ଏଣିକି ତ୍ରୈମାସିକ ପରୀକ୍ଷା: ଛାତ୍ରଛାତ୍ରୀମାନେ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ
ଭୁବନେଶ୍ବର : ଏଣିକି ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ତ୍ରୈମାସିକ ପରୀକ୍ଷା ଦେବାକୁ ପଡ଼ିବ। ପ୍ରତି ତିନି ମାସରେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏ ପରୀକ୍ଷାର ସମ୍ମୁଖୀନ ହେବେ। ଅର୍ଥାତ୍ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷାଗୁଡ଼ିକରେ ଅଂଶଗ୍ରହଣ ନ କରନ୍ତି ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ। କରୋନା ପାଇଁ ଗତ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଏଭଳି ଢାଞ୍ଚାକୁ ୨୦୨୨-୨୩ ଶିକ୍ଷାବର୍ଷରେ ମଧ୍ୟ ଲାଗୁ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା […]