ଭିଜିଲାନ୍ସ ଇତିହାସରେ ରେକର୍ଡ: ୧୬୦ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ
ଭୁବନେଶ୍ବର, : ଚଳିତ ବର୍ଷ ଭିଜିଲାନ୍ସ ଚଢ଼ଉ ବେଳେ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି। ଏହାସହିତ ୭ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ। ଏତେ ପରିମାଣର ଟଙ୍କା କେବେ ଜବତ ହୋଇ ନଥିଲା। କେବଳ ଏତିକୁ ନୁହେଁ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୦ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୭୫ଟି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଜନିତ […]









