ରାଜ୍ୟ

ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚାକିରିରେ ୧୦% ସଂରକ୍ଷଣ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ତିନିଟି ବଡ଼ ନିଷ୍ପତ୍ତିରେ ମୋହର ବାଜିଛି। ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚାକିରିରେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି। ୧ ବର୍ଷ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ। ପୁଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ରହିବାର ବ୍ୟବସ୍ଥା ରହିଥିବା ନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର […]

ରାଜ୍ୟ

ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା

ଭୁବନେଶ୍ବର: ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ବିଧାୟକମାନଙ୍କୁ ଗୋଟିଏ ଗୋଟିଏ ଗୋ ଶାଳା ନିର୍ମାଣ କରିବାକୁ ନିବେଦନ କରଛନ୍ତି। ସେ କହିଛନ୍ତି, ସବୁ ବିଧାୟକ କରନ୍ତୁ, ୯୦% ସବସିଡି ଦିଆଯିବ। ଗାଈ ପାଇଁ ଦିନକୁ ୫୪ ଟଙ୍କା ଦିଆଯିବ। ଚଳିତ ବର୍ଷ ୨୦୦ ଗୋ ଶଳା ନିର୍ମାଣ ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର।  ସବୁ ବିଧାୟକ ନିଜ ଅଞ୍ଚଳରେ ଗୋଟିଏ ଗୋ ଶାଳା […]

ରାଜ୍ୟ

ମୋହନ ସରକାରଙ୍କ ବଡ଼ ଘୋଷଣା: ଶ୍ରମିକଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ନିର୍ମାଣ ଶ୍ରମିକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିରେ ସରକାର ବୃଦ୍ଧି ଘୋଷଣା କରିଛନ୍ତି। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ଏବେ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହା ନିର୍ମାଣ ଶ୍ରମିକଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ଏଣିକି ଅନୁକମ୍ପାମୂଳକ ସହାୟତା ଭାବେ ୬ଲକ୍ଷ ଟଙ୍କା ଦିଆଯିବ।  ସେହିଭଳି […]

ରାଜ୍ୟ

୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ କଲ୍ୟାଣକାରୀ ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସୂଚନା ଅନୁଯାୟୀ ସକାଳ ୧୧ଟା  ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ। ଏଠାରୁ କଡ଼ା ସୁରକ୍ଷା ମଧ୍ୟରେ ଜନତା ମଇଦାନକୁ ଯିବେ। ସେଠାରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ। ଅପରାହ୍ଣ ୩ଟା ୨୫ ମିନିଟ ସମୟରେ ନୂଆଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।

ରାଜ୍ୟ

ବନ୍ୟାରେ ସର୍ବସ୍ବ ହରାଇଲେ ମହିଳା

ମାଲକାନଗିରି: ଜିଲ୍ଲାରେ ବନ୍ୟା ଲୋକଙ୍କ ଦୁଃଖକୁ ଆହୁରି ଦୁଇଗୁଣ କରିଦେଇଛି। ବହୁ ଲୋକ ନିଜର ଘରଦ୍ବାର ଛାଡ଼ି ଏବେ ବାହାରେ ରହୁଛନ୍ତି।ବନ୍ୟା ଜଳ ସେମାନଙ୍କର ସମସ୍ତ ଧନସଂପତ୍ତି ନଷ୍ଟ କରିଦେଇଛି। କେବଳ କୋଠାବାଡିକୁ ଛାଡିଦେଲେ ଅନ୍ୟ ସବୁ ଘର ପାଣିରେ ଦୁଇ ଦିନ ରହିବା ପରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଭଳି ଜଣେ ଅସହାୟ ମହିଳାଙ୍କ ଦୁଃଖଦ କାହାଣୀ ବନ୍ୟାଞ୍ଚଳ ଗସ୍ତ କରିବା ପରେ ଦେଖିବାକୁ ମିଳିଥିଲା। ପୋଟେରୁ ଗ୍ରାମର ରାକ୍ଷୀ ଦେ। ସ୍ବାମୀ ଅନ୍ୟତ୍ର ଚାଲିଯାଇଥିବା […]

ରାଜ୍ୟ

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବ ‘ସୁଭଦ୍ରା’

ଓଡ଼ିଶାରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଛି। ଓଡ଼ିଆ ଅସ୍ମିତାର ମହାନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଣୀ ସୁଭଦ୍ରାଦେବୀଙ୍କ ନାମାନୁସାରେ ଏହି ଯୋଜନାକୁ ନାମିତ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ଦେବୀତୁଲ୍ୟା ମା’, ଭଉଣୀମାନଙ୍କ ଆର୍ଥିକ ମାନଦଣ୍ଡକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓଡ଼ିଶାର ମା’, ଭଉଣୀମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଚଳିତ ମାସ ୧୭ ତାରିଖ ଦିନ ନିଜର ଜନ୍ମତିଥିରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ। […]

ରାଜ୍ୟ

ଓଡ଼ିଶାରେ ଗଡ଼ିବ ଆଉ ୩ଟି ବନ୍ଦେ ଭାରତ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ ହେବ। ସେଥିମଧ୍ୟରୁ ଓଡ଼ିଶା ମଧ୍ୟରେ ୩ଟି ଟ୍ରେନ୍‌ ଚଳାଚଳ କରିବ। ସେଗୁଡ଼ିକ ହେଲା ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ, ରାଉରକେଲା-ହାୱଡା ବନ୍ଦେ ଭାରତ ଓ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ୍‌। ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି। ରେଳ […]

ରାଜ୍ୟ

ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ, ପ୍ରେମିକ ମୃତ, ପ୍ରେମିକା ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ଅନ୍ତର୍ଗତ ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଳୁ ମାଝୀ ଅଡାଯୋର୍ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିବା ଜାଣି ଯୁବତୀଙ୍କ ବାପା ବିଜୟ ମାଝୀ ନିଜ ଝିଅ ଲଳିତା ଓ ତାର ପ୍ରେମିକ ମଙ୍ଗଳୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା। ସୂଚନା ମୁତାବକ ଏହି ପ୍ରେମୀଯୁଗଳ ଗତ ମାସେ ହେଲା ଘରୁ ଫେରାର ଥିଲେ। କିନ୍ତୁ ସପ୍ତାହ ପୁର୍ବରୁ ଗାଁକୁ ଆସିଥିଲେ। ଝିଅ ନିଜ ବାପଘରେ […]

ରାଜ୍ୟ

ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏକାକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରସନ୍ନ ସ୍ୱାଇଁଙ୍କ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାସଭବନ ଓ ୩ ମହଲା ଘର, ଭଞ୍ଜନଗରରେ ଥିବା ୩ ମହଲା ଘର, ନିର୍ମାଣାଧାନ ଦୁଇମହଲା ଘର, ବ୍ରହ୍ମପୁରର ତୁଳସୀନଗରରେ ଥିବା ୪ମହଲା ଘର, ଭଞ୍ଜନଗରର […]

ରାଜ୍ୟ

ଦାଦନଗଡ଼ ଚଳଚଞ୍ଚଳ: ଫିଟିଲାଣି ଗାଁ ଘରତାଟି, ହାଉଯାଉ ସର୍ଦ୍ଦାର, ଦଲାଲ୍‌

ଲାଙ୍ଗୀର ଜିଲ୍ଲାର ଦୁଇଟି ପ୍ରମୁଖ ବ୍ୟାବସାୟିକ ସହର ହେଉଛି ପାଟଣାଗଡ଼ ଓ କଣ୍ଟାବାଞ୍ଜି। ଉଭୟ ସହରର ଠିକ୍‌ ମଝି, ଅର୍ଥାତ ୨୦ କିଲୋମିଟର ଦୂର‌ରେ ବେଲପଡ଼ା ବ୍ଲକ୍‌। କିନ୍ତୁ ଏହି ବ୍ଲକ୍‌ରେ ଦ୍ରବ୍ୟ, ସାମଗ୍ରୀର ବେପାର ନୁହଁ, ବରଂ ମଣିଷ ବେପାର ଚାଲେ। ଡୁଙ୍ଗୁରିପାଲିରୁ ଅଞ୍ଜନ ପ୍ରଧାନବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଦୁଇଟି ପ୍ରମୁଖ ବ୍ୟାବସାୟିକ ସହର ହେଉଛି ପାଟଣାଗଡ଼ ଓ କଣ୍ଟାବାଞ୍ଜି। ଉଭୟ ସହରର ଠିକ୍‌ ମଝି, ଅର୍ଥାତ ୨୦ କିଲୋମିଟର ଦୂର‌ରେ ବେଲପଡ଼ା ବ୍ଲକ୍‌। କିନ୍ତୁ […]