ରାଜ୍ୟର ଏହି ପ୍ରାଣୀ ଉଦ୍ୟାନ। ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବିବାଦ ଚାଲିଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାନୁଆରିରୁ ଏପର୍ଯ୍ୟନ୍ତ ୪୦ରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଗଲାଣି। ଏକାଧିକ ବନ୍ୟଜନ୍ତୁ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରତି ସପ୍ତାହରେ ଓୟୁଏଟିର ବି‌ଶେଷଜ୍ଞମାନେ ପ୍ରାଣୀଉଦ୍ୟାନରେ ବନ୍ୟଜନ୍ତୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତା’ପରେ ବି ବିପଦ ଟଳିନି। ଗତ ମାସରେ ବାଘ […]

ଅପରାଧ ରାଜ୍ୟ

ବିଶ୍ବେଶ୍ବର ବସ୍ତିରେ କୋଡ୍‌ ୱାର୍ଡ: ‘ପରୀ’ ଗଞ୍ଜେଇ, ‘ନିମ୍‌କି’ ବ୍ରାଉନ୍‌ସୁଗାର

ଚନ୍ଦ୍ରଶେଖରପୁର: ଅଟୋଚାଳକଟିଏ ଚା’ ଦୋକାନକୁ ଗଲା। ଦୋକାନରେ ବସିଥିଲେ ଜଣେ ମହିଳା। ଅଟୋଚାଳକ ମହିଳାଙ୍କୁ ୨୦ ଟଙ୍କିଆ ନୋଟ୍‌ଟିଏ ବଢ଼ାଇ ଦେଇ ମାଗିଲା- ପରୀ ଦିଅ। ମହିଳା ତା’ ହାତକୁ ବଢ଼ାଇଦେଲେ ଏକ ସିଗାରେଟ୍‌। ପରେ ପରେ ଜଣେ କଲେଜ ପଢ଼ୁଆ ଯୁବକ ସେହି ଦୋକାନରେ ପହଞ୍ଚିଲେ। ଶହେ ଟଙ୍କିଆ ନୋଟ୍‌ଟିଏ ବଢ଼ାଇ ଦେଇ କହିଲା- ଗୋଟେ ନିମ୍‌କି ଦିଅ। ମହିଳା ଗୋଟେ କାଗଜ ପୁଡ଼ିଆ ବଢ଼ାଇଦେଲେ। ବୁଝୁବୁଝୁ ଜଣାପଡ଼ିଲା ୨୦ ଟଙ୍କିଆ ସି‌ଗା‌ରେଟ୍‌ରେ ଭର୍ତ୍ତି ହୋଇଥିଲା […]

ଅପରାଧ

ପୁଲିସ ଉପରେ ବଢ଼ୁଛି ଆକ୍ରମଣ: ୩ ବର୍ଷରେ ୨୭ଥର

ଭୁବନେଶ୍ବର : ସ୍ମାର୍ଟସିଟିରୁ ଅପରାଧ କମାଇବା ପାଇଁ କମିସନରେଟ୍ ପୁଲିସ ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା କରୁଛି। ବସ୍ତିବାସିନ୍ଦାଙ୍କ ନିକଟତର ହେବା ପାଇଁ ‘ବସ୍ତିକୁ ଚାଲ ଯୋଜନା’ କରାଯାଇଛି। କିନ୍ତୁ ଲୋକଙ୍କ ସହ ଯୋଡ଼ି ହୋଇ ଅପରାଧ କମାଇବ କ’ଣ, ପୁଲିସ ନିଜେ ଆକ୍ରମଣର ଶିକାର ହେଉଛି। କେତେବେଳେ ଅପରାଧୀଙ୍କୁ ଧରିବାକୁ ଯାଇ ମାଡ଼ ଖାଉଛି ତ ଆଉ କେତେବେଳେ ନିଶା ଜବତ କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଉଛି। ନିକଟରେ ବାଲିପାଟଣା କୃଷ୍ଣପୁର […]

ଅପରାଧ ରାଜ୍ୟ

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ: ପ୍ରତିବାଦରେ ରାସ୍ତାରୋକ, ବସ୍ ଜାଳିଦେଲେ ସ୍ଥାନୀୟ ଲୋକେ

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ନିକଟରେ ଗତକାଲି ଏକ ଯାତ୍ରୀବାହୀ ବସ୍ ସହ ଏକ ବାଇକର ମୁହଁ।ମୁହିଁ ଧକ୍କା ହୋଇଥିଲା।ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଢେ଼ଙ୍କାନାଳ କାମାକ୍ଷାନଗର ରାସ୍ତାକୁ ଅବରୋଧ କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ସମ୍ପୂର୍ଣ୍ଣ ଭାବରେ ନିଆଁ ଲଗାଇ ଦେଇଥିଲେ। ପ୍ରକାଶ ଯେ ଓଆର କେ୦୬-୦୫୪୦ ନମ୍ବର ଥିବା ଏକ ଯାତ୍ରୀବାହୀ ବସ ଢେ଼ଙ୍କାନାଳରୁ କାମାକ୍ଷାନଗର ଅଭିମୁଖେ ଆସୁଥିବା […]

ଅପରାଧ ରାଜ୍ୟ

ପୁଣି ଜଣେ ସାଇବର୍‌ ଠକେଇର ଶିକାର; ଫେସ୍‌ବୁକ୍‌ ହ୍ୟାକ୍‌ ପରେ ଆକାଉଣ୍ଟରୁ କଟିଲା ୧୧ ହଜାର ଟଙ୍କା

ସମ୍ବଲପୁର: ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିର ଆଶିଷ ଓରାମ ନାମକ ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଗତ ଏପ୍ରିଲ୍‌ ୨୬ ତାରିଖ ଦିନ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ କେହି ଜଣେ ହ୍ୟାକ୍‌ କରି ଦେଇଥିଲା। କିନ୍ତୁ ସେ ତାଙ୍କ ଆକାଉଣ୍ଟ ରିକୋଭର କରି ଦେଇଥିଲେ ଏବଂ ତାଙ୍କ ମେଲ୍‌ ଆଇଡି ସହ ଯୋଡ଼ିଥିଲେ। ଗତ ମେ’ ୧୯ ତାରିଖ ଦିନ ଫୋନ୍‌ ପେ’ ମାଧ୍ୟମରେ ହଠାତ୍‌ ତାଙ୍କ ଆକାଉଣ୍ଟରୁ ୬ ହଜାର ଟଙ୍କା ଏବଂ […]