ମହେନ୍ଦ୍ରଗିରିରେ ଶିବରାତ୍ରି, ପାଦଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପାରଳାଖେମୁଣ୍ଡି : ଭାରତର ସପ୍ତପର୍ବତ ମଧ୍ୟରେ ଅନ୍ୟତମ ପବିତ୍ର ପର୍ବତ ହେଉଛି ମହେନ୍ଦ୍ରଗିରି। ଏଠାରେ ତିନିଟି ପ୍ରାଚୀନ ଶୈବ ମନ୍ଦିର ଅବସ୍ଥିତ। କଳିଙ୍ଗନଗରରେ ଗଙ୍ଗମାନେ ରାଜତ୍ବ କରୁଥିବା ବେଳେ ଗୋକର୍ଣ୍ଣେଶ୍ଵର ବା କୁନ୍ତୀ ମନ୍ଦିର ଏବଂ ଯୁଧିଷ୍ଠିର ମନ୍ଦିର ନିର୍ମାଣ ହୋଇଥିଲା। […]









