ଦେଶ ବିଦେଶ ମନୋରଞ୍ଜନ

ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲାରେ ଏତଲା ଦାଖଲ କଲା ଇଡି

ମୁମ୍ବାଇ ୧୯।୦୫ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହାପୂର୍ବରୁ ୨୦୨୧ରେ ମୁମ୍ବାଇ ପୋଲିସ ତାଙ୍କୁ ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ କରିଥିଲା ​​। ବର୍ତ୍ତମାନ ରାଜ କୁନ୍ଦ୍ରା ଏହି ମାମଲାରେ ଜାମିନରେ ଆସିଥିଲେ। ବର୍ତ୍ତମାନ ସେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କ ନାଁରେ ଇଡି ଦ୍ଵାରା ମନି ଲଣ୍ଡରିଂ ମାମାଲା ରୁଜୁ ହୋଇଛି […]

ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ, ୧୯|୦୫ : ଭୟଙ୍କର ଅଗ୍ନିକାଣ୍ଡ । ପୁଣି ଦିଲ୍ଲୀରେ ନିଆଁ । ନୂଆଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ । ଗୁରୁବାର ବଓ୍ୱାନାରେ ଥିବା ଏକ ଫାକ୍ଟ୍ରିରେ ଭୀଷଣ ନିଆଁ ଲାଗିଛି । ଯାହାକୁ ଆୟତ୍ତ କରିବା ପାଇଁ ୧୭ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଛନ୍ତି । ରିପୋର୍ଟ ଅନୁସାରେ, ଦିଲ୍ଲୀର ବଓ୍ୱାନାରେ ଥିବା ଏକ ଥିନର(ଏକ ପ୍ରକାର) ଫାକ୍ଟ୍ରିରେ ନିଆଁ ଲାଗିଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ […]

ଅପରାଧ ରାଜ୍ୟ

‘ତୁ ଭଲରେ ଥା ମୁଁ ଯାଉଛି, ଆଉ ହେବନି ଦେଖା’ ; ପ୍ରେମ ପାଇଁ ଗଲା ଅବିନାଶଙ୍କ ଜୀବନ

ଭୁବନେଶ୍ବର ୧୯।୦୫ : ଆଉ କିଛି ଦିନ ପରେ ମୁଁ ବାହାରକୁ ଚାଲିଯିବି । ଆଉ ତୋ ସହ ଦେଖାହେଇପାରିବନି । ମୋତ ଭୁଲିଯାଅ । ଘରେ ପାଖରେ ଥିବା ଜଣେ ଯୁବତୀଙ୍କୁ ଆଧାର କରି ଏପରି ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ବୋଲି କହିଛନ୍ତି ମୃତ ଅବିନାଶଙ୍କ ସଂପର୍କୀୟ । ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ଅର୍ଦ୍ଧଦଗ୍ଘ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ଏପରି କିଛି ଟ୍ୱିଷ୍ଟ । ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରାଯାଇଛି […]

ଅପରାଧ ରାଜ୍ୟ

ପୋଲିସ ପଞ୍ଝାରେ ୨ କୁଖ୍ୟାତ ଲୁଟେରା, ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ

ଭୁବନେଶ୍ବର ୧୯।୦୫ : କମିଶନରେଟ ପୋଲିସ ପଞ୍ଝାରେ ଦୁଇ କୁଖ୍ୟାତ ଲୁଟେରା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ । ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଲୁଟେରା । ଏନେଇ ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଗତ କିଛି ଦିନ […]

ଅପରାଧ ରାଜ୍ୟ

ବାଇକକୁ ପିଟିଲା କୋଇଲା ବୋଝେଇ ଟ୍ରକ, ଜଣେ ମୃତ

ସାନଖେମୁଣ୍ଡି ୧୯।୦୫ : ବାଇକକୁ ପିଟିଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟ ମୃଗ ବିହାର ସମ୍ମୁଖରେ ଘଟିଛି ଦୁର୍ଘଟଣା। ଖବର ଅନୁଯାୟୀ, ଟ୍ରକଟି ବ୍ରହ୍ମପୁରରୁ ରାୟଗଡା ଯାଉଥିଲା । ଗଞ୍ଜାମ ଜିଲ୍ଲା ତପ୍ତପାଣି ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ […]

ଅପରାଧ ଦେଶ ବିଦେଶ ରାଜନୀତି

୩୪ବର୍ଷ ପୂର୍ବେ କରିଥିବା ଅପରାଧ ପାଇଁ ମିଳିଲା ଦଣ୍ଡ, ବର୍ଷେ ପାଇଁ ଜେଲ୍ ଯିବେ କଂଗ୍ରେସ ନେତା ସିଦ୍ଧୁ

ନୂଆଦିଲ୍ଲୀ: ୩୪ବର୍ଷ ପୂର୍ବେ କରିଥିବା ଅପରାଧ ପାଇଁ ମିଳିଲା ଦଣ୍ଡ। ବର୍ଷେ ପାଇଁ ଜେଲ୍ ଯିବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ପୂର୍ବେ ରାସ୍ତା ଉପରେ ଜଣେ ବୃଦ୍ଧଙ୍କୁ ମାଡ଼ ମାରି ଘଟଣାସ୍ଥଳରୁ ଫେରାର ହେବା ଓ ପରେ ବୃଦ୍ଧଙ୍କ ମୃତ୍ୟୁ ହେବା ମାମଲାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଜେଲ ଦଣ୍ଡ ଦେଇଛନ୍ତି ସୁପ୍ରିମକୋର୍ଟ। ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମେ’ ୧୫, ୨୦୧୮ରେ ୧,୦୦୦ଟଙ୍କା ଜରିମାନା […]

ଖେଳ ଦେଶ ବିଦେଶ

ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ: ଫାଇନାଲରେ ନିଖତ

‌ଇସ୍ତାନବୁଲ: ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ନିଖତ ଜରୀନ (୫୨ କେଜି) ଚଳିତ ଆଇବିଏ ମହିଳା ବିଶ୍ବ ମୁଷ୍ଟିପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ବୁଧବାର ସେମିଫାଇନାଲ୍‌ରେ ନିଖତ ୫-୦ରେ ବ୍ରାଜିଲର କାରୋଲିନ ଡି’ ଅଲମିଦାଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ। ଚଳିତ ପ୍ରତିଯୋଗିତାରେ ଫାଇନାଲ୍‌ରେ ପହଞ୍ଚିବା‌ରେ ଏହି ପୂର୍ବତନ କନିଷ୍ଠ ବିଶ୍ବ ବିଜେତା ପ୍ରଥମ ଭାରତୀୟ ମୁ‌ଷ୍ଟିଯୋଦ୍ଧା ହୋଇଛନ୍ତି। ଏହି ହାଇଦ୍ରାବାଦ ଲଳନା ବିଜେତା ହେଲେ ୬ ଥରର ବିଜୟିନୀ ଏମ୍‌ସି ମେରିକମ୍‌, ସରିତା ଦେବୀ, ଜେନି ଆର୍‌ଏଲ୍‌ […]

ଖେଳ ଦେଶ ବିଦେଶ

ଲକ୍ଷ୍ନୌର ପ୍ଲେ ଅଫ୍ ପକ୍କା, କୋଲକାତା ବାଦ୍: ଶେଷ ଦୁଇ ବଲ୍‌ରେ ବଦଳିଲା ମୋଡ଼

ମୁମ୍ବାଇ: ଶେଷ ଓଭରରୁ ବିଜୟ ପାଇଁ ୨୧ ରନ୍‌ର ଦରକାର ଥିଲା। ଲଗାତାର ପ୍ରଚଣ୍ଡ ପ୍ରହାର କରି ରିଙ୍କୁ ସିଂହ ପ୍ରଥମ ୪ ବଲ୍‌ରୁ ୧୮ ରନ୍ ଅମଳ କରି ନେଇଥିଲେ। ଫଳରେ କୋଲକାତା ନାଇଟ୍ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରି ତାର ପ୍ଲେ ଅଫ୍ ଆଶା ଅତୁଟ ରଖିବ ବୋଲି ସମସ୍ତେ ଭାବିଥିଲେ। ହେଲେ ପଞ୍ଚମ ବଲ୍‌ରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ମାର୍କସ ଷ୍ଟୋଇନିସ୍‌ଙ୍କ ବୋଲିଂରେ ଏଭିନ୍ ଲୁଇସ୍ ଲମ୍ବା ଡାଇଭ୍‌ ମାରି […]

ଖେଳ ରାଜ୍ୟ

ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଉଛି ଡିସ୍‌କମ୍

ଭୁବନେଶ୍ବର: କିଛି ବର୍ଷ ମଧ୍ୟରେ ରାଜ୍ୟର ରୂପାନ୍ତରଣରେ ଶ୍ରମ ଶକ୍ତି, ପ୍ରଯୁକ୍ତି, ଭିତ୍ତିଭୂମି ଓ ବିଦ୍ୟୁତ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶିଳ୍ପ ବିକାଶ, ପ୍ରଯୁକ୍ତିରେ ଉନ୍ନତି, ସାମାଜିକ-ଅର୍ଥନୈତିକ ବିକାଶ ଓ ରାଜ୍ୟର ଲୋକମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି ବିଦ୍ୟୁତ ବିତରଣ କ୍ଷେତ୍ର। ରାଜ୍ୟର ରପ୍ତାନି ପ୍ରତି ଲୁହା ଓ ଇସ୍ପାତ, ଆଲୁମିନିୟମ ଓ ପେଟ୍ରୋଲିୟମ୍ ଉତ୍ପାଦ ତଥା ମାନୁଫାକ୍‌ଚରିଂ ୟୁନିଟ୍‌ଗୁଡ଼ିକର ବଡ଼ ଅବଦାନ ରହିଛି। ଏହି ସବୁ ଶିଳ୍ପ କ୍ଷେତ୍ରଗୁଡ଼ିକ ବ୍ୟାପକ ଭାବେ […]

ମନୋରଞ୍ଜନ ରାଜ୍ୟ

ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଭିଡିଓ: ମନକଥା କହିଲେ, କ୍ଷୋଭ ପ୍ରକାଶ କଲେ

କଟକ: ଓଲିଉଡର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ସୋସିଆଲ ମିଡିଆରେ ନିଜର ଏକ ନୂଆ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ନିଜର ମନକଥା କହିଛନ୍ତି। ପ୍ରାୟ ଅଧଘଣ୍ଟା ଏହି ଭିଡିଓରେ ସେ ନିଜର ମନକଥା କହିଛନ୍ତି। ଅନୁଭବ କହିଛନ୍ତି, ୨୦୦୮ରେ ଯାହାଙ୍କୁ ନିଜଠାରୁ ଅଧିକ ଭଲ ପାଇଥିଲି, ତାଙ୍କୁ ୨୦୧୪ରେ ବାହା ହୋଇଥିଲି। ଏହି ବାହାଘର ଲାଗି ଉଭୟଙ୍କ ଘରେ ରାଜି ନଥିଲେ, ତଥାପି ବାହାଘର ହୋଇଥିଲା। ମହିଳା ବୋଲି ସେ […]