ଅପରାଧ ରାଜ୍ୟ

ସମ୍ପର୍କରେ ଲାଗିଲା ରକ୍ତ ଛିଟା, ମାଆକୁ କାଠ ଫାଳିଆରେ ପିଟି ପିଟି ମାରିଲା ପୁଅ

ଫୁଲବାଣୀ ୨୭/୦୫: ବିଧବା ମାଆକୁ ନିର୍ମମ ଭାବେ ହତ୍ୟା କଲା ପୁଅ । ଶୁକ୍ରବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣି ଟାଉନ ଥାନା ଅନ୍ତର୍ଗତ ବିଡ଼ଙ୍ଗୀ ସାହିରେ । ୬୦ ବର୍ଷର ବୃଦ୍ଧା ମା କସ୍ତୁରୀ କହଁରକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ ଜିତେନ୍ଦ୍ର କହଁର । କୌଣସି କାରଣକୁ ନେଇ ମା ସହ ପୁଅର ଯୁକ୍ତିତର୍କ ହୋଇଥିଲା । ଆଉ ପୁଅ ଜିତେନ୍ଦ୍ର ହଟାତ କ୍ରୋଧାନ୍ୱିତ […]

ମନୋରଞ୍ଜନ ରାଜ୍ୟ

ସକାଳୁ ସକାଳୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ: କହିଲେ ନିଜର ପିତାମାତାଙ୍କୁ ଭଲ ପାଇବାରେ ଊଣା କରନ୍ତୁନି

ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ସୋସିଆଲ୍ ମିଡିଆରେ ପୁଣି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜର ମନକଥା କହିଛନ୍ତି। ସେ ଏହି ଭିଡିଓଟି ଆଜି ସକାଳେ ପୋଷ୍ଟ କରିଛନ୍ତି। ଏଥିରେ ଅନୁଭବ କହିଛନ୍ତି, ହାଏ ହାଲୋ ଜୟ ଜଗନ୍ନାଥ। ମୁଁ ସକାଳୁ ଉଠିପାରେନି। ପିଲାବେଳୁ ମୁଁ ସକାଳୁ ଉଠିପାରେନି। ଏବେ ତ ରାତିରେ ନିଦ ହେବା ବି କଷ୍ଟକର ହୋଇଯାଇଛି। ଏବେ ଜୀବନ ବଦଳିଯାଇଛି। ଆଜି ମୁଁ ସକାଳୁ ଉଠିଛି। ମୁଁ […]

ଦେଶ ବିଦେଶ ମନୋରଞ୍ଜନ

ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ

ମୁମ୍ବାଇ୨୭।୦୫: ବଙ୍ଗୀୟ ସିନେ ଇଣ୍ଡଷ୍ଟ୍ରିରୁ ଲଗାତାର ଭାବରେ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଖବର ସାମ୍ନାକୁ ଆସୁଛି। ପୁଣି ଜଣେ ମଡେଲ ତଥା ଅଭିନେତ୍ରୀ ଆଜି ଆତ୍ମହତ୍ୟା କରିଛନ୍ତି। ମଞ୍ଜୁଷା ନିୟୋଗୀଙ୍କ ମୃତଦେହ ଆଜି ତାଙ୍କ ପାଟୁଲିଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ପୁଣି ଥରେ ସମସ୍ତଙ୍କୁ ଚକିତ କରିଛି। କାରଣ ଦୁଇ ଦିନ ପୂର୍ବରୁ ବିଦିଶାଙ୍କ ମୃତ୍ୟୁ ଏବେ ମଞ୍ଜୁଷା । ଏହି ଘଟଣାକୁ ନେଇ ପୋଲିସ୍‌ ସନ୍ଦେହ କରୁଛି […]

ଅପରାଧ ରାଜ୍ୟ

ବନ୍ଦ କାରଖାନା ଛାତରୁ ଖସି ଯୁଵକ ମୃତ: ଲୁହା ଚୋରି ପାଇଁ ଚଢ଼ିଥିବା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଜମପାଲିଠାରେ ବନ୍ଦ ପଡ଼ିଥିବା ଓସିଏଲ ଆଇରନ ଓ ଷ୍ଟିଲ କାରଖାନା ଛାତରୁ ଖସି ପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ରାଜଗାଙ୍ଗପୁର ଅଞ୍ଚଳର ପୋଡ଼ସିଙ୍ଗଗ୍ରାମର ଚାମୁ ଟପ୍ପୋ ବୋଲି ଜଣାଯାଇଛି। କାରଖାନାଟି ୨ ବର୍ଷ ହେଲା ବନ୍ଦ ପଡ଼ିଥିବାବେଳେ ଯୁବକ ଛାତର ଲୁହା ଆଙ୍ଗେଲ ଚୋରି କରିବାକୁ ରାତିରେ ଚଢିଥିବା ବେଳେ ସମ୍ଭବତଃ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ଏବେ ରାଜଗାଙ୍ଗପୁରରେ ଚର୍ଚ୍ଚାର ବିଷୟ ହୋଇଛି। […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଶିକ୍ଷୟିତ୍ରୀ ନକଲି!

