ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ବେକ ମୋଡ଼ି ହତ୍ୟା କଲା ସ୍ୱାମୀ

ମୋହନା ୩୦।୦୭ : ପାରିବାରିକ କଳହର କରୁଣ ପରିଣତି l ସ୍ତ୍ରୀକୁ ମାଡ଼ ମାରି ବେକ ମୋଡ଼ି ହତ୍ୟା କଲା ସ୍ବାମୀ l ଗଜପତି ଜିଲ୍ଲା ଅଡବା ଥାନା ପlଦେର୍ମl ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଖବର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା l ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରମୋଦ ସ୍ତ୍ରୀ ପଦ୍ମିନୀକୁ ମୁଥ ମାରିବା ସହ ବେକ ମୋଡ଼ି […]

ଖେଳ ଦେଶ ବିଦେଶ

ରୋହିତ ବାହିନୀକୁ ଗୁରୁମନ୍ତ୍ର ଦେଲେ ଦ୍ରାବିଡ : କହିଲେ କେମିତି ଇଣ୍ଡିଜକୁ ଦେଇ ହେବ ମାତ୍ ?

ନୂଆଦିଲ୍ଲୀ ୨୯/୦୭: ଓପନର ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ କ୍ଲିନ୍ ସ୍ୱିପ୍ କରିଛି । କିନ୍ତୁ ଟି୨୦ ଫର୍ମାଟରେ ଇଣ୍ଡିଜକୁ ତା ନିଜ ମାଟିରେ ହରାଇବା ସେତେ ସହଜ ନୁହେଁ । ଏହା କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ଭଲ ଭାବେ ଜାଣିଛନ୍ତି । ତେଣୁ ଅଭ୍ୟାସ ବେଳେ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍ ରାହୁଲ ଦ୍ରାବିଡ । ରାହୁଲ ଦୀର୍ଘ ୧୫ ମିନିଟ ଧରି […]

ଖେଳ ଦେଶ ବିଦେଶ

ରାଜ୍ୟଗୋଷ୍ଠୀ କ୍ରୀଡା ଉଦଘାଟିତ, ଉତ୍ସବରେ ୨୦୦୦ରୁ ଅଧିକ କଳାକାର ସାମିଲ

ବର୍ମିଂହାମ,୨୯/୦୭: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଖି ଝଲସିଗଲା ଭଳି ଆତସବାଜିରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ୨୦୦୦ରୁ ଊଦ୍ଧ୍ୱର୍ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଇଂଲଣ୍ଡର କଳା, ସଂସ୍କୃତି, ନୃତ୍ୟ ଓ ଗୀତର ଛାପ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା । ୨୦୧୨ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଠାରୁ ଏହା ଅଧିକ ଚିତାକର୍ଷକ ରହିଥିଲା । ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ […]

ଖେଳ ଦେଶ ବିଦେଶ

କାମ ଦେଲାନି ବାବରଙ୍କ ବ୍ୟାଟିଂ : ୨୪୬ ରନରେ ଦ୍ୱିତୀୟ ଟେଷ୍ଟ୍ ଜିତିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ ୨୯/୦୭: ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶର ଲୋକେ ଖାଦ୍ୟ ଓ ପେଟ୍ରୋଲ ପାଇଁ ସଙ୍ଘର୍ଷ କରୁଛନ୍ତି । ଏହାମଧ୍ୟରେ ଅଷ୍ଟ୍ରେଲିଆ ଓ ପରେ ପାକିସ୍ତାନ କ୍ରିକେଟ୍ ଟିମ୍ ଶ୍ରୀଲଙ୍କା ଗସ୍ତ କରିଛି । ପାକିସ୍ତାନ ସହ ଏବେ ମୁକାବିଲା ଖେଳୁଛି ସିଂହଳୀ ଦେଶ । ପ୍ରଥମେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିବା ଶ୍ରୀଲଙ୍କା ଏବେ ପାକିସ୍ତାନକୁ ସିରିଜର ଦ୍ୱିତୀୟ ମ୍ୟାଚରେ ୨୪୬ ରନରେ ପରାସ୍ତ କରିଛି । ଏହା ପାକିସ୍ତାନ […]

ଖେଳ ଦେଶ ବିଦେଶ

ଇଣ୍ଡିଆ-ଇଣ୍ଡିଜ ପ୍ରଥମ ଟି୨୦ : ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରୋହିତ ସେନା

ଟରୌବା,୨୯/୦୭: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଇତି ମଧ୍ୟରେ ୱେଷ୍ଟ ଇଣ୍ଡିଜ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି । ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଷ୍ଟାର୍‌ ବ୍ୟାଟର ବିରାଟ କୋହଲି, ପେସ୍‌ ବୋଲର ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ ନାହିଁ । କୋହଲି ଓ ବୁମରାଙ୍କୁ ସମ୍ପୂର୍ଣ୍ଣ ୱେଷ୍ଟ ଇଣ୍ଡିଜ୍‌ ଗସ୍ତରୁ ବାଦ ଦିଆଯାଇଛି […]

ଖେଳ ଦେଶ ବିଦେଶ

‘କୋହଲିଙ୍କ ଉପରେ ଚାପ ପକାଇବା ଠିକ୍ ନୁହେଁ’ : ଜିମ୍ବାଓ୍ୱେ ଗସ୍ତକୁ ନେଇ ପୂର୍ବ ଚୟନକର୍ତ୍ତାଙ୍କ ବଡ ବୟାନ

ନୂଆଦିଲ୍ଲୀ ୨୯/୦୭: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ଏବେ ଫର୍ମରେ ନାହାଁନ୍ତି । ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି । ହଜାରେ ଦିନ ବିତି ଯାଇଥିଲେ ବି ସେ ଅନ୍ତର୍ଜାତୀୟ ଫର୍ମାଟରେ ଗୋଟିଏ ହେଲେ ଶତକ ଲଗାଇ ନାହାଁନ୍ତି । ତେବେ ତାଙ୍କୁ ଦଳର ଓ୍ୱେଷ୍ଟ ଇଣ୍ଡିଜ ଗସ୍ତରେ ବିଶ୍ରାମ ମଧ୍ୟ ଦିଆଯାଇଛି । ଏବେ ବିରାଟ କୋହଲିଙ୍କୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । କିଛି ଜଣ ମତ ଦେଉଛନ୍ତି ଯେ, […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଆଇନ ଭାବେ ଚାଲିଥିଲା ବାଲି ଚାଲାଣ, ଗ୍ରାମବାସୀଙ୍କ ଦ୍ବାରା ୮ଟି ହାଇଓ୍ବା ଜବତ

କରଞ୍ଜିଆ ୨୯।୭: ବାରମ୍ବାର ଅଭିଯୋଗ ପରେ ବି ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନହେବାରୁ ଆକ୍ସନ ମୋଡ଼ରେ ଗ୍ରାମବାସୀ । ବେଆଇନ ବାଲି ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ୮ଟି ହାଇୱା ଗାଡି ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍ ଅନ୍ତର୍ଗତ ଓଡିଶା ଓ ଝାଡଖଣ୍ଡ ସୀମାରେ ଥିବା କଙ୍ଗିରା ନଦୀର ଜବାସାହି ନିକଟରୁ ବେଆଇନ ଭାବେ ବାଲି ଚାଲାଣ ବେଳେ ଜବତ କରିଛନ୍ତି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା : ବାପାଙ୍କ ପରେ ଏବେ ପୁଅର ବି ଚାଲିଗଲା ଜୀବନ

ବ୍ରହ୍ମପୁର ୨୯।୦୭ : ଗଞ୍ଜାମ ଜିଲ୍ଲା ଗୋପାଳପୁର ରାମଚନ୍ଦ୍ରପୁରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା । ବାପାଙ୍କ ପରେ ଏବେ ପୁଅଙ୍କର ବି ଚାଲିଗଲା ଜୀବନ । ମୃତକଙ୍କ ନାମ ଅଶୋକ ନାୟକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗତ ୨୨ ତାରିଖରେ ଘର ଭିତରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ଏଥିରେ ବାପା-ପୁଅ ଗୁରୁତର ହୋଇଥିଲା । ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ୨୫ ତାରିଖ ଦିନ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବଢିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ, ଗିରଫ କରିପାରେ ଦିଲ୍ଲୀ ପୋଲିସ

କଟକ ୨୯।୦୭: ବଢିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ । ବର୍ଷାଙ୍କୁ ଗିରଫ କରିପାରେ ଦିଲ୍ଲୀ ପୋଲିସ । ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ସମନ । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିବା ଚର୍ଚ୍ଚା । ଖବର ଅନୁଯାୟୀ, ୨୦୧୯ ଜୁଲାଇ ୯ ତାରିଖର ମାମଲା ୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ପଞ୍ଜିକୃତ କରିବା ପରେ ଏବେ ବର୍ଷାଙ୍କ ଅଡୁଆ ବଢିଛି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୨୦୪୦୯ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୯/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]