ଅପରାଧ ରାଜ୍ୟ

ଦୋକାନରୁ ଟଙ୍କା ଚୋରି କରୁଥିଲା, ଧରାପଡି ଛେଚା ଖାଇଲା ଚୋର

ନୀଳଗିରି ୧୨।୦୬ : ଟଙ୍କା ଚୋରି କରୁଥିଲା । ଧରାପଡ଼ି ଛେଚା ଖାଇଲା ଚୋର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସନ୍ତରାଗଡ଼ିଆ ବଜାରରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଡ୍ରେସ୍‌ ଦୋକାନ ଭିତରେ ଟଙ୍କା ଚୋରି ଖସି ଯାଉଥିବା ବେଳେ ଜଣେ ଯୁବକଙ୍କୁ ଧରି ନିର୍ଦ୍ଦୁମ ଛେଚିଛନ୍ତି ଗ୍ରାମବାସୀ । ପରେ ଚୋରକୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଅଟକ ଥିବା ଚୋର ଜଣଙ୍କ ସୋର ଥାନା ଦହିସଡ଼ା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୮୫୮୨ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୨/୦୬: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ

ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ : ବଡ଼ଭାଇକୁ ମାଡ଼ ମାରି ପାଣିରେ ଫିଙ୍ଗିଦେଲେ, ୩ ଅଟକ

କରଞ୍ଜିଆ ୧୨।୦୬ : ଜମିଜମାକୁ କେନ୍ଦ୍ରକରି ଗୋଟିଏ ପରିବାରରେ ତୁମୁଳକାଣ୍ଡ । ସାନ ଭାଇ, ସାନ ଭାଇ ବୋହୂ ଓ ପୁତୁରା ଆକ୍ରମଣରେ ବଡ଼ ଭାଇ ଗୁରୁତର । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଶିମିଳିପାଳ ପାଦଦେଶରେ ଥିବା ଗୁରୁଗୁଡିଆ ପଞ୍ଚାୟତ ସାହାରପାଟ ଗାଁରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ, ଶନିବାର ରାତିରେ ପରିବାରରେ ଜମିଜମା ବିବାଦକୁ ନେଇ ବଡ଼ଭାଇ ତ୍ରିଲୋଚନ ଦେହୁରୀ ଓ ସାନଭାଇ ସର୍ବେଶ୍ୱର ଦେହୁରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅପରାହ୍ନ ୩ଟାରେ ଖୋଲିବ ବାରବାଟୀର ସବୁ ଗେଟ୍, ଜାଲ୍ ଟିକେଟ୍ ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ

କଟକ,୧୨/୦୩: ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ଣ ୩ଟାରୁ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ ଖୋଲାଯିବ । ଟିକେଟ୍‌ରେ ଉଲ୍ଲେଖ ଥିବା ଗେଟ୍‌ ନମ୍ବର ଅନୁସାରେ ଦର୍ଶକ ଷ୍ଟାଡ଼ିୟମ୍‌କୁ ପ୍ରବେଶ କରିବେ । ଟିକେଟ୍‌ ଯାଞ୍ଚ୍‌ କଡ଼ାକଡ଼ି ହେବ । ଯାଞ୍ଚ୍‌ ସମୟରେ ଜାଲ୍‌ ଟିକେଟ୍‌ ଧରାପଡ଼ିଲେ ସମ୍ପୃକ୍ତ ଦର୍ଶକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଷ୍ଟାଡ଼ିୟମ୍‌ ଭିତରୁ ଥରେ ବାହାରି ସାରିବା ପରେ ଆଉ ଥରେ ପ୍ରବେଶ ପାଇଁ ଅନୁମତି ମିଳିବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର ୧୨।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ଜଣେ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୬୩୯କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ତିନି ଦିନ ହେବ ରାସ୍ତାରେ ଥୁଆ ହୋଇଛି କାର୍: ସ୍ଥାନୀୟ ଅଞ୍ଚଳରେ ଆତଙ୍କ, ପୋଲିସର ଯାଞ୍ଚ

ସାଲେପୁର ୧୧/୦୬: ତିନିଦିନ ହେବ ରାସ୍ତାରେ ଥୁଆ ହୋଇଛି ଦାମୀ କାର । ତେବେ କିଏ କାହିଁକି ଛାଡିଗଲା ସେନେଇ କିଛି ଜଣାପଡିନି । ଯାହା ଅନୁମାନ କରାଯାଉଛି ଯେ, ଗାଡିଟିକୁ କେହି ଥୋଇ ଦେଇ କେଉଁଆଡେ ଫେରାର୍ ହୋଇଯାଇଛି । ସାଲେପୁର ଥାନା ମାଛୁଆତି ତାରିଣୀ ଛକ ରାସ୍ତାରେ ଥୁଆ ହୋଇଥିବା ଏହି କାର । ଗାଡିଟିରେ ଲାଗିଥିବା ନମ୍ବରପ୍ଲେଟରୁ ତଥ୍ୟ ଜଣାପଡୁଛି ଗାଡିର ମାଲିକଙ୍କ ନାମ ଶେଖ ସୁଲତାନ । ENDEAVOUR ଗାଡିଟିର ଭୁବନେଶ୍ୱରରର […]

ଅପରାଧ ରାଜ୍ୟ

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଚଣ୍ଡିଖୋଲ ୧୧।୦୬: ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ । ଯାଜପୁର ଜିଲ୍ଲା ବୈରୀ ଅଞ୍ଚଳରେ ଥିବା କ୍ଷୀରୋଦ ସାହୁଙ୍କ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଥିଲା । ଯାହାଫଳରେ ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନଟି ସମ୍ପୂର୍ଣ ଜଳିଯାଇଛି । ଏପିରିକି ଦୋକାନରେ ଥିବା ସମସ୍ତ ଜିନିଷ ଜଳି […]

ଅପରାଧ ରାଜ୍ୟ

ପ୍ରେମ ବିବାହ ତିଷ୍ଠିଲାନି ୩ ମାସ ! ରଶି ଲଗାଇ ଆତ୍ମହତ୍ୟା କଲେ ନବବଧୂ, ସ୍ୱାମୀ ଗିରଫ

ଟାଙ୍ଗୀ ୧୧।୬: ମହଙ୍ଗା ପଡିଲା ପ୍ରେମ ବିବାହ । ବାହାଘରକୁ ବିତିଛି ମାତ୍ର ୩ ମାସ । ନିର୍ଯାତନା ସହି ନପାରି ନବବଧୂ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଏପଟେ ଅଧିକ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ନବବଧୂଙ୍କୁ ହତ୍ୟା କରିଛନ୍ତି ବୋଲି ମୃତ ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମୃତା ନବବଧୂଙ୍କ ସ୍ବାମୀଙ୍କୁ ଗିରଫ କରିବା ସହ ମୃତଦେହକୁ ଜବତ କରି ପ୍ରାଥମିକ ତଦନ୍ତ […]

ଅପରାଧ ରାଜ୍ୟ

ଇଓଡବ୍ଲୁ ପଞ୍ଝାରେ ୨ ଠକ, ବେଆଇନ ଲୋନ୍ ଆପ୍ ମାମଲାରେ ଗିରଫ

ଭୁବନେଶ୍ବର ୧୧।୬: ଇଓଡବ୍ଲୁ ପଞ୍ଝାରେ ଦୁଇ ଜଣ ଠକ । ବେଆଇନ ଲୋନ୍ ଆପ୍ ମାମଲାରେ ପୁଣି ଦୁଇ ଜଣ ଠକଙ୍କୁ ଗିରଫ କଲା ଇଓଡବ୍ଲୁ । ଉଭୟ ୩ ବେଆଇନ ସେଲ୍ କମ୍ପାନୀର ନିର୍ଦ୍ଦେଶକ ଥିଲେ । ଗିରଫ ଦୁଇ ଜଣ ହେଲେ ରକ୍ସିଥ୍ ଓ ସୁଶାନ୍ତ । କର୍ଣ୍ଣାଟକ ଉଦୁପି ଜିଲ୍ଲାରେ ଉଭୟ ଠକଙ୍କ ଘର । କୋକ୍‌ ଓ ଜୋଜୋ ସମେତ ଏକାଧିକ ଋଣ ଆପ୍‌ କରି ଏହି ଦୁଇ ଜଣ ଲୋକଙ୍କୁ […]

ଅପରାଧ ରାଜ୍ୟ

ନଦୀ କୂଳରେ ଲାଗିଛି ମହିଳାଙ୍କ ମୃତଦେହ, ମିଳିନି ପରିଚୟ

ପଟ୍ଟାମୁଣ୍ଡାଇ ୧୧।୦୬ : ବ୍ରହ୍ମଣୀ ନଦୀରେ ଲାଗିଛି ଯୁବତୀଙ୍କ ମୃତଦେହ । ଏବେ ଯାଏଁ ମିଳିନି ଯୁବତୀଙ୍କ ପରିଚୟ । ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍ ଆରମ୍ଭ । ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ଅମୃତ ମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁ ଦେଇ ଯାଇଛି ବ୍ରାହ୍ମଣୀ ନଦୀ । ଶନିବାର ସକାଳୁ ଗାଁ ନଦୀ କୂଳରେ ଏକ ମହିଳାଙ୍କ ମୃତଦେହ ଲାଗିଥିବାରେ ଦେଖିବାକୁ ମିଳିଥିଲା । ଏହାପରେ ଗ୍ରାମବାସୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ତେବେ ଏବେ ଯାଏଁ […]