ଅପରାଧ ରାଜ୍ୟ

ଗୋଚାଲାଣକାରୀଙ୍କ ଗୁଳିମାଡ଼ରେ ଦୁଇ ଗୋସେବକ ଗୁରୁତର

ଯଶିପୁର: ଆଜି ଭୋର୍ ୩ଟାରୁ ୪ଟା ମଧ୍ୟରେ ଯଶିପୁର ଟୋଲଗେଟ୍ ନିକଟରେ ଗୋସେବକଙ୍କ ଉପରକୁ ଗୋଚାଲାଣକାରୀମାନେ ଗୁଳିମାଡ଼ କରିଥିବାର ଖବର ମିଳିଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ଗୋଚାଲାଣ ଲାଗି ଗୋରୁ ଗାଡ଼ିକୁ ନେଇ ଯାଉଥିବା ବେଳେ ଗୋସେବକମାନେ ଅଟକାଇବାରୁ ଗୋଚାଲାଣକାରୀ ଗୁଳି ଚଳାଇଥିଲେ। ସୂଚନା ଅନୁଯାୟୀ, ଜାତୀୟ ରାଜପଥ ବେଗୁନିଆ ନିର୍ମାଣାଧୀନ ଟୋଲ ପ୍ଲାଜା ନିକଟରେ ଗୋରୁ ଚାଲାଣ ଗାଡ଼ିର ସୁରକ୍ଷା ଦେଉଥିବା ଏସକର୍ଟ ପାର୍ଟି ସହିତ ମୁହାମୁହିଁ ହୋଇଥିଲେ ଦେବସେନା […]

ଅପରାଧ ରାଜ୍ୟ

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ

ବାଲିଗୁଡା, ୨୧/୦୫: ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲାକୁ ଗଞ୍ଜେଇର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲିଗୁଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି l ଲଣ୍ଡାଗାଁ ପଞ୍ଚାୟତର କମ୍ବାରକିଆ ଜଙ୍ଗଲରେ ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ୯୦୭ କିଲୋଗ୍ରାମ ୬୦୦ ଗ୍ରାମ ଗଞ୍ଜେଇକୁ ଜବତ କରିଛି ବାଲିଗୁଡା ପୋଲିସ l ବାଲିଗୁଡା ଏସଡିପିଓ ଜି. ଆର ରେଡ୍ଡୀ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ବିଶ୍ୱସ୍ତ ସୂତ୍ରରୁ ଖବର […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅବଶେଷରେ ମୁହଁ ଖୋଲିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର: କହିଲେ, ଜଗନ୍ନାଥଙ୍କ ଡୋରି ଲାଗିଲେ ସାରା ଓଡ଼ିଶା ଝୁମିବ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରି ବିବାଦ ଘେରରେ ଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅବଶେଷରେ ମୁହଁ ଖୋଲିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରି କହିଛନ୍ତି, ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ପାଳି ପଡ଼ିନାହିଁ, ମୋର ଡୋରି ଲାଗିନି। ଯେବେ ଡୋରି ଲାଗିବ, ସାରା ଓଡ଼ିଶା ଝୁମିବ। ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ଇଚ୍ଛା ହେଉନି ବୋଲି ଶୁଣିବାକୁ ମିଳିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆମେ ସମସ୍ତେ ଭଲ ପାଉ। ଯେଉଁ ବଡ଼ଭାଇମାନେ […]

ଅପରାଧ ରାଜ୍ୟ

ଘରୋଇ ମେଡିକାଲ୍ କଲେଜରେ ନାମଲେଖା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ୨ ଆନ୍ତରାଜ୍ୟ ଠକ ଗିରଫ

ଭୁବନେଶ୍ବର: ବେସରକାରୀ ମେଡିକାଲ୍ କଲେଜରେ ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଆନ୍ତରାଜ୍ୟ ଠକ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ଘରୋଇ ମେଡିକାଲ୍ କଲେଜରେ ଏମବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବାର ବ୍ୟବସ୍ଥା କରାଇଦେବେ ବୋଲି କହି ଜଣେ ଛାତ୍ରୀଙ୍କଠାରୁ ୨ ଆନ୍ତଃରାଜ୍ୟ ଠକ ୩୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରେ ସେଦୁହେଁ ଛାତ୍ରୀଙ୍କୁ ଧରାଛୁଆଁ ଦେଇ ନଥିଲେ। ଏହାପରେ ବାଧ୍ୟ ହୋଇ ଛାତ୍ରୀଜଣକ ଏନେଇ ଇନଫୋସିଟି ଥାନାରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତରେ ଓମିକ୍ରନର ଉପ-ପ୍ରଜାତି ବିଏ.୪ର ପ୍ରଥମ ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଓମିକ୍ରନ ପ୍ରଜାତିର ଉପ-ପ୍ରଜାତି ଚିହ୍ନଟ ହୋଇଛି । ଏହାକୁ କୁହାଯାଉଛି ବିଏ.୪ । ହାଇଦ୍ରାବାଦରେ ଏହାକୁ ଚିହ୍ନଟ କରାଯାଇଥିବା ଜେନୋମିକ୍ସ ସଂପର୍କିତ ସାର୍ସ କୋଭିଡ-୨ କନସୋର୍ଟିୟମ (ଇନସାକଗ) ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତ ୯ ତାରିଖରେ ସଂଗୃହୀତ ଏନ ନମୁନାରେ ଏହି ଉପ-ପ୍ରଜାତି ଥିବା ଆଜି ଜଣାପଡ଼ିଛି ବୋଲି ଇନସାକଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହି ବିଏ.୪ ଉପ-ପ୍ରଜାତି ଦକ୍ଷିଣ ଏସିଆର ଅନେକ ଲୋକଙ୍କୁ ସଂକ୍ରମିତ କରିଥିଲା । କିନ୍ତୁ […]

ଅପରାଧ ଦେଶ ବିଦେଶ

ଟନେଲ୍‌ ଭୁଶୁଡ଼ି ଜଣେ ମୃତ, ଫସିଛନ୍ତି ୧୦

ଜମ୍ମୁ କାଶ୍ମୀର : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଖୋନି ନାଲ୍ଲାଠାରେ ଏକ ନିର୍ମାଣାଧୀନ ଟନେଲର କିଛି ଅଂଶ ଗୁରୁବାର ରାତିରେ ଭୁଶୁଡ଼ି ପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ଏବଂ ୧୦ ଜଣ ଭଗ୍ନସ୍ତୂପ ତଳେ ଫସି ରହିଥିବା ଅଧିକାରୀମାନେ କହିଛନ୍ତି। ଅଡିଟ୍ ଚାଲିଥିବାବେଳେ ଟନେଲର ପ୍ରାୟ ୩୦ରୁ ୪୦ ମିଟର ଅଂଶ ଭୁଶୁଡ଼ି ପଡ଼ିଥିଲା। ତୁରନ୍ତ ପୁଲିସ ଏବଂ ସେନା ପକ୍ଷରୁ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ […]

ଅପରାଧ ରାଜ୍ୟ

ରାସ୍ତା କଡରେ ପଡିଛି କଟା ଗୋଡ଼, ସୁକିନ୍ଦା ପୋଲିସ ଓ ସାଇଣ୍ଟିଫିକ୍ ଟିମର ତନାଘନା

ଯାଜପୁର ୨୧/୦୫: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ୫୩ ନଂମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ କଟା ଗୋଡ଼ ଉଦ୍ଧାର । ରାସ୍ତା କଡ଼ରେ ପଡିଛି କଡା ଗୋଡ । ତେବେ ଏହି କଟା ଗୋଡ଼ଟି କାହାର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ପାଇଁ କେନ୍ଦ୍ରାପଡ଼ରୁ ସାଇଣ୍ଟିଫିକ ଟିମ୍ ତଦନ୍ତ ପରେ ଅଧିକ ସୂଚନା […]

ଅପରାଧ ରାଜ୍ୟ

ଅବିନାଶ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଲା ସୁରାକ୍: ସିସିଟିଭି ଫୁଟେଜ୍‌ରେ ୪ ସନ୍ଦିଗ୍ଧ ଚିହ୍ନଟ, ମୋବାଇଲ ସିଡିଆର ଖୋଲିବ ରହସ୍ୟ

ଭୁବନେଶ୍ୱର ୨୧/୦୫ : ଧୀରେ ଧୀରେ ରହସ୍ୟ ଭିତରକୁ ଟାଣି ହେଇଯାଉଛି ଅବିନାଶ ପ୍ରଧାନଙ୍କ ମୃତ୍ୟୁ ରହସ୍ୟ । ଅବିନାଶଙ୍କୁ ହତ୍ୟା କରାଯାଇଥିବାର ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳୁଛି କମିଶନରେଟ ପୋଲିସକୁ । ସେଦିନ ଶିଖରଚଣ୍ଡୀ ରାସ୍ତାରେ ଜଣେ ଯୁବକଙ୍କୁ ସହ ଯାଇଥିଲେ ଅବିନାଶ । କିଛି ସମୟ ପରେ ସେହି ରାସ୍ତାରୁ ଦୁଇଟି ବାଇକରେ ଚାରିଜଣ ଫେରିଥିଲେ । ଯାହାର ସିସିଟିଭି ଫୁଟେଜ ଲାଗିଛି ପୋଲିସ ହାତରେ ଲାଗିଛି । ବାଇକରେ କିଏ ଅବିନାଶ […]

ଅପରାଧ ଦେଶ ବିଦେଶ

ହାଇଦ୍ରାବାଦ ଏନ୍‌କାଉଣ୍ଟର ‘ନକଲି’ ଥିଲା

ହାଇଦ୍ରାବାଦ : ହାଇଦ୍ରାବାଦରେ ୨୦୧୯ରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପରେ ବର୍ବର ହତ୍ୟା କରାଯାଇଥିଲା ଏବଂ ଏହି ମାମଲାର ସମସ୍ତ ୪ ଅଭିଯୁକ୍ତ ପୁଲିସ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ। ଏହାର ଯାଞ୍ଚ ପାଇଁ ସୁପ୍ରିମ୍‌ କୋର୍ଟ ଏକ କମିଟି ଗଠନ କରିଥିଲେ। ଆଜି କମିଟି ଦାଖଲ କରିଥିବା ରିପୋର୍ଟରେ କୁହାଯାଇଛି ଯେ ପୁଲିସ କର୍ମୀମାନେ ଅଭିଯୁକ୍ତଙ୍କ ଉପରକୁ ଜାଣିଶୁଣି ଗୁଳି ଚଳାଇଥିଲେ। ସେମାନଙ୍କୁ ଶେଷ କରିଦେବା ଉଦ୍ଦେଶ୍ୟରେ ପୁଲିସ ଏହିଭଳି ପଦକ୍ଷେପ ନେଇଥିଲା ଏବଂ ଏହି […]

ଅପରାଧ ରାଜ୍ୟ

ଗୋ ସୁରକ୍ଷାକାରୀଙ୍କ ଉପରେ ମାଫିଆଙ୍କ ଗୁଳିମାଡ଼, ଦୁଇ ଗୁରୁତର ଓ ଦୁର୍ବୃତ୍ତ ଫେରାର୍

କରଞ୍ଜିଆ ୨୧/୦୫ : ଗୋ ମାଫିଆଙ୍କ ଗୁଳି ମାଡ଼ରେ ଦୁଇ ଗୋ ସୁରକ୍ଷାକାରୀ ଗୁରୁତର । ଜଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଘଟିଛି ଗୁଳିକାଣ୍ଡ । ଆଜି ଭୋର ୪ଟା ସମୟରେ କିଛି ଗୋ ଚାଲାଣକାରୀ ୮ଟି ୧୬ଚକିଆ ଟ୍ରକରେ କଲିକତା ଅଭିମୁଖେ ଗୋ ଚାଲାଣ କରୁଥିବା ଖବର ପାଇ କଟକ ଶାଖାର ଦେଵସେନା ଓ ବଜରଙ୍ଗଦଳର ଗୋ ସୁରକ୍ଷା କର୍ମୀ କେନ୍ଦୁଝରରୁ ପିଛାକରି ବେଗୁନିଆ ଟୋଲଗେଟ ନିକଟକୁ ଯାଇ […]