କାମଚଳାରେ ଚାଲିଛି ସ୍କୁଲ୍: ୧୯ ହଜାର ସ୍କୁଲ୍ରେ ନାହାନ୍ତି ସ୍ଥାୟୀ ପ୍ରଧାନଶିକ୍ଷକ
କଟକ : ରାଜ୍ୟରେ ୧୯ ହଜାର ୨୪୨ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ଷ ବର୍ଷ ଧରି ବିନା ପ୍ରଧାନଶିକ୍ଷକରେ ଚାଲିଛି। ସବୁ ସ୍କୁଲ୍ କାମଚଳା ପ୍ରଧାନଶିକ୍ଷକରେ ଚାଲିଛି। ରାଜ୍ୟର ପ୍ରାଥମିକ ଶିକ୍ଷାର ଏ ପ୍ରକାର ବିକଳ ଚିତ୍ର ଶିକ୍ଷକମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଗତବର୍ଷ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ରାଜ୍ୟର ୧୯ ହଜାର ୨୪୨ ଶିକ୍ଷକଙ୍କୁ ଲେବୁଲ-୩କୁ ପଦୋନ୍ନତି ଦେବାପାଇଁ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର, ପରବର୍ତ୍ତୀ ସମୟରେ ସରକାର ଚତୁରତାର ସହିତ ଶିକ୍ଷକମାନଙ୍କୁ […]









