ପାନୀୟ ଜଳ ସମସ୍ୟା ନେଇ ତାତିଲେ ଗ୍ରାମବାସୀ : ଗରା, ବାଲ୍ଟି ରଖି ଏନ୍ଏଚ୍ ଅବରୋଧ
କାମାକ୍ଷାନଗର ୬।୬: ପାନୀୟ ଜଳ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ । ୫୩ ନମ୍ବର ଜାତୀୟ ରାଜପଥ ବାଉଁଶପାଳ ଛକ ନିକଟରେ ବାଉଁଶପାଳ ଦେହୁରୀ ସାହି ଗ୍ରାମବାସୀ ଗରା, ବାଲ୍ଟି ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବାଉଁଶପାଳ ପଞ୍ଚାୟତ ଦେହୁରୀ ସାହିର ସୋଲାର ପମ୍ପଟି ଦୀର୍ଘ ଦିନ ହେବ ଅଚଳ ହୋଇପଡିଥିଲା । […]