ବଲାଙ୍ଗୀର: ସ୍କୁଲମାନଙ୍କୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଦଣ୍ଡମୁକ୍ତ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବାର ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ସହର ଇଛାପଡ଼ା ପ୍ରାଥମିକ ବିଦ୍ୟାଳୟରୁ। ଗତ ସୋମବାର ଦିନ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ସ୍କୁଲର ଶିକ୍ଷୟିତ୍ରୀ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଅଭିଭାବକମାନେ ସ୍କୁଲରେ ହଂଗାମା କରିଥିଲେ। ବର୍ତ୍ତମାନ ସ୍କୁଲକୁ ଶିକ୍ଷା ବିଭାଗର ଅଧିକାରୀ ତଥା ଡି.ସି.ପି.ୟୁ ଏବଂ ସି.ଡବ୍ଲୁ.ସି ଚେୟାରମ୍ୟାନ […]

ଅପରାଧ ରାଜ୍ୟ

ଚଳନ୍ତା କାରରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ତାରିଣୀ ମନ୍ଦିର ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗିଥିବାର ଖବର ମିଳିଛି। ତେବେ ଏଥିରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବାର ସୂଚନା ରହିଛି। ସୂଚନା ଅନୁସାରେ ପରଜଙ୍ଗ ପଟୁ କାମାକ୍ଷାନଗର ଆଡ଼କୁ ଆସୁଥିବା ଗୋଟିଏ କାରରେ କାମାକ୍ଷାନଗର ତାରିଣୀ ମନ୍ଦିର ନିକଟରେ କୌଣସି କାରଣରୁ ନିଆଁ ଲାଗିଥିଲା। ହଠାତ୍ ଇଞ୍ଜିନରୁ ଧୂଆଁ ବାହାରିଥିଲା। ଗାଡ଼ିରେ ଥିବା ଲୋକମାନେ ବାହାରକୁ ପଳାଇ ଆସିଥିଲେ। କାମାକ୍ଷାନଗର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୭୧୦ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୭/୦୫: ଉପର ତଳ କରୋନା ଗ୍ରାଫ୍। ଦେଶରେ କାୟା ମେଲାଇବା ପରେ ଖସିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି କମିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଅପରାଧ ଦେଶ ବିଦେଶ

କୃଷ୍ଣକାୟ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲା ବ୍ରାଜିଲ ପୋଲିସ : ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ ୨୭/୦୫: କୃଷ୍ଣକାୟଙ୍କୁ ପିଟିପିଟି ହତ୍ୟା । ହତ୍ୟାକାରୀ ଦୁଇ ପୋଲିସ କର୍ମୀ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବ୍ରାଜିଲରେ । ଏଠାରେ ଦୁଇଜଣ ପୋଲିସ କର୍ମୀ ଜଣେ କୃଷ୍ଣକାୟଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଯାହାର ଭିଡିଓ ଖୁବ୍ ଭାଇରାଲ ହେଉଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜେନିଭାଲଡୋ ଡି ଜେସସ୍ ସାଣ୍ଟୋସ ନାମକ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ଦୁଇ ପୋଲିସ କୌଣସି କାରଣରୁ ଅଟକ ରଖିଥିଲେ । ବ୍ୟକ୍ତିଜଣଙ୍କ କୃଷ୍ଣକାୟ […]

ଅପରାଧ ଦେଶ ବିଦେଶ

ଟିଭି ଅଭିନେତ୍ରୀଙ୍କ ହତ୍ୟାର ପ୍ରତିଶୋଧ, ୨୪ଘଣ୍ଟାରେ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲେ ସୁରକ୍ଷାକର୍ମୀ

ଶ୍ରୀନଗର ୨୭।୫: ଟିଭି ଅଭିନେତା ଅମରିନ୍ ଭଟ୍ଟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ସମେତ ୪ଜଣଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଛି । ଅବନ୍ତିପୋରା ଏବଂ ଶ୍ରୀନଗରରେ ଦୁଇ ଆତଙ୍କବାଦୀଙ୍କୁ ନିହତ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେହି ଆତଙ୍କବାଦୀମାନଙ୍କୁ ଲୁଚାଇ ରଖିଥିବା ବ୍ୟକ୍ତିଙ୍କୁ ଜାମ୍ମୁକାଶ୍ମୀର ପୋଲିସ ଏବେ ଖୋଜୁଛି । କାଶ୍ମୀର ଜୋନ୍ ଆଇଜି ବିଜୟ କୁମାର କହିଛନ୍ତି ଯେ, […]

ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

କେଦାରନାଥ ଧାମ ଯାତ୍ରା: ପୁଣି ୩ ତୀର୍ଥଯାତ୍ରୀ ମୃତ, ୫୭ ଯାତ୍ରୀଙ୍କ ମୃତ୍ୟୁ ହେଲାଣି

ଉତ୍ତରାଖଣ୍ଡ: କେଦାରନାଥ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଦେଇଥିବା ତଥା ଅନୁସାରେ ଗତକାଲି ହୃଦ୍‌ଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ମେ ୩ରୁ ଚାରିଧାମ ତୀର୍ଥଯାତ୍ରା ଆରମ୍ଭ ହେବା ପରଠାରୁ ୫୭ ଜଣ ଯାତ୍ରୀ ପ୍ରାଣ ହରାଇଲେଣି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଧିକାଂଶ ମୃତ୍ୟୁ ହୃଦ୍‌ଘାତ ଯୋଗୁଁ ହେଉଥିବା କୁହାଯାଇଛି। ଅନ୍ୟପକ୍ଷେ ପ୍ରତିଦିନ ସୀମିତ ସଂଖ୍ୟକ ଯାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ଉତ୍ତରାଖଣ୍ଡ ସରକାରଙ୍କ […]