ରାଗିଂ ରୋକିବାକୁ କଠୋର ହେଲେ ସରକାର: ଏଣିକି ଅଭିଯୁକ୍ତଙ୍କ ବିରୋଧରେ ଏତଲା
ଭୁବନେଶ୍ବର : ଆରମ୍ଭ ହେବାକୁ ଯାଉଛି ନାମଲେଖା ଋତୁ। ତା’ପୂର୍ବରୁ ରାଗିଂ ରୋକିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିୟମ କରାଯାଇଛି। କୌଣସି ଶିକ୍ଷାନୁଷ୍ଠାନ ଛାତ୍ର/ଛାତ୍ରୀ ଯଦି ରାଗିଂରେ ସମ୍ପୃକ୍ତ ଥିବା ଜଣାପଡ଼େ ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ନିକଟସ୍ଥ ଥାନାରେ ଏତଲା ଦେବାକୁ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିର୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ରାଗିଂ ଉପରେ ନଜର ରଖିବାକୁ ତ୍ରିସ୍ତରୀୟ କମିଟି ଗଠନ କରାଯିବ। […]