ଖେଳ ରାଜ୍ୟ

କଟକରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ! ଭେନ୍ୟୁରେ ବାରବାଟୀ ନାଁ ପରେ ଚର୍ଚ୍ଚା ଜୋର୍

ନୂଆଦିଲ୍ଲୀ ୦୨/୦୮: ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌ (ଏଲଏଲ୍‌ସି) କ୍ରିକେଟ୍‌ ଲିଗର ଦ୍ୱିତୀୟ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରୁ ଆରମ୍ଭ ହେବ । ମୋଟ୍‌ ୫ଟି ସହରରେ ଏହି ଲିଗ୍‌ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣା ପଡ଼ିଛି । କୋଲକାତା, ଲକ୍ଷ୍ନୌ ଦିଲ୍ଲୀ, ଯୋଧପୁର ଏବଂ କଟକ କିମ୍ବା ରାଜକୋଟ ଏହି ତାଲିକାରେ ରହିଛନ୍ତି । ଏ ପର୍ଯ୍ୟନ୍ତ ଏଲ୍‌ଏଲସି ପକ୍ଷରୁ ଏ ବିଷୟରେ ଅଫିସିଆଲ ଘୋଷଣା କରାଯାଇ ନାହିଁ । […]

ଅପରାଧ ଦେଶ ବିଦେଶ

ଗୁଳିକାଣ୍ଡରେ ଥରିଲା ଆମେରିକା : ଓ୍ୱାଶିଂଟନର ଏକ ଆପାର୍ଟମେଣ୍ଟରେ ବନ୍ଧୁକଧାରୀର ଆତଙ୍କ, ଜଣେ ମୃତ

ନୂଆଦିଲ୍ଲୀ ୦୨/୦୮: ଆମେରିକାରେ ଥମୁନି ଗୁଳିକାଣ୍ଡ ଘଟଣା । ଲଗାତର ଘଟୁଛି ଅଘଟଣ । ପୁଣି ଗୁଳିମାଡରେ ଥରିଛି ଓ୍ୱାଶିଂଟନ୍ । ସହରର ଏକ ଆପାର୍ଟମେଣ୍ଟରେ ଗୁଳିକାଣ୍ଡ ଘଟିବାରୁ ଏକାଧିକ ପ୍ରାଣ ହରାଇଛନ୍ତି । ଏହାସହ ୫ ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ସୋମବାର ବିଳମ୍ବିତ ରାତ୍ରରେ ଓ୍ୱାଶିଂଟନର ଉତ୍ତରପୂର୍ବ ପ୍ରାନ୍ତରେ ଥିବା ଏକ ଆପାର୍ଟମେଣ୍ଟରେ ଗୁଳିକାଣ୍ଡ ଘଟିଥିଲା । ଜଣେ ଦୁର୍ବୃତ୍ତ ହଠାତ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଅନେକ ମୃତାହତ ହୋଇଥିବା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ଉପର ତଳ ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୩୭୩୪ କରୋନା ପଜିଟିଭ୍

ନୂଆଦିଲ୍ଲୀ ୦୨/୦୮: ଉପରତଳ କରୋନା ଗ୍ରାଫ୍। ଦେଶରେ ମାମଲା ବଢିବା ପରେ ପୁଣି କମିଲା ସଂକ୍ରମଣ। ଏବେ କରୋନା ସଂକ୍ରମଣ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗିଛି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୫ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଅପରାଧ ଦେଶ ବିଦେଶ

ସ୍ପେନରେ ମଙ୍କିପକ୍ସ ଆତଙ୍କ : ୪୮ ଘଣ୍ଟାରେ ଗଲା ଦୁଇ ଜୀବନ

ନୂଆଦିଲ୍ଲୀ, ୩୧/୦୭: ବିଶ୍ୱରେ ଦିନକୁ ଦିନ ମଙ୍କିପକ୍ସ ଆତଙ୍କ ବଢିବାରେ ଲାଗିଛି । ଶନିବାର ସ୍ପେନରେ ମଙ୍କିପକ୍ସରେ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସ୍ପେନରେ ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ମୃତ୍ୟୁ ମାମଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଏନେଇ ସୂଚନା ଦିଆଯାଇଛି । ତେବେ ମନ୍ତ୍ରାଳୟ ପକ୍ଷରୁ ଅଧିକ ତଥ୍ୟ ଦିଆଯାଇ ନାହି । ପୂର୍ବରୁ ଏହି ଭାଇରସରେ ପ୍ରଥମ ମୃତ୍ୟୁ ମାମଲା ଶୁକ୍ରବାର ସାମ୍ନାକୁ ଆସିଥିଲା । ୮୦ ଦେଶରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୯୬୭୩ କରୋନା ପଜିଟିଭ୍

ନୂଆଦିଲ୍ଲୀ ୩୧/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସମସ୍ୟା ଘେରରେ ବୁଡାଗୁଡା ଉଚ୍ଚ ବିଦ୍ୟାଳୟ, ଅଭିଯୋଗ ପରେ ବି ଫଳ ଶୂନ

ଦାରିଙ୍ଗବାଡି ୩୦।୭: ଗୁଣାତ୍ମକ ଶିକ୍ଷାରେ ଯେପରି ଭିତ୍ତିଭୂମି ବାଧକ ନ ହେବ ସେଥିପାଇଁ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ କରାଗଲା । ବିଦ୍ୟାଳୟ ପିଛା ବହୁ ଲକ୍ଷ ଟଙ୍କା ବ୍ୟୟ ହେଲା । କିନ୍ତୁ ଶିକ୍ଷକ ଅଭାବ ସମସ୍ୟା ଏବେ ସ୍ମାର୍ଟ ସ୍କୁଲ ଉଦ୍ଦେଶ୍ୟ ପୂରଣରେ ବାଧକ ସାଜିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟର ଏହାର ଏକ ଉଦାହରଣ । ସ୍କୁଲର ସମସ୍ୟା ନେଇ ବୁଡ଼ାଗୁଡା ଗ୍ରାମବାସୀ ଓ ପରିଚାଳନା କମିଟି ପକ୍ଷରୁ ବିଭାଗୀୟ ମନ୍ତ୍ରୀ, […]

ରାଜ୍ୟ ରାଶିଫଳ ସ୍ପେଶାଲ ରିପୋର୍ଟ

ମହାପୁରୁଷଙ୍କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା

ଭୁବନେଶ୍ବର ୩୦।୭: ବିଧାନସଭା ପ୍ରଶ୍ନକାଳରେ ମହାପୁରୁଷମାନଙ୍କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଯାତ୍ରା ସମୟରେ ରାଜ୍ୟରେ ଛାଡି ଯାଇଥିବା ଛବି ତଥା ଯେଉଁ ଯେଉଁ ଅଞ୍ଚଳ ଯାଇଛନ୍ତି ଯଥା ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ, ବାଲିଅନ୍ତା ନିକୁଞ୍ଜ ବିହାରୀ, କଟକ କାଠଯୋଡ଼ିