ନୂଆ ଲୁକ୍ରେ ନଜର ଆସିଲେ ରଣଦୀପ୍ ହୁଡ୍ଡା, ରିଲିଜ୍ ହେଲା ଫିଲ୍ମ ‘ସ୍ବତନ୍ତ୍ର ବୀର ସାବରକର’ର ଫାଷ୍ଟ ଲୁକ୍
ମୁମ୍ବାଇ ୨୮।୦୫: ବଲିଉଡ ଜଣାଶୁଣା କଳାକାର ରଣଦୀପ ହୁଡା ତାଙ୍କ ଅଭିନୟ ବଳରେ ଲୋକପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ସ୍ବତନ୍ତ୍ର ବୀର ସାବରକର ଫାଷ୍ଟ ଲୁକ୍ ରିଲିଜି ହୋଇଛି । ଏଥିରେ ରଣଦୀପ ମୁଖ୍ୟ ଭୂମିକାରେ ଥିବା ବେଳେ ଏକ କଳା କ୍ୟାପ୍ ଏବଂ ଗୋଲ ଚଷମା ପିନ୍ଧି ଥିବାର ଦେଖିବାକୁ ମିଳିଛି। ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ୧୩୯ ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରାଯାଇଛି । […]