ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ଚଣ୍ଡିଖୋଲ ୧୧।୦୬: ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ । ଯାଜପୁର ଜିଲ୍ଲା ବୈରୀ ଅଞ୍ଚଳରେ ଥିବା କ୍ଷୀରୋଦ ସାହୁଙ୍କ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଥିଲା । ଯାହାଫଳରେ ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନଟି ସମ୍ପୂର୍ଣ ଜଳିଯାଇଛି । ଏପିରିକି ଦୋକାନରେ ଥିବା ସମସ୍ତ ଜିନିଷ ଜଳି […]