ଦେଶ ବିଦେଶ ମନୋରଞ୍ଜନ

ଗୀତାଞ୍ଜଳି ଶ୍ରୀଙ୍କୁ ବୁକର୍‌ ପୁରସ୍କାର

ନୂଆଦିଲ୍ଲୀ : ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀ ଏବଂ ଆମେରିକାର ଅନୁବାଦକ ଡେଜି ରକୱେଲଙ୍କୁ ଚଳିତବର୍ଷର ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ପ୍ରଦାନ କରାଯାଇଛି। ରେତ ସମାଧି ନାମରେ ହିନ୍ଦୀ ଭା‌ଷାରେ ଗୀତାଞ୍ଜଳି ଶ୍ରୀ ମୂଳ ଉପନ୍ୟାସ ଲେଖିଥିବାବେଳେ ରକୱେଲ ଏହାର ଇଂରାଜୀ ଅନୁବାଦ ଟମ୍ବ ଅଫ ସ୍ୟାଣ୍ଡ ନାମରେ କରିଛନ୍ତି। ସେମାନଙ୍କୁ ପୁରସ୍କାର ରାଶି ବାବଦରେ ୫୦ ହଜାର ପାଉଣ୍ଡ (୬୩ ହଜାର ଡଲାର) ପ୍ରଦାନ କରାଯିବ।

ଅପରାଧ ରାଜ୍ୟ

ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ : ୧୦ ଗିରଫ,୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଧର୍ମଗଡ଼ ୨୮।୦୫ : ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ମହୁଲପାଟଣା ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ୧୦ଜଣଙ୍କୁ ଗିରଫ କରିଛି ଜୟପାଟଣା ଥାନା ପୋଲିସ l ସେମାନଙ୍କ ଠାରୁ ୪ କ୍ୱିଣ୍ଟାଲ ୨୯ କିଲୋ ଗଞ୍ଜେଇ ଜବତ କରିଛି l ପୋଲିସର ସୂଚନାଅନୁଯାୟୀ, ଶୁକ୍ରବାର ରାତିରେ ମୁଖୀଗୁଡା ମହୁଲପାଟଣା ଘାଟିରେ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଟିମ୍ ଏକ ପିକଅପ୍ ଭ୍ୟାନକୁ ସନ୍ଦେହ କରି ପିଛା କରି ପ୍ରତାପପୁର ନିକଟରେ ଅଟକାଇଥିଲା l ସେଥିରୁ ୪ କ୍ରିଣ୍ଟାଲ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୮।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୨୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୦୦ ଟପିଲା ମଙ୍କିପକ୍ସ ମାମଲା: ୨୦ ରାଷ୍ଟ୍ରକୁ ବ୍ୟାପିଲାଣି, ଭାରତରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି

ନୂଆଦିଲ୍ଲୀ : ୨୦ଟି ରାଷ୍ଟ୍ରକୁ ମଙ୍କିପକ୍ସ ସଂକ୍ରମଣ ମାମଲା ବ୍ୟାପିଛି ଏବଂ ବିଶ୍ବରେ ମୋଟ୍‌ ମଙ୍କିପକ୍ସ ମାମଲା ସଂଖ୍ୟା ୨୦୦ ଟପିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି। ଅଧିକାଂଶ ମଙ୍କିପକ୍ସ ମାମଲା ୟୁ‌ରୋପରୁ ଚିହ୍ନଟ ହୋଇଛି। ମଙ୍କିପକ୍ସ ଭାଇରସ୍‌କୁ ନେଇ ସତର୍କତା ଅବଲମ୍ବନ କରିବାପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମସ୍ତ ରାଷ୍ଟ୍ରକୁ କହିଛଛି। ତେବେ ମଙ୍କିପକ୍ସର ସମ୍ଭାବ୍ୟ ‌ଗୋଷ୍ଠୀ ସଂକ୍ରମଣ ହେଉଥିବାରୁ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଚିନ୍ତା […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେନ୍ଦ୍ରୀୟ ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ମାଡ଼, ୧୨ ମୃତ

କିବ୍‌ : ରୁଷ୍‌ ଏବେ କେନ୍ଦ୍ରୀୟ ୟୁକ୍ରେନ୍‌ରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନ୍‌ ସହ କେନ୍ଦ୍ରୀୟ ୟୁକ୍ରେନ୍‌ର ନିପ୍ରୋ ସହରର ଏକ ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହା ସହିତ ଅନେକ କୋଠା ଛାରଖାର ହୋଇଯାଇଛି। ଖାରକିଭ୍‌ରେ ରୁଷ୍‌ର ଗୋଳାବର୍ଷା ଯୋଗୁଁ ଗୁରୁବାର ଦିନ ଏକ ୫ ବର୍ଷର ଶିଶୁ ସମେତ ମୋଟ୍‌ ୯ ଜଣଙ୍କ ମୃତ୍ୟୁ ହୋଇଛି। ଲୁହାଂସ୍କରେ […]

ଅପରାଧ ରାଜ୍ୟ

ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ

ଉଦଳା ୨୮।୦୫: ଭାଇକୁ ପିଟି ପିଟି ହତ୍ୟା କରିଛି ଭାଇ । ପ୍ରଥମେ ହାତଗୋଡ ବାନ୍ଧି ଗଛରେ ଝୁଲାଇ ଦେଲା । ପରେ ଅତି ନିର୍ମମ ଭାବେ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି । ମୃତକ ଲାଣ୍ଡୁ ମୁଣ୍ଡା । ଲାଣ୍ଡୁଙ୍କୁ ତାଙ୍କ କାକା ପୁଅ ଭାଇକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୟୂରଭଂଜ ଶରତ ଥାନା ବାଟିଘୁଟୁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, ଲାଣ୍ଡୁ ମୁଣ୍ଡା […]

ଅପରାଧ ରାଜ୍ୟ

ସର୍ଟ ସର୍କିଟରୁ ଲାଗିଲା ନିଆଁ, ୩ ବଖରା ଘର ପୋଡି ପାଉଁଶ

ବୌଦ୍ଧ ୨୮।୦୫: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତାଳପଦର ଗାଁରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁ ଜଳିଗଲା ୩ ବଖରା ଘର। ପୋଡି ପାଉଁଶ ହୋଇଗଲା ୨୦ କୁଇଣ୍ଟାଲ ଧାନ ସହ ଡାଲି, ଚାଉଳ ଓ ଆସବାବ ପତ୍ର ପୋଡି ନଷ୍ଟ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଉଦ୍ୟମ କରିଥିବା ଜଣାପଡିଛି। ଖବର ଅନୁଯାୟୀ, ତାଳପଦର ଗାଁର ରମେଶ ବାରିକଙ୍କ ଘର ପାଖ ଦେଉ ବିଦ୍ୟୁତ ତାର ଯାଇଥିବା ବେଳେ […]

ଅପରାଧ ରାଜ୍ୟ

ପୁରୁଣା ଛାତରୁ ଖସିଲା ଫଲ୍ସ, ମା’-ପୁଅ ଆହତ

ଟାଙ୍ଗୀ ୨୮।୦୫: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଝାନ୍ସିପାଟଣାରେ ଅଭାବନୀୟ ଘଟଣା । ପୁରୁଣା ଛାତର ଫଲ୍ସ ଖସି ପଡି ମା’-ପୁଅ ଆହତ । ଉଭୟଙ୍କୁ ଆହତ ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଉଛି । ଖବର ଅନୁଯାୟୀ, ଟାଙ୍ଗୀ ଝାନ୍ସିପାଟଣାରେ ମା’ ଛବି ପାଇକରାୟ ଓ ତାଙ୍କର ୭ ବର୍ଷର ପୁଅ ସୋମନାଥ ପାଇକରାୟ ନିଜ ଘରେ ଥିବା ବେଳେ ହଠାତ୍ ତାଙ୍କ ଘରର ପୁରୁଣା ଛାତର ଫଲ୍ସ ଖସି ପଡିଥିଲା । ମା’ ଙ୍କର ହାତରେ […]

ଧର୍ମ ସ୍ପେଶାଲ ରିପୋର୍ଟ

ତୃତୀୟ ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମ୍ବିରିଗୁଡା ପଞ୍ଚାୟତ ଶ୍ରୀପଲ୍ଲା ଠାରେ ତୃତୀୟ ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ତା ୨୫.୫.୨୦୨୨ ଠାରୁ ୨୭.୫.୨୦୨୨ ରିଖ ପଯ୍ୟନ୍ତ ତିନିଦିନ ଧରି ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ ,ଯପଯଜ୍ଞ,ଘୃତ ଯଜ୍ଞ, ଅନ୍ନ ଯଜ୍ଞ ,ଓ ଜ୍ଞାନ ଯଜ୍ଞ ଶ୍ରୀପଲ୍ଲା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବୁଧବାର ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ […]

ଖେଳ ଦେଶ ବିଦେଶ

କିଏ ପିନ୍ଧିବେ ପର୍ପଲ କ୍ୟାପ୍ ? ଚହଲ ଓ ହସରଙ୍ଗାଙ୍କ ମଧ୍ୟରେ କଡା ଟକ୍କର

ନୂଆଦିଲ୍ଲୀ ୨୭/୦୫: ଶୁକ୍ରବାର ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଯେଉଁ ଟିମ୍ ଜିତିବ ସେହି ଟିମ୍ ଗୁଜୁରାଟ ଟାଇଟନ୍ସ ସହ ଫାଇନାଲ ମ୍ୟାଚ୍ ଖେଳିବ । ଏହି ମୁକାବିଲାରେ ସମସ୍ତଙ୍କ ନଜର ଓ୍ୱାନିନ୍ଦୁ ହସରଙ୍ଗା ଓ ୟୁଜବେନ୍ଦ୍ର ଚହଲଙ୍କ ଉପରେ ରହିବ । କାରଣ ଉଭୟ ଖେଳାଳି ପର୍ପଲ କ୍ୟାପ୍ ଦୌଡରେ ଅଛନ୍ତି । ୟୁଜବେନ୍ଦ୍ର […]