ଅପରାଧ ରାଜ୍ୟ

ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ପୁଣି ମାଓ ବ୍ୟାନର ପୋଷ୍ଟର ମାରି ନିଜର ସ୍ଥିତି ଜାହିର କଲେ ।

କନ୍ଧମାଳ – କନ୍ଧମାଳ ଜିଲ୍ଲାର କିଛି ଦିନର ନୀରବତା ପରେ , ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଲଣ୍ଡାଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ମଇ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି । ମୁକୁନ୍ଦ କହଁର ହତ୍ୟାକାରୀ […]

ଅପରାଧ ରାଜ୍ୟ

ଭଦ୍ରକରେ ‘ଖୁସି’ ଯୋଜନା ବାଟବଣା

ଭଦ୍ରକ: ସବୁ ଜିଲ୍ଲା ପରି ଭଦ୍ରକ ଜିଲ୍ଲାରେ ମଧ୍ୟ ‘ଖୁସି ’ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ହେଲେ ଏବେ ଏଠାରେ ଯୋଜନା ବାଟବଣା ହୋଇଛି। ଛାତ୍ରୀମାନଙ୍କ ପାଖରେ ସାନିଟାରି ନାପ୍‌କିନ୍‌ ପହଞ୍ଚି ପାରୁନି। ରାଜ୍ୟରେ ଷଷ୍ଠରୁ ଦଶମ ଶ୍ରେଣୀ ଓ ଯୁକ୍ତଦୁଇ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ସରକାର ଖୁସି ଯୋଜନାରେ ନାପ୍‌କିନ୍‌ ଯୋଗାଇ ଦେଉଛନ୍ତି। ୨୦୨୦ ମସିହାରେ ଭଦ୍ରକ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ସବୁ ଦାୟିତ୍ବ ସ୍ବାସ୍ଥ୍ୟ ବିଭାଗ ଉପରେ ନ୍ୟସ୍ତ […]

ଅପରାଧ ରାଜ୍ୟ

ପଥର ମାଫିଆଙ୍କ ରାଜୁତି, ପଡୋଶୀ ରାଜ୍ୟକୁ ବେଆଇନ ପଥର ଚାଲାଣ

ରାଉରକେଲା: ଜିଲ୍ଲାରେ କମୁନି ବାଲି ମାଫିଆଙ୍କ ଦୌରାତ୍ମ୍ୟ। ବିନା ଲିଜ୍‌ରେ ଲୁଟି ଚାଲିଛନ୍ତି ହଜାର ହଜାର ଟ୍ରକ ବାଲି। ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ୍ ଅଧିକାଂଶ ବାଲି ଘାଟରେ ରାଜୁତି କରୁଛନ୍ତି ବାଲି ମାଫିଆ। ଏବେ ସମାନ ରାସ୍ତା ଆପଣେଇଛନ୍ତି ଜିଲ୍ଲାରେ କିଛି ପଥର ମାଫିଆ। ଲୁଟ୍‌ କରୁଛନ୍ତି ପଥର ଖଣି। ବିଭାଗର ବିନା ଅନୁମତିରେ ମାସ ମାସ ଏଭଳି ବେଆଇନ କାମ ଚାଲିଛି। ଦୈନିକ ଗୋଟିଏ ଗୋଟିଏ ପଥର ଖାଦାରୁ ଶହ […]

ଅପରାଧ ରାଜ୍ୟ

କ୍ରେଡିଟ୍‌ କାର୍ଡ ଲିମିଟ୍‌ ବଢ଼ାଇବା ଲୋଭରେ ଫସିଲେ, ୪୩ ହଜାର ଗୋଲ୍‌

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକ ଜାଲ ବିଛାଇଛନ୍ତି। ପ୍ରତିଦିନ ଠକମାନେ ନୂଆ ନୂଆ ଉପାୟରେ ଲୋକଙ୍କୁ ଲୁଟୁଛନ୍ତି। ଏଥର ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳର ଜଣେ ଯୁବକ ସାଇବର୍‌ ଠକେଇର ଶିକାର ହୋଇଛନ୍ତି ହୀରାକୁଦ ପଥର ଲାଇନ୍‌ର ଦୀପ୍ତିରଞ୍ଜନ ପଣ୍ଡା(୨୫)। ଦୀପ୍ତିଙ୍କୁ ମଙ୍ଗଳବାର ଦିନ ୧୧ଟା ୩୮ରେ ଏକ କଲ୍‌ ଆସିଲା। ସେ କଲ୍‌ ଉଠାଇବାରୁ ସାଇବର୍‌ ଠକ ଜଣକ ଆର୍‌ବିଏଲ୍‌ ବ୍ୟାଙ୍କର କଷ୍ଟମର୍‌ କେୟାର୍‌ରୁ କହୁଛି ବୋଲି କହିବା ସହିତ ତାଙ୍କ କ୍ରେଡିଟ୍‌ କାର୍ଡ ଲିମିଟ୍‌ […]

ଅପରାଧ ଦେଶ ବିଦେଶ

ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ : ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ନେଇ ନିଜେ କରିଥିଲା ସ୍ୱୀକାର

ନୂଆଦିଲ୍ଲୀ, ୧୯|୦୫ : କାଶ୍ମୀରର ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ ଦୋଷୀ ସାବ୍ୟସ୍ତ । ଟେରର୍ ଫଣ୍ଡିଂ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନଆଇଏ କୋର୍ଟରେ ବିଚାର ବେଳେ ଏହି ପ୍ରମାଣିତ ହୋଇଛି । ତେବେ ତାଙ୍କୁ କେତେ ବର୍ଷ ଜେଲଦଣ୍ଡ ହେବ ତାହା ଆଗାମୀ ୨୫ ତାରିଖରେ ଜଣାପଡିବ । ସୂଚନାନୁସାରେ, ଟେରର ଫଣ୍ଡିଂ ମାମଲାରେ ୟାସିନକୁ ଏନଆଇଏ ଗିରଫ କରିଥିଲା । ସେ ନିଜେ ମଧ୍ୟ ଜମ୍ମୁ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଡ୍ରିମ୍‌ସ ହେବ ଏକକ ଘରୋଇ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : କଟକସ୍ଥିତ ଡ୍ରିମ୍‌ସ କଲେଜକୁ ଏକକ ଘରୋଇ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ। ଉଚ୍ଚତର ବୃତ୍ତିଗତ ବୈଷୟିକ ଶିକ୍ଷାଦାନ ଭାବେ ଏହାକୁ ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ କରିବା ନିମନ୍ତେ ଆଇନ ପ୍ରଣୟନ ଲାଗି ପ୍ରସ୍ତାବ ଆସିଛି। ଏହା ନିଜସ୍ବ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନ ଥିବା ଏକକ ବିଶ୍ବବିଦ୍ୟାଳୟ ହେବ। ରାଜ୍ୟ ସରକାରଙ୍କୁ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ। ଏହାଦ୍ବାରା ବୈଷୟିକ ଶିକ୍ଷା‌ କ୍ଷେତ୍ରରେ ବିଭିନ୍ନ ବିଷୟରେ ଶିକ୍ଷା […]

ଅପରାଧ ରାଜ୍ୟ

ବଡ଼ଦାଣ୍ଡ ଡ୍ରେନ୍‌ରେ ପଡ଼ି ରିକ୍ସାଚାଳକ ମୃତ୍ୟୁ

ପୁରୀ : ବଡ଼ଦାଣ୍ଡରେ ଥିବା ମୁକୁଳା ଡ୍ରେନ୍‌ରେ ଖସିପଡ଼ି ଜଣେ ରିକ୍ସାବାଲାଙ୍କ ପ୍ରାଣହାନି ଘଟିଛି। କୁମ୍ଭାରପଡ଼ା ଥାନା ପୁଲିସ ମାର୍କେଟ ଛକରେ ପହଞ୍ଚି ଡ୍ରେନ୍‌ ଭିତରୁ ଶବ ଜବତ କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଜିମାରେ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବଳଙ୍ଗା ଥାନା ବିଦ୍ୟାଧରପୁରର ନିଧି ଭୋଇ(୪୫) ପୁରୀରେ ରିକ୍ସା ଚଳାଇ ପରିବାର ପୋଷଣ କରିଥା’ନ୍ତି। ଗତକାଲି ରାତିରେ ସେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷା ଋଣର ସୁଧ ହାର ବଦଳିଲା, ୨୪ଟି ଘରୋଇ ସ୍କୁଲକୁ ସରକାରୀ ଅନୁଦାନ ମିଳିବ

