ବାଲ୍ୟ ବିବାହ ପାଇଁ ଚାଲିଥିଲା ଯୋଜନା; ନାବାଳିକାଙ୍କୁ ଉଦ୍ଧାର କଲା ବାଲେଶ୍ୱର ଚାଇଲ୍ଡ ଲାଇନ୍ ଟିମ୍
ନୀଳଗିରି ୦୯/୦୯: ବାଲ୍ୟ ବିବାହ ବେଳେ ବାଲେଶ୍ଵର ଚାଇଡ଼ଲଲାଇନ ଚଢ଼ଉ କରିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଗୁଡ଼ିପାଟଣା ଗାଁରେ ଏଭଳି ଘଟଣା ଘଟିଛି। ଆଜି ଏହି ଗାଁର ଜନୈକ ନାବାଳିକା ଜଣେ ନାବାଳକଙ୍କ ସହିତ ପ୍ରେମ ସମ୍ପର୍କ ଥିବାରୁ ପଳାଇ ଯାଇଥିଲେ।ପୁଣି ଘରକୁ ଆସି ବିବାହ କରିବାକୁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଏହି ଖବର ପାଇ ଚାଇଲଡ଼ ଲାଇନ ଚଢ଼ାଉ କରି ଉଭୟଙ୍କୁ ଉଦ୍ଧାର କରି ନୀଳଗିରି ଥାନାରେ ଜିମା ଦେଇଥିଲେ। ବେଆଇନ ଭାବେ […]