ଖେଳ ଦେଶ ବିଦେଶ

ଏସିଆ କପ୍ ହକି: ସୁପର-୪ରେ ଭାରତ

ଜାକର୍ତ୍ତା (ଇଣ୍ଡୋନେସିଆ): ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାର ଗୁରୁବାର ତୃତୀୟ ତଥା ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଆୟୋଜକ ଇଣ୍ଡୋନେସିଆକୁ ୧୬-୦ ଗୋଲ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଅଲିମ୍ପିଆନ୍ ତଥା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ସୁପର-୪ରେ ପହଞ୍ଚିଯାଇଛି। ଏହି ମ୍ୟାଚ୍‌ ପୂର୍ବରୁ ଗୁରୁବାର ଜାପାନ ନିକଟରୁ ପାକିସ୍ତାନ ୨-୩ ଗୋଲ୍‌ରେ ହାରିଯିବା ପରେ ସୁପର-୪କୁ ଯିବା ପାଇଁ ଭାରତ ନିକଟରେ ଅତି କମ୍‌ରେ ୧୫ ଗୋଲ୍‌ ବ୍ୟବଧାନର ବିଜୟ ଲକ୍ଷ୍ୟ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନରେ ଯୋଜନା ବାଟବଣା: ଭଙ୍ଗାଗଢ଼ାରେ କୋଟି କୋଟି ଟଙ୍କା ବରବାଦ୍‌

ବାରଙ୍ଗ: ୧୯୬୦ରେ ପ୍ରାକୃତିକ ପରିବେଶକୁ ଅକ୍ଷୁଣ୍ଣ ରଖି ବନ୍ୟପ୍ରାଣୀଙ୍କ ଲାଗି ଅତି କମ୍ ସିମେଣ୍ଟ, କଂକ୍ରିଟ ଓ ଲୁହାର ବ୍ୟବହାର କରି ଅବାସସ୍ଥଳୀ ନିର୍ମାଣ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। ସେହି ମୁତାବକ ବହୁଳ ପରିମାଣରେ କାଠ ଓ ପଥର ବ୍ୟବହାର କରି ଜୀବଜନ୍ତୁଙ୍କ ଆବାସସ୍ଥଳୀ ନିର୍ମାଣ କରାଯାଇଥିଲା, ଯାହାକି ଏଠାକୁ ବୁଲି ଆସୁଥିବା ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରି ପାରିଥିଲା। ପର୍ଯ୍ୟଟକମାନେ ପ୍ରକୃତି ପରିବେଶ ଭରା ନନ୍ଦନକାନନର ବନ୍ୟଜନ୍ତୁମାନେ ମୁକ୍ତରେ ବିଚରଣ […]

ଅପରାଧ ରାଜ୍ୟ

ଜଗତପୁରରେ ଅପମିଶ୍ରିତ ଥଣ୍ଡା ପାନୀୟ କାରଖାନା ଠାବ, ସ୍ପ୍ରିଙ୍ଗ ଅପ୍ ବ୍ରାଣ୍ଡ ନାଁରେ ହେଉଥିଲା ପ୍ରସ୍ତୁତି

କଟକ ୨୭/୦୫: କଟକରେ ପୁଣି ଠାବ ହେଲା ନକଲି ଓ ଅପମିଶ୍ରିତ ଥଣ୍ଡା ପାନୀୟ କାରଖାନା । ଜଗତପୁର ଥାନା ନିକଟ ତରୋଳ ନିକଟରେ ଵିନୋରୀ ଇଣ୍ଡଷ୍ଟ୍ରିଜ୍ ନାଁରେ ଵିନା କୌଣସି ସରକାରୀ ଅନୁମତିରେ ଚାଲିଥିବା ଏକ ଥଣ୍ଡା ପାନୀୟ କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଥଣ୍ଡା ପାନୀୟ, ଖାଲି ଵୋତଲ, କାରଖାନା ଯନ୍ତ୍ରାଂଶ ଓ ପାନୀୟରେ ମିଶାଯାଉଥିଵା ରାସାୟନିକ ପଦାର୍ଥ ଆଦି ଜଵତ୍ କରିଛି ପୋଲିସ । କାରଖାନା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଏନକାଉଣ୍ଟର୍‌ ଭୟ: କୋର୍ଟରେ ଆତ୍ମସମର୍ପଣ କଲା ରାଜେଶ

ଭୁବନେଶ୍ବର: ଚକରା ଗ୍ୟାଙ୍ଗ୍‌ର ମୁଖିଆ ରାଜେଶ ମହାପାତ୍ର ଆଜି କୋର୍ଟରେ ଆତ୍ମସମର୍ପଣ କରିଛି। ଆଜି ଅପରାହ୍‌ଣରେ ସେ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲା। ପୁଲିସ ଏନକାଉଣ୍ଟର୍‌ ଭୟରେ ସେ ଏପରି ପ‌ଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ସେ ଏବେ ବିଚାରାଧୀନ କଏଦୀ ଭାବେ ରହିଛି। ଆସନ୍ତାକାଲି କୋର୍ଟରେ ହାଜର ହେବା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ରାଜେଶର ମା’ ତଥା ଗ୍ୟାଙ୍ଗକୁ ପରିଚାଳନା କରୁଥିବା ଜ୍ୟୋତ୍ସ୍ନାରାଣୀଙ୍କୁ ପୂର୍ବରୁ ପୁଲିସ୍‌ ଗିରଫ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୯ କରୋନା ପଜିଟିଭ୍

ଭୁବନେଶ୍ୱର ୨୭।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୧୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସୂଚନାଯୋଗ୍ୟ […]

ଅପରାଧ ରାଜ୍ୟ

ପୁଞ୍ଜି ନିବେଶ ନାଁରେ ଠକେଇ: ଅନୁଗୁଳରୁ ଧରାପଡ଼ିଲା ସାଇବର୍‌ ଠକ

ଭୁବନେଶ୍ବର : କମ୍‌ ସମୟରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା‌ ଜଣେ ସାଇବର୍‌ ଠକକୁ ଆଜି ଭୁବନେଶ୍ବର ସାଇବର୍‌ ଥାନା ଗିରଫ କରିଛି। ସେ ହେଲା, ଅନୁଗୁଳ କଣିହାଁ ଅଞ୍ଚଳର ଶ୍ରୀଧର କୁମାର ମହାପାତ୍ର (୪୯)। ଏଠାରେ ବଡ଼ଗଡ଼ ଥାନା ବ୍ରିଟ୍‌ କଲୋନି ଅଞ୍ଚଳରେ ରହୁଥିଲା। ପୁଲିସ୍ ତା’ଠାରୁ ୧୯ ହଜାର ଟଙ୍କା, କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ନକଲି ପରିଚୟପତ୍ର ଜବତ କରିଛି। ଅଜଣା ଆପ୍‌ରେ ପୁଞ୍ଜିନି‌ବେଶ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୬ ମାସରେ ଭାଙ୍ଗିଗଲା ନୂଆ ଡ୍ରେନ୍: ରାଜପଥ କଡ଼ ପାଲଟିଛି ମରଣଯନ୍ତା

ଖଣ୍ଡଗିରି, ୨୬।୫ (ଇମିସ): ଜାତୀୟ ରାଜପଥର ତମାଣ୍ଡୋ ଥାନା ସମ୍ମୁଖରୁ କଳିଙ୍ଗ ବିହାର ଛକ, ସ୍ମୃତିବନ ସମ୍ମୁଖରୁ ଆଇଗିଣିଆ ଲକ୍ଷ୍ମୀନାରାୟଣ ମନ୍ଦିର ଓ ଏହାର ଅପରପାର୍ଶ୍ବ ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ସର୍ଭିସ୍‌ ରୋଡ୍‌ କଡ଼ରେ ମାତ୍ର ୬ ମାସ ତଳେ ରାସ୍ତାର ଉଭୟ ପାର୍ଶ୍ବରେ ତିଆରି ହୋଇଥିବା ଡ୍ରେନ୍‌ ଭାଙ୍ଗିରୁଜି ଗଲାଣି। ଅଧିକାଂଶ ସ୍ଥାନରେ ସ୍ଲାବ୍‌ ନଥିବା ବ‌େଳେ କିଛି ସ୍ଥାନରେ ସ୍ଲାବ୍‌ରୁ ରଡ୍ ବାହାରି ବିପଜ୍ଜନକ ସ୍ଥିତି ସୃଷ୍ଟି […]

ଅପରାଧ ରାଜ୍ୟ

ଅବକାରୀ ବିଭାଗ ରେଡ୍: ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ, ୨ ଗିରଫ

ବଲାଙ୍ଗୀର ୨୭/୦୫: ପାଟଣାଗଡ ଅବକାରୀ ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢଉ । ୧୯୬ ବୋତଲ ନକଲି ବିଦେଶି ମଦ ଜବତ କରାଯିବା ସହ କାରବାରରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଗୌତମ ମହ ଏବଂ ରାମବ୍ରତ ସାହୁଙ୍କୁ ଗିରଫ କରାଯାଇଛି । ନକଲି ବିଦେଶୀ ମଦ ପ୍ରସ୍ତୁତି ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗ ଏବଂ ବିଭାଗର ଗୁଇନ୍ଦା ସଂସ୍ଥା ମିଳିତ ଭାବରେ ପାଟଣାଗଡ ସହରର କାଦୋପଡା ଅଂଚଳରେ ଚଢଉ କରିଥିଲେ […]

ଅପରାଧ ରାଜ୍ୟ

ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିଲାନି ନ୍ୟାୟ: ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଲେ ମହିଳା

ପୁରୀ : ସ୍ବାମୀଙ୍କର ମୃତ୍ୟୁ ପରେ ମଧ୍ୟ ପରିବାରକୁ ନ୍ୟାୟ ନମିଳିବା ନେଇ ସଂଯୁକ୍ତା ମହାନ୍ତି ସପରିବାର ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସେ ରାଷ୍ଟ୍ରପତିଙ୍କଠାରୁ ଅନୁମତି ମାଗିଛନ୍ତି। ସଂଯୁକ୍ତାଙ୍କ କହିବା ମୁତାବକ, ସତ୍ୟବାଦୀ ବ୍ଲକ୍‌ ଶ୍ରୀରାମଚନ୍ଦ୍ରପୁର ବ୍ଲକ୍‌ ହାଟସାହିର ବାସିନ୍ଦା ପର୍ଶୁରାମ ମହାନ୍ତି କଟକସ୍ଥିତ ଅବକାରୀ ବିଭାଗରେ ହାବିଲ୍‌ଦାର ଭାବେ କାର୍ଯ୍ୟରତ ଥିଲେ। ଛୁଟିରେ ଘରକୁ ଆସିଥିବା ବେଳେ ଘରର କାନ୍ଥ ତାଙ୍କ ଉପରେ ପଡ଼ିଯିବାରୁ ତୁରନ୍ତ ପୁରୀ […]

ଦେଶ ବିଦେଶ ମନୋରଞ୍ଜନ

ନର୍ଗିସ୍‌ଙ୍କୁ ଭିଡିଓ କରିବା ପଡିଲା ମହଙ୍ଗା, ସାଇକେଲ୍‌ରୁ ଗଳିପଡିଲେ ଅଭିନେତ୍ରୀ…

ନୂଆଦିଲ୍ଲୀ ୨୭।୦୫ : ଅଭିନେତ୍ରୀ ନର୍ଗିସ୍‌ ଫକ୍‌ରୀ ଫିଲ୍ମ ଦୁନିଆରେ ଏତେଟା ହିଟ୍‌ ନଥିଲେ ବି ଫିଟ୍‌ନେସ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ନର୍ଗିସ୍‌ ଫକ୍‌ରୀ ଇଣ୍ଡଷ୍ଟ୍ରି ଠାରୁ ବହୁତ ଦୂରରେ ଅଛନ୍ତି। ତଥାପି ତାଙ୍କ ସ୍ଲିମ୍‌ ଟ୍ରିମ୍‌ ଫିଗର ପାଇଁ ଅନେକ ଦିଓ୍ଵାନା ଅଛନ୍ତି।ହେଲେ ଏବେ ତାଙ୍କର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ନର୍ଗିସ୍‌ ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍। କିଛି ନା […]