ରାଜ୍ୟ କ୍ୟାବିନେଟ୍ରେ ୧୭ ପ୍ରସ୍ତାବକୁ ମୋହର, ବେସାମରିକ ବିମାନ ଚଳାଚଳ ନୀତିକୁ ଅନୁମୋଦନ
ଭୁବନେଶ୍ୱର ୩୦।୧୧ : ସରିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି କ୍ୟାବିନେଟ୍ ବୈଠକରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବକୁ ଅନୁମୋଦନ ପାଇଛି । ଖାସ୍ କରି ପୂର୍ବରୁ ଷୋଷଣା ହୋଇଥିବା ଦମନ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବାକୁ କ୍ୟାବିନେଟ୍ ମୋହର ମାରିଛି । ସେହିପରି ଅନ୍ୟସବୁ ପ୍ରସ୍ତାବ ମଧ୍ୟରେ ନୂଆ ବୟନ ଶିଳ୍ପ ନୀତି, ଓଡିଶା କାରଖାନା ନିଯୁକ୍ତ ସଂଶୋଧନ ସର୍ତ୍ତାବଳୀ , ନୂଆ ପର୍ଯ୍ୟଟନ ନୀତି, ଓଡିଶା ଲଜିଷ୍ଟିକ୍ ପଲିସି-୨୦୨୨, ଭେହିକିଲ୍ ସ୍କାପ୍ […]









