ଅପରାଧ ରାଜ୍ୟ

ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ପୁରୀ ୨୫।୦୫: ପୁରୀରେ ଛୁରାମାଡରେ ଯୁବକ ଗୁରୁତର ହେବା ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୋଖା ସାହିର ଦୁପୁନା ବେହେରା ସହ ବିଭୁନା ଭୋଇ ଓ ଶିବୁନା ପାତ୍ର ଗିରଫ । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସର ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବଡଦାଣ୍ଡ ମାଉସୀ ମା ମନ୍ଦିର ସମ୍ମୁଖରେ ଛୁରାମାଡରେ ସୂର୍ଯ୍ୟନାରାୟଣ […]

ଅପରାଧ ଦେଶ ବିଦେଶ

ଟେକ୍‌ସାସ୍‌ ସ୍କୁଲ୍‌ରେ ଗୁଳି ଚଳାଇଲେ ତରୁଣ ବନ୍ଧୁକଧାରୀ; ୧୮ ପିଲାଙ୍କ ସମେତ ୨୧ ନିହତ

ୟୁଭାଲ୍‌ଡି (ଯୁକ୍ତରାଷ୍ଟ୍ର ଆମେରିକା): ମଙ୍ଗଳବାର ଦିନ ଟେକ୍‌ସାସ୍‌ ଅନ୍ତର୍ଗତ ୟୁଭାଲ୍‌ଡି କାଉଣ୍ଟିସ୍ଥିତ ଏକ ଏଲିମେଣ୍ଟାରି ସ୍କୁଲ୍‌ରେ ଜଣେ ତରୁଣ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨୧ଜଣ ନିହତ ହୋଇଥିବା କଥା ଟେକ୍ସାସ୍‌ର ଗଭର୍ଣ୍ଣର୍‌ ଗ୍ରେଗ୍‌ ଆବୋଟ୍‌ କହିଛନ୍ତି। ନିହତମାନଙ୍କ ମଧ୍ୟରେ ଅଛନ୍ତି ୧୮ଜଣ ସାନ ପିଲା ଏବଂ ୩ଜଣ ପ୍ରାପ୍ତବୟସ୍କ। ସାଲ୍‌ବାଡର୍‌ ରାମୋସ୍‌ ନାମଧ୍ୟେୟ ଉକ୍ତ ୧୮ ବର୍ଷିୟ ସନ୍ଦିଗ୍ଧ ବନ୍ଧୁକଧାରୀଜଣଙ୍କ ଘଟଣାସ୍ଥଳରେ ପୁଲିସ ଅଧିକାରୀଙ୍କ ଗୁଳି ଚୋଟରେ ପ୍ରାଣ ହରାଇଥିବା କଥା ଆବୋଟ୍‌ କହିଛନ୍ତି। ଆତତାୟୀଙ୍କ ପାଖରେ […]

ଅପରାଧ ରାଜ୍ୟ

କଳିଙ୍ଗାଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ; ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ୨୫।୦୫: କଳିଙ୍ଗା ଘାଟି ବସ୍ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କେନ୍ଦ୍ର ଶିକ୍ଷା, ଉଦ୍ୟମିତା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି […]

ଅପରାଧ ରାଜ୍ୟ

କାକାର ଠେଙ୍ଗା ମାଡ଼ରେ ପୁତୁରା ମୃତ, ମାତାଲ ହୋଇ ଘରେ କରୁଥିଲେ ଝଗଡ଼ା

କେନ୍ଦୁଝର ୨୫।୦୫: କାକାର ଠେଙ୍ଗା ମାଡ଼ରେ ପୁତୁରା ମୃତ । କେନ୍ଦୁଝର ଜିଲ୍ଲା ସଦର ଥାନା ତାଳପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ତାଳପଦା ଗାଁରେ ଯୁବକ ମାତାଲ ହୋଇ ଘରେ ଖରାପ ଭାଷାରେ ଗାଳିଗୁଳଜ କରୁଥିଲେ । ଏହାସହିତ ଘରେ ମଧ୍ୟ ଝଗଡ଼ା କରୁଥିଲେ । ଏହି ସମୟରେ କାକାଙ୍କ ଠେଙ୍ଗା ମାଡ଼ରେ ପୁତୁରାର ମୃତ୍ୟୁ ହୋଇଛି । ପୋଲିସ […]

ଅପରାଧ ରାଜ୍ୟ

କଳିଙ୍ଗା ଘାଟିରେ ବସ ଓଲଟି ୬ ମୃତ

ଭଞ୍ଜନଗର: ଗଞ୍ଜାମ -କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ କହିଛି। ପୁଲିସ ଓ ଦମକାଳବାହିନୀ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇଛି। ୪୨ ଜଣ ଆହତ ହୋଇଥିବାବେଳେ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ମେକେସିଜିରେ ଭର୍ତ୍ତି କରାଯାଇଥିବାବେଳେ ୧୬ଜଣଙ୍କୁ ଭଞ୍ଜନଗର ହସପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା […]

ଅପରାଧ ରାଜ୍ୟ

ଗୁଳି କରି ଗୋରୁ ବ୍ୟବସାୟୀଙ୍କୁ ହତ୍ୟା, ୨୦ ଲକ୍ଷ ଟଙ୍କା ଲୁଟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରରାମାଞ୍ଚଳ ଥାନା ହାଟବାଦଡାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଲେ ପଶ୍ଚିମବଙ୍ଗ କମ୍ବାଲି ଥାନା ଅଞ୍ଚଳର ଜାମୁସ ଅଲ୍ଲୀ। ହାଟବାଦଡାରେ ଗୋରୁ ହାଟ ବସେ। ସେଠାକୁ ପଶ୍ଚିମବଙ୍ଗ ଅଞ୍ଚଳର ଅନେକ ବ୍ୟବସାୟୀ ଗୋରୁ କିଣିବା ପାଇଁ ଆସନ୍ତି। ବୁଧବାର ସକାଳ ପ୍ରାୟ ୭ଟାରେ ହାଟବାଦଡା ଗୋରୁ ହାଟରେ ବ୍ୟବସାୟ ଚାଲିଥିବାବେଳେ ହଠାତ ୪ଜଣ ଦୁର୍ବୃତ୍ତ ୨ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ […]

ଦେଶ ବିଦେଶ ମନୋରଞ୍ଜନ

‘ତାରକ ମେହେଟ୍ଟାକା ଉଲଟା ଚଷମା’ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ସୋ’କୁ କମବ୍ୟାକ୍ କରିବେ ଦୟାବେନ୍

ମୁମ୍ୱାଇ ୨୪/୦୫: ଦୀର୍ଘ ଦିନ ଧରି ଚାଲିଆସୁଥିବା କମେଡି ଶୋ ‘ତାରକ ମେହେଟ୍ଟାକା ଉଲଟା ଚଷମା’ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ସୋ’କୁ କମବ୍ୟାକ୍ କରିବେ ଦୟାବେନ୍ର ପ୍ରଶଂସକଙ୍କ ପାଇଁ ଖୁସିର ଖବର । ଗୋଟିଏ ପଟେ ଶୈଲେଶ ଲୋଡା ଏବଂ ମୁମୁନ୍ ଦତ୍ତଙ୍କ ସୋ ଛାଡିବାର ଖବର ଚର୍ଚ୍ଚା ହେଉଥିବାବେଳେ ଏବେ ଦୟାବେନ ସୋ’ କୁ ରିଟର୍ଣ୍ଣ କରିବା ଖବର ଜଣାପଡିଛି । ସୋ’ର ନିର୍ମାତା ନିଜେ ଏହି ଖବର ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି […]

ଅପରାଧ ଦେଶ ବିଦେଶ ମନୋରଞ୍ଜନ

୮ବର୍ଷ ବୟସରେ ଅଭିନେତ୍ରୀ ହେବେ ବୋଲି ବାପାଙ୍କୁ କହିଥିଲେ ନୋରା, ମିଳିଥିଲା ଏମିତି ଜବାବ

ମୁମ୍ବାଇ ୨୪।୫: ଅଭିନେତ୍ରୀ ନୋରା ଫତେହିଙ୍କୁ କିଏ ନଜାଣିଛି । ନୋରାଙ୍କ ନାଁ ଏବେ କେବଳ ଭାରତ ନୁହେଁ ବରଂ ସାରା ବିଶ୍ବରେ ଫେମସ୍ ହୋଇସାରିଛି । ୨୦୧୮ରେ ନୋରାଙ୍କ ଗୋଟିଏ ଗୀତ ଯାହା ତାଙ୍କୁ କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦେଇଥିଲା । କିନ୍ତୁ ଆଜି ଯେଉଁ ଜାଗାରେ ନୋରା ପହଞ୍ଚିଛନ୍ତି ସେଠାରେ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଖାସକରି ପରିବାର ତରଫରୁ ତାଙ୍କୁ କୌଣସି ସପୋର୍ଟ ମିଳିନଥିଲା । ଯେଉଁଥିପାଇଁ ତାଙ୍କୁ […]

ଅପରାଧ ରାଜ୍ୟ

ପଶ୍ଚିମବଙ୍ଗକୁ ହେଉଥିଲା ଗଞ୍ଜେଇ ଚାଲାଣ, ୨ ମାଫିଆ ଥାନାରେ ଅଟକ, କାର ଜବତ

ଜଳେଶ୍ୱର, ୨୪/୦୫: ୬୦ ନଂ ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଜଳେଶ୍ୱର ପୋଲିସ ଦ୍ଵାରା ରାଜଘାଟ ନାକା ପଏଣ୍ଟ ନିକଟରୁ କାର ଜବତ ହୋଇଛି । ଦୁଇ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଛି ପୋଲିସ୍‌ । ପାଖାପାଖି ୧ କୁଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି । ପୋଲିସର ତଦନ୍ତ ଜାରୀ ରହିଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଦେଇ ଓଡିଶାରୁ […]

ଅପରାଧ ରାଜ୍ୟ

ବାଲେଶ୍ଵର ଫଳକ ଦୁର୍ନୀତି: ଖବର ପ୍ରସାରଣ ପରେ ଚେଇଁ ଉଠିଲା ଭିଜିଲାନ୍ସ, ତଦନ୍ତ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ

ବାଲେଶ୍ଵର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେଇଁ ଉଠିଛି ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସ। ବାଲେଶ୍ବର ଜିଲ୍ଲା ଫଳକ କିଣା ଦୁର୍ନୀତି ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା ଭିଜିଲାନ୍ସ ଅତିରିକ୍ତ ଏସପି ମହେଶ୍ଵର ସେଠୀ କହିଛନ୍ତି । ଫଳକ କିଣାରେ ପାଂଚ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ପ୍ରଥମେ ନ୍ୟୁଜ୍୭ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ତତ୍ପର ହୋଇ ଉଠିଛି ଭିଜିଲାନ୍ସ। ସୂଚନା ଅନୁଯାୟୀ, […]