କଟକରୁ ନକଲି ଔଷଧ ଜବତ ଘଟଣା: ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ
କଟକ : କଟକରୁ ନକଲି ମେଡିସିନ୍ ଜବତ ହେବା ଘଟଣାରେ ନକଲି ମେଡିସିନ୍ ବିକ୍ରି କରିଥିବା ଦୁଇ ହୋଲସେଲର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍। ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ପଦ ରଦ୍ଦ କରିଛି ସଂଘ। ଏଥିସହ ଉଭୟ ନକଲି ଔଷଧ ବିକ୍ରି କରି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଲୋକଙ୍କ ଜୀବନ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ […]