ସ୍ବୟଂଶାସିତ ନା ସରକାରୀ ମହାବିଦ୍ୟାଳୟ? ଧର୍ମେନ୍ଦ୍ର, ତୁଷାରଙ୍କ ଭିନ୍ନମତ
ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ବୟଂଶାସିତ ନୁହେଁ, ସରକାରୀ ମହାବିଦ୍ୟାଳୟ କରିବାକୁ ରାଜ୍ୟ ସରକାର ଦାୟିତ୍ବ ନିଅନ୍ତୁ। ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଥା କହିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ବୟଂଶାସିତ କରିବାକୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ […]









