ଅପରାଧ ରାଜ୍ୟ

ହାତୀଙ୍କ ଉପରେ ମାଡିଗଲା ଟ୍ରେନ୍‌, ମାଆ ସହ ଦୁଇ ହାତୀ ଛୁଆ ମୃତ

ବଡ଼ବିଲ ୨୦।୦୫ : ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ । ମାଆ ହାତୀ ସହ ଦୁଇ ହାତୀ ଛୁଆ ମୃତ ହୋଇଛି । କେନ୍ଦୁଝରର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ଓ ରେଲୱେ ଅଧିକାରୀ ଉପସ୍ଥିତ ଅଛନ୍ତି । ଖବର ଅନୁଯାୟୀ, ଦକ୍ଷିଣ ପୂର୍ବ ରେଲୱେ ଅନ୍ତର୍ଗତ, ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର୍ ନିକଟରେ ଏକ ମାଲବାହୀ ଟ୍ରେନ୍ […]

ଅପରାଧ ଦେଶ ବିଦେଶ

ଜମ୍ମୁରେ ଭୁଶୁଡ଼ି ପଡ଼ିଛି ନିର୍ମାଣାଧୀନ ସୁଡ଼ଙ୍ଗ ପଥ; ୬ଜଣ ଫସି ରହିଥିବା ଆଶଙ୍କା

ଶ୍ରୀନଗର: ଗୁରୁବାର ରାତିରେ ଜମ୍ମୁ ଓ କଶ୍ମୀରର ରାମବନ ଜିଲ୍ଲା ଅନ୍ତର୍ଗତ ମାକେର୍‌କୋଟ୍‌ ଅଞ୍ଚଳର ଖୋନି ନଳାରେ ଗୋଟାଏ ନିର୍ମାଣାଧୀନ ଚାରି-ଥାକିଆ ସୁଡ଼ଙ୍ଗ ପଥର ସ୍ବଳ୍ପ ଅଂଶ ଭୁଶୁଡ଼ି ପଡ଼ିବାରୁ ଭଗ୍ନସ୍ତୂପରେ ଅନ୍ୟୂନ ୬ଜଣ ଶ୍ରମିକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରହିଛି। ବିଭିନ୍ନ ଗଣମାଧ୍ୟମ ଉତ୍ତୋଳନ କରିଥିବା ଫୁଟେଜ୍‌ରେ ଦେଖାଯାଉଛି, ପୋତି ହୋଇଯାଇଥିବା ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ଲାଗି ବୁଲ୍‌ଡୋଜର୍‌ ସୁଡ଼ଙ୍ଗର ଭଗ୍ନାଂଶ ସବୁ ପରିଷ୍କାର କରୁଛି। […]

ଅପରାଧ ରାଜ୍ୟ

ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି

ଭୁବନେଶ୍ବର ୨୦।୦୫ : ରାଜଧାନୀରେ ଫୁଟିଲା ବୋମା । ଭୁବନେଶ୍ବର ଜଗନ୍ନାଥ ନଗରରେ ୨ଟି ବୋମାମାଡ ହୋଇଛି । ବୋମାମାଡର କାରଣ ଅସ୍ପଷ୍ଟ ରହିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିବା ବେଳେ ସ୍ଥାନୀୟ ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେପଟେ ବୋମାମାଡ଼ ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ବୋମମାଡ଼ କରିଛି । ଏହା ପଛରେ କାରଣ […]

ଅପରାଧ ରାଜ୍ୟ

ଗୁଣିଗାରେଡି ସନ୍ଦେହରେ ପିଟି ପିଟି ହତ୍ୟା ଘଟଣା, ୭ ଗିରଫ

କାଲିମେଳା ୨୦।୦୫: ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣା । ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କାଲିମେଳା ପୋଲିସ l ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ଥାନା କାଙ୍ଗୁରକୋଣ୍ଡା ଗାଁର ପଦିଆ ମାଡକାମୀଙ୍କୁ କଙ୍ଗାରୁ କୋର୍ଟରେ ଗୁଣିଗାରେଡି ସନ୍ଦେହରେ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା l ଏହାପରେ ମୃତ ବ୍ୟକ୍ତିଙ୍କ ପୁଅ ବିରେନ୍ଦ୍ର ମାଡକାମୀ ୮ ଜଣଙ୍କ ନାଁରେ ଏତଲା ଦେଇଥିଲେ । […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଅପରାଧ ରାଜ୍ୟ

ରାଇଘର ସୀମାନ୍ତରେ ମାଓ ପୋଷ୍ଟର, ପୋଲିସ କାର୍ଯ୍ୟକଳାପକୁ ବିରୋଧ କରି ଓଡିଶା ଓ ପୂର୍ଵ ଛତିଶଗଡ଼ରେ ମାଓବାଦୀଙ୍କ ବନ୍ଦ ଡାକରା

ଉମରକୋଟ ୨୦।୦୫: ନବରଙ୍ଗପୁର ରାଇଘର ସୀମାନ୍ତରେ ମାଓ ପୋଷ୍ଟର ଓ ବ୍ୟାନର। ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତରେ ପୋଷ୍ଟର ଓ ବ୍ୟାନର ମାରିଛନ୍ତି ମାଓବାଦୀ l ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ଓ ହାତୀ ଗାଁ ରାସ୍ତା କଡ଼ରେ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛି ଲାଲବାହିନୀ । ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ l ଜଙ୍ଗଲ କାଟାକୁ ବିରୋଧ କରିବାକୁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଖଳା ହାଲ୍‌ଚାଲ୍‌ : ରବିବାର ଚନ୍ଦନ ଯାତ୍ରାର ଭଉଁରୀ ଉତ୍ସବ, ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ କାମ

ପୁରୀ ୨୦।୦୫: ରବିବାର ଚନ୍ଦନ ଯାତ୍ରାର ଭଉଁରୀ ଉତ୍ସବ । ଆଉ ମଝିରେ ରହିଲା ଆଉ ୨ଦିନ । ରଥ ନିର୍ମାଣରେ ବିଶେଷ ପର୍ବ ଚକ- ଅଖ ଡେରା । ଏଣୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଗୁରୁବାର ଠାରୁ ପ୍ରସ୍ତୁତ ରହିଛି ନାହାକା ଚକ ଓ ଅଖ । ରଥ ତ୍ରୟ ପାଇଁ ତିନୋଟି ନାହାକା ଅଖ ଓ ୬ ଗୋଟି ଚକ ତିଆରି ସରିଛି । ଠାକୁରଙ୍କ ଆଜ୍ଞାମାଳ ଲାଗି […]

ଖେଳ ରାଜ୍ୟ

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌, ଶତ ପ୍ରତିଶତ କ୍ଷମତାରେ ଖେଳ ଦେଖିବେ ଦର୍ଶକ

କଟକ, ୧୯/୦୫: ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଶତ ପ୍ରତିଶତ କ୍ଷମତାକୁ ନେଇ ଖେଳ ଦେଖିବେ ଦର୍ଶକ । ଷ୍ଟାଡିୟମ୍‌ରେ ସମ୍ପୂର୍ଣ୍ଣ ସିଟ୍‌ରେ ଦର୍ଶକ ଖେଳ ଦେଖିବା ନେଇ ବିସିସିଆଇ ପକ୍ଷରୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି । ଜୁନ ୧୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍। ଦୁଇ ଦେଶ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ଏ ନେଇ ପୂର୍ବରୁ ସୂଚନା ଦେଇଛନ୍ତି […]

ଅପରାଧ ରାଜ୍ୟ

ସର୍ଭେ ରିପୋର୍ଟରେ ଖୁଲାସା: କେବଳ ଶିବଲିଙ୍ଗ ନୁହେଁ ଜ୍ଞାନବାପି ମସଜିଦ ଭିତରୁ ଅଛି ପଦ୍ମ, ତ୍ରିଶୁଳ, ଡମ୍ବୁର, ସାପ ଫଣା

ବାରାଣସୀ: ଜ୍ଞାନବାପି ମସଜିଦକୁ ନେଇ ରହସ୍ୟ ଘନେଇବାରେ ଲାଗିଛି। ପ୍ରଥମେ ମସଜିଦ ଭିତରୁ ଶିବଲିଙ୍ଗ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏବେ ମସଜିଦ୍ ଭିତରୁ ପଦ୍ମ, ତ୍ରିଶୁଳ, ଡମ୍ବୁର, ସାପ ଫଣାର ଭଗ୍ନାବଶେଷ ମିଳିଥିବା କୁହାଯାଉଛି। ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଅଜୟ ମିଶ୍ରା କହିଛନ୍ତି ଯେ, ଏହି ସପ୍ତାହ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜ୍ଞାନବାପି ମସଜିଦର ସର୍ଭେ କରାଯାଇଥିବା ବେଳେ ଭିତରୁ ବହୁ ବର୍ଷ […]

ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ ଫିଲ୍ମର ଶୁଟିଂ ପାଇଁ ବାହାରିଲେ ଆଲିଆ, କହିଲେ-ମୁଁ ବହୁତ ନର୍ଭସ ଅଛି

ମୁମ୍ବାଇ୧୯।୦୫: ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ନିକଟରେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଅଭିନେତ୍ରୀ ହଲିଉଡ ଫିଲ୍ମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ସୁଟିଂ ପାଇଁ ଆଲିଆ ଭଟ୍ଟ ବାହାରିଛନ୍ତି। ଏହି ଚଳଚ୍ଚିତ୍ରରେ ହଲିଉଡ ଅଭିନେତ୍ରୀ ଗେଲ ଗୋଟେଡ୍ ମଧ୍ୟ ତାଙ୍କ ନଜର ଆସିବେ। ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି […]