ଅପରାଧ ରାଜ୍ୟ

ଇସ୍ପାତ ସହରରେ ପୁଣି କଳା ପଲସର ଆତଙ୍କ, ଲୁଟିନେଲେ ୩ ଲକ୍ଷ ୬୦ ହଜାର ଟଙ୍କା

ରାଉରକେଲା ୧୨।୭: ଇସ୍ପାତ ସହର ରାଉରକେଲାରେ ପୁଣି କଳା ପଲସର ଆତଙ୍କ । କଳା ପଲସରରେ ଆସି ଲୁଟି ନେଲେ ୩ ଲକ୍ଷ ୬୦ ହଜାର ଟଙ୍କା । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ସିଭିଲ ଟାଉନ ସିପି ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଗାନ୍ଧୀ ରୋଡ଼ର ବ୍ୟବସାୟୀ ଅମିତ ଗୁପ୍ତା ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ । ବାଇକ୍ ଡିକିରେ ଟଙ୍କା ରଖୁଥିବା ବେଳେ କଳା ପଲସରରେ ଦୁଇ ଲୁଟେରା ଆସି […]

ଅପରାଧ ରାଜ୍ୟ

ମାଓବାଦୀଙ୍କ ସହ ସଂପୃକ୍ତି ନେଇ ଗିରଫ କରିଥିଲା ପୋଲିସ୍‌, ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

କଣ୍ଟାବାଞ୍ଜି, ୧୨/୦୭: ମାଓବାଦୀରେ ସଂପୃକ୍ତି ଥିବା ଅଭିଯୋଗରେ ଜେଲ୍‌ରେ ଥିବା ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ । ଗତ ୨୦୧୭ ମସିହାରୁ ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିବା ନିର୍ମଳା ମାଝି ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡ଼ିଛି । ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଶୁଣାଣୀ ପରେ କଣ୍ଟାବାଞ୍ଜି ଏଡିଜେ ତାଙ୍କୁ ଜେଲ୍‌ରୁ ଖଲାସ କରିଛନ୍ତି । ୨୦୧୩ ମସିହାରେ ଡ଼ଙ୍ଗୀଆ ମଦ ଭାଟିକୁ ମାଓବାଦୀମାନେ ଜାଳିଥିଲେ । ଏହି ଘଟଣାରେ ନିର୍ମଳାର ସଂପୃକ୍ତି ଥିବା ନେଇ […]

ଅପରାଧ ରାଜ୍ୟ

ପାରିବାରିକ କଳହର କୁପରିଣତି, ସ୍ବାମୀ ହାତରେ ଗଲା ସ୍ତ୍ରୀର ଜୀବନ

ସୁନ୍ଦରଗଡ ୧୨।୭: ହତ୍ୟାକାରୀ ସାଜିଲା ସ୍ଵାମୀ । ସୁନ୍ଦରଗଡ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ ବି.କରୁଆବାହାଲ ଗ୍ରାମରେ ଘଟିଠି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ । ହତ୍ୟା କରି ଏକ ବିଲରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ମୃତକ ହେଲେ ସୁଶିଲା ବାଗ । ସେ ଗତ ୧୦ ତାରିଖରୁ ନିଖୋଜ ଥିବା ନେଇ ସୁଶିଲାଙ୍କ ଭାଇ ଥାନାରେ ଏତଲା ଦେଇଥିଲେ। […]

ଅପରାଧ ରାଜ୍ୟ

୪୦ କେ.ଜି. ଗଞ୍ଜେଇ ଜବତ, ଜଣେ ଗିରଫ

ନୂଆପଡା ୧୨।୭: ନୂଆପଡା ଜିଲ୍ଲା ସିନାପାଲି ସହର ଜଗନ୍ନାଥ ପଡାର ଏକ ଘର ଉପରେ ଚଢାଉ କରି ଅବକାରୀ ବିଭାଗ ୪୦ କେଜି ଗଞ୍ଜେଇ ଜବତ କରିଛି । ଏହାସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସିନାପାଲି ସହରର ଜଗନ୍ନାଥପଡାରେ ରହୁଥିବା ମାଧବ ମେହେର ନିଜ ଘରେ ଗଞ୍ଜେଇ ରଖି ଚୋରା କାରବାର କରୁଥିବା ନେଇ ଅବକାରୀ ବିଭାଗ ଖବର ପାଇ ମାଧବଙ୍କ ଘରେ ଚଢ଼ାଉ କରିଥିଲା । ମାଧବ ମେହେରଙ୍କ ଘରେ […]

ଅପରାଧ ରାଜ୍ୟ

ଦିନ ଦ୍ବିପ୍ରହରରେ ଦେଢ ଲକ୍ଷ ଟଙ୍କା ଲୁଟ୍, ଡିକି ଖୋଲି ବ୍ୟାଗ୍ ସହ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ଫୁଲବାଣୀ ୧୨।୭: ଦିନ ଦ୍ବିପ୍ରହରରେ ଦେଢ଼ ଲକ୍ଷ ଟଙ୍କା ଲୁଟ୍ । ଟାଉନ ଥାନା ନିକଟରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସ୍ଥାନୀୟ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରକୁ ଆସି ବାଇକ୍ ଡିକିରେ ରଖି କଥା ହେଉଥିଲେ । ହେଲେ ସେଠାରେ ପୂର୍ବରୁ ଦୁଇଟା ବାଇକରେ ୪ଜଣ ଲୁଟେରା ଅପେକ୍ଷା […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୨।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫୨ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୪୫୮୫କୁ ବୃଦ୍ଧି ପାଇଛି । […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ, ନୀଳକନ୍ଦରକୁ ଫେରିଯିବେ ଚତୁର୍ଦ୍ଧା ମୂରତି

ପୁରୀ ୧୨।୦୭: ସରିଲା ଘୋଷଯାତ୍ରା। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ନୀତି ହେବ । ପୁଣି ନୀଳକନ୍ଦରକୁ ଫେରିଯିବେ ଚତୁର୍ଦ୍ଧାମୂରତି । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ବିଳମ୍ୱିତ ରାତିରେ […]

ଅପରାଧ ରାଜ୍ୟ

କାର୍‌-ଅଟୋ ମୁହାଁମୁହିଁ ଧକ୍କା : ୩ ମୃତ, ୫ ଆହତ

ସୋନପୁର ୧୨।୦୭: କାର୍‌- ଅଟୋ ମୁହାଁମୁହିଁ ଧକ୍କା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତ କରାଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖାରି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । […]

ଅପରାଧ ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୭ଟି ଜାଗାରେ ରେଡ୍‌

ଢେଙ୍କାନାଳ ୧୨।୦୭ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ନିମାପଡା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଚାଲିଛି ଚଢ଼ାଉ । ଏକ କାଳୀନ ୭ଟି ଜାଗାରେ ଚାଲିଛି ଚଢ଼ାଉ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ଟି ସ୍ଥାନରେ ରେଡ ଚାଲିଛି । ଏଥିସହିତ ପୈତୃକ ଗାଁ ଗୁଣଦେଈ ସମେତ ଢେଙ୍କାନାଳ ସହରର ୪ଟି ଜାଗାରେ ଛାନଭିନ ଚାଲିଛି । ଖବର ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡା ଗ୍ରାମ୍ୟ […]

ଅପରାଧ ରାଜ୍ୟ

ଡ୍ୟାମ୍ ତଳେ ପଡିଛି କଙ୍କାଳ, ନିକଟରେ ଏୟାର ବ୍ୟାଗ୍‌ରେ ଅଛି କିଛି କପଡା

କଳାହାଣ୍ଡି ୧୨।୭: ଡ୍ୟାମ୍ ତଳେ ପଡିଛି କଙ୍କାଳ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଅନ୍ତର୍ଗତ ତେନ୍ତୁଳିପଡ଼ା ଡ୍ୟାମ୍ ତଳେ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଉକ୍ତ ଗ୍ରାମର କିଛି ବ୍ୟକ୍ତି ଡ୍ୟାମକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଦୁର୍ଗନ୍ଧ ହୋଇଥିଲା । ନିକଟକୁ ଯାଇ ଦେଖିବା ବେଳେ ସେଠି କିଛି କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ । ନିକଟରେ ଏକ ଏୟାର ବ୍ୟାଗ୍ ସହ କିଛି କପଡା ମଧ୍ୟ ପଡିଥିବା ଦେଖିବାକୁ […]