ଭୁବନେଶ୍ବର : ଓଡ଼ିଶାର ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସୁବିଧା ପାଇଁ ରାଜ୍ୟ ସରକାର ଅତୀତରେ ‘ଓଡ଼ିଶା ଲୋନ୍ ଷ୍ଟାଇପେଣ୍ଡ ଫଣ୍ଡ’ରୁ ଋଣ ଆକାରରେ ଆର୍ଥିକ ସହାୟତା ଯୋଗାଇ ଆସୁଥିଲେ। ଏହି ପ୍ରକ୍ରିୟା ୧୯୫୪ରୁ ୨୦୧୬ ପର୍ଯ୍ୟନ୍ତ ସାଧାରଣ, ବୈଷୟିକ ଏବଂ ବ୍ୟାବସାୟିକ ଶିକ୍ଷା ନିମନ୍ତେ ଦିଆଯାଉଥିଲା। ହେଲେ ଧାର୍ଯ୍ୟ ସମୟରେ ଋଣ ପରିଶୋଧ ନକଲେ ଋଣ ରାଜିନାମା ଅନୁଯାୟୀ ନିଯୁକ୍ତି ପାଇନଥିବା ଋଣ ଖିଲାପକାରୀଙ୍କ ଠାରୁ ବାର୍ଷିକ ୧୦% ସୁଧ, ନିଯୁକ୍ତି ପାଇଥିବା ଋଣ […]

ଅପରାଧ ରାଜ୍ୟ

ମିଳିଲାନି ନ୍ୟାୟ, ଥାନାରେ ଆଗରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ମାଲକାନଗିର ୧୯।୦୫ : ନ୍ୟାୟ ନମିଳିବାରୁ ଥାନା ସମ୍ମୁଖରେ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମାଲକାନଗିରି ଆଦର୍ଶ ଥାନା ସମ୍ମୁଖରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମହିଳା ଜଣକ ହେଲେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ସୁକାନ୍ତି ମାଝି । ଖବର ଅନୁଯୟାୟୀ, ଗତ ୯ ତାରିଖ ଦିନ ଗଙ୍ଗଳା ଗାଁର ୧୦ ରୁ ୧୨ ଜଣ ବ୍ୟକ୍ତି ସୁକାନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ନିସ୍ତୁକ […]

ଅପରାଧ ରାଜ୍ୟ

ଲୁଟିବା ପାଇଁ ବିଜୁଳି ବିଲିଂରେ କାରସାଦି: ୨୫ ଦିନିଆ ବିଲ୍‌, ଗୋଟିକରେ ଠକୁଛନ୍ତି ୪୩ ଟଙ୍କା

ଭୁବନେଶ୍ବର : ବିଦ୍ୟୁତ ଭିତ୍ତିଭୂମି ବିକାଶ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଘନ ଘନ ବିଦ୍ୟୁତ କାଟ୍‌ ଚାଲିଛି। ପରିବହନ ଜନିତ କ୍ଷତି ମଧ୍ୟ ଡିସ୍‌କମ୍‌ କମ୍ପାନିମାନେ କମାଇ ପାରୁ ନାହାନ୍ତି। ଫଳରେ ଉପଭୋକ୍ତାଙ୍କ ମୁଣ୍ଡରେ ଆର୍ଥିକ ବୋଝ ଲଦି ଦିଆଯାଉଛି। ଏହାକୁ ନେଇ ଡିସ୍‌କମ୍‌ କମ୍ପାନି ବିବାଦରେ ରହିଥିବା ବେଳେ ଆଉ ଏକ ଗୁମର ପଦାରେ ପଡ଼ିଛି। ପୂର୍ବରୁ ୩୦ ଦିନରୁ ଅଧିକ ଦିନର ବିଲ୍‌ ତିଆରି କରି ଡିସ୍‌କମ୍‌ […]