ଅପରାଧ ରାଜ୍ୟ

ଷଣ୍ଢ ସହ ବାଇକ୍‌ର ଧକ୍କା, ଦୁର୍ଘଟଣାରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ

ଆନନ୍ଦପୁର ୧୩।୦୮: ସଡ଼କ ଦୁର୍ଘଟଣାରେ ଗ୍ରାମ୍ୟ ଉନ୍ନୟମ ବିଭାଗର କନିଷ୍ଠ ଯନ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ନାରଙ୍ଗପୁର ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତ କନିଷ୍ଠ ଯନ୍ତ୍ରୀଙ୍କ ନାମ ରାମଚନ୍ଦ୍ର ମାରାଣ୍ଡି ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାମଚନ୍ଦ୍ର ବାଇକ ଯୋଗେ ନିଜ ଘର ହରିଚନ୍ଦପୁର ବ୍ଲକ ଟାଙ୍ଗିରିଆପାଳ ଅଞ୍ଚଳରୁ ଫେରୁଥିଲେ । ଠିକ ଏହି ସମୟରେ ଏକ ଷଣ୍ଢ ସହିତ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସରିଲା ଜେଇଇ ଆଡଭାନ୍ସଡ୍‌ ଆବେଦନ, ୨୮ରେ ପରୀକ୍ଷା

ଭୁବନେଶ୍ୱର ୧୩।୦୮: ଦେଶର ବିଭିନ୍ନ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌ ଅଗଷ୍ଟ ୨୮ ତାରିଖରେ ହେବ । ଏଥିପାଇଁ ଶୁକ୍ରବାର ଆବେଦନ ପ୍ରକ୍ରିୟା ସରିଛି । ଶନିବାର ରାତି ୮ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ଫି’ ଦାଖଲ କରିବେ । ତେବେ ସେପ୍ଟେମ୍ୱର ୩ରେ ପ୍ରବେଶିକା ଉତ୍ତର ସାରଣୀ ପ୍ରକାଶ ପାଇବାକୁ ଥିବା ବେଳେ ୧୧ ତାରିଖରେ ଜେଇଇ ଆଡଭାନ୍ସଡ୍‌ ରେଜଲ୍ଟ ପ୍ରକାଶ ପାଇବ । ପ୍ରବେଶିକା ପରୀକ୍ଷା ୨୮ ତାରିଖ ଦିନ […]

ଅପରାଧ ରାଜ୍ୟ

ବାଙ୍ଗର ଜେଲରେ କଏଦୀ ଆତ୍ମହତ୍ୟା ଘଟଣା, ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ପୁରୀ ୧୩/୦୮: ପୁରୀ ବ୍ରହ୍ମଗିରି ବାଙ୍ଗର ଜେଲରେ କଏଦୀ ବିଶ୍ବନାଥର ଆତ୍ମହତ୍ୟାକୁ ନେଇ ହସ୍ପିଟାଲରେ ଉତ୍ତେଜନା । ଜେଲ୍ ଭିତରେ ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତ ବିଶ୍ବନାଥଙ୍କ ମାଆ । ତେବେ ମୃତଦେହ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ଭର୍ତ୍ତି କରାଯାଇଥିବା ବେଳେ ପରିବାର ଲୋକେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। ମୃତଦେହକୁ ହସ୍ପିଟାଲ ଆଉଟଡୋରରେ ରଖି ପରିବାର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ୮ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ବିଭାଗ

ଖୋର୍ଦ୍ଧା, ୧୦/୦୮: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକ ଗୌରାଙ୍ଗ ସବର । ମିଉଟେସନ୍ ଇନକ୍ବାରୀ ରିପୋର୍ଟ ଦେବା ନେଇ ଦିପକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୂବନେଶ୍ବର ଭିଜିଲାନ୍ସ ଟିମ ହାତରେ ଧରାପଡିଛନ୍ତି ଏହି ସରକାରୀ ଅଧିକାରୀ । ପୁର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ୍ ଆର୍‌ଆଇ ନେଇଥିବା ୮ ହଜାର ଟଙ୍କାକୁ ଜବତ କରିଛି । ଅଚ୍ୟୁତପୁର ଆର୍‌ଆଇ ଗୌରାଙ୍ଗ ସବରଙ୍କୁ ଅଟକ […]

ଅପରାଧ ରାଜ୍ୟ

ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ, ଘର ସମ୍ମୁଖରେ ଥିବା କାର୍‌କୁ ଦେଲେ ପୋଡି

ପୁରୀ ୧୦।୦୮ : ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଘର ସମ୍ମୁଖରେ ଥିବା ଚାରି ଚକିଆ ଯାନକୁ ଜାଳି ଦେଲେ ଦୁର୍ବୁତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରର ଘଟଣା। ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ ଯାନକୁ ଜାଳି ଦେବା ସହ ମାରଣାସ୍ତ୍ର ଧରି ତାଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ। ସିସିଟିଭରେ ସମସ୍ତ ଭିଜୁଆଲ କଏଦ ହୋଇଛି । ବିଜୟଙ୍କ ସାନ […]

ଅପରାଧ ରାଜ୍ୟ

ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ

ବ୍ରହ୍ମପୁର ୧୦/୦୮: ଗତକାଲି ଅପରାହ୍ନରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ଏକ କାରରୁ ମିଳିଲା କୋଟିଏ ୨୨ ଲକ୍ଷର ନଗଦ ଟଙ୍କା । ଜବତ ଟଙ୍କା ସହ ଅଟକ ବ୍ୟକ୍ତିଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ । ତେବେ ଅଟକ ମହାରାଷ୍ଟ୍ର ବ୍ୟକ୍ତି ଭରତ ଗୋଖେ ନାୟକଙ୍କୁ ପଚରା ଉଚରା ବେଳେ ସ୍ଥାନୀୟ ସୁନା ବ୍ୟବସାୟୀଙ୍କ ଠାରୁ ୨୦ […]

ଅପରାଧ ରାଜ୍ୟ

ପୋଲିସ ହାତରେ ବ୍ରାଉନସୁଗାର ବେପାରୀ, ୨୦ଗ୍ରାମ ଧଳାଜହର ସହ ଧରାପଡିଲା ୫୦ ହଜାର ଟଙ୍କା

ଭୁବନେଶ୍ୱର ୧୦/୦୮: ଥମୁନି ଧଳାଜହର କାରବାର । କମିଶନରେଟ ପୋଲିସ ହାତରେ ଧରାପଡିଛି ବ୍ରାଉନସୁଗର ବେପାରୀ । କଟକର ବେପାରୀ ଭୁବନେଶ୍ୱରରେ ଧରା ପଡିଛି । କଟକର ୨ ବେପାରୀଙ୍କ ସମେତ ରାଜଧାନୀର ଜଣେ ମିଡ଼ିଲମ୍ୟାନ ମଞ୍ଚେଶ୍ୱର ପୁଲିସ କବଜାରେ । ୨୦ ଗ୍ରାମ ବ୍ରାଉନସୁଗାର ସହ ନଗଦ ୫୦ ହଜାର ଟଙ୍କା ଜବତ । ଏହାସହ ବନ୍ଧୁକ ଜବତ ହୋଇଛି । ତେବେ ଏହି ଚେର କେଉଁଯାଏ ଲମ୍ୱିଛି ତାହା ଜଣାପଡିନି । ପୋଲିସ ତଦନ୍ତ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ବୋଲ ବମ୍ ଦଳ ଦ୍ଵାରା ଆୟୋଜିତ ପ୍ରସାଦ ସେବନ

ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ରେ ସାଗରମୁଣ୍ଡା ଶିବ ମନ୍ଦିର ଠାର ସରୁଗୁଡ଼ା ବୋଲ ବମ୍ ଦଳ ଦ୍ଵାରା ଆୟୋଜିତ ପ୍ରସାଦ ସେବନ ରେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ ନନ୍ଦାହାଣ୍ଡି ଜୋନ-୨ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଅରୁଣ କୁମାର ମିଶ୍ର (ପିଣ୍ଟୁ ), ଡ଼ଙ୍ଗରଭେଜା ସମିତିସଭ୍ୟ ଶ୍ରୀ ଅଭିମନ୍ୟୁ ନାୟକ,ବିଜେଡି଼ ର ଯୁବନେତା ଶ୍ରୀ ପ୍ରିୟବତ ମାଝୀ । ଅନ୍ୟମାନଙ୍କ ମଧ୍ୟରେ ଡ଼ଙ୍ଗରଭେଜା ଗ୍ରାମପଞ୍ଚାୟତ ବିଜେଡି ସଭାପତି ଅର୍ଜୁନ ଗୌଡ଼ ,ଡ଼ଙ୍ଗରଭେଜା ଗ୍ରାମପଞ୍ଚାୟତ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରାବଣ ମାସ ଶେଷ ସୋମବାର, କାଉଡ଼ିଆ ଙ୍କ ଭିଡ଼

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଚକାପାଦ ବିରୁପାକ୍ଷ ମନ୍ଦିର ଙ୍କ ଠାରେ ଶ୍ରାବଣ ମାସର ଶେଷ ସୋମବାର କାଉଡ଼ିଆ ଭକ୍ତ କାଉଡ଼ିଆ ପୋଷାକ ସହିତ ହାତରେ ବାହୁଙ୍ଗି ,ବାହୁଙ୍ଗି ରେ ଜଳ ଲାଗି ଜଳପୂର୍ଣ୍ଣ କଳସ ଧରି ବୋଲବମ୍ ହରହର ବମ୍ ନାରାରେ ଶତାଧିକ କାଉଡ଼ିଆ ଚକାପାଦ ବିରୁପାକ୍ଷ ପୀଠରେ ଜଳଲାଗି କରାଯାଇଛି । ଶ୍ରାବଣ ମାସ ରେ ମହାଦେବ ଙ୍କ ଜଳଲାଗି କରିବାରେ ସ୍ବତନ୍ତ୍ର ମହତ୍ ରହିଥିବା ବେଳେ ଏହାକୁ ନିଷ୍ଠାର ସହିତ ପାଳନ କରିଥାନ୍ତି ଭକ୍ତ । […]

ଅପରାଧ ରାଜ୍ୟ

ଅନ୍ଧ ବିଶ୍ବାସର କୁପରିଣତି : ସାପ କାମୁଡିବା ପରେ ଝଡାଫୁଙ୍କା କଲା ଗୁଣିଆ, ଚାଲିଗଲା ୨ ଜଣଙ୍କ ଜୀବନ

ସୁନ୍ଦରଗଡ ୯।୮: ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ବାସ ଲୋକଙ୍କ ମନରୁ ଏବେବି ଯାଇନି । ବିଷାକ୍ତ ସାପ କାମୁଡିବା ପରେ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବା ଆଶା ଆଜି ଦୁଇ ଜଣଙ୍କ ଜୀବନ ନେଇଛି । ସୁନ୍ଦରଗଡ ବଣାଇ ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ଲୁହୁରାସାହିର ଚାମୁର ଏକ୍କା ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡିଦେଇଥିଲା । ତାଙ୍କୁ ଡାକ୍ତରଖାନା […]