କେନ୍ଦ୍ରୀୟ ୟୁକ୍ରେନ୍ରେ କ୍ଷେପଣାସ୍ତ୍ର ମାଡ଼, ୧୨ ମୃତ
କିବ୍ : ରୁଷ୍ ଏବେ କେନ୍ଦ୍ରୀୟ ୟୁକ୍ରେନ୍ରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନ୍ ସହ କେନ୍ଦ୍ରୀୟ ୟୁକ୍ରେନ୍ର ନିପ୍ରୋ ସହରର ଏକ ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହା ସହିତ ଅନେକ କୋଠା ଛାରଖାର ହୋଇଯାଇଛି। ଖାରକିଭ୍ରେ ରୁଷ୍ର ଗୋଳାବର୍ଷା ଯୋଗୁଁ ଗୁରୁବାର ଦିନ ଏକ ୫ ବର୍ଷର ଶିଶୁ ସମେତ ମୋଟ୍ ୯ ଜଣଙ୍କ ମୃତ୍ୟୁ ହୋଇଛି। ଲୁହାଂସ୍କରେ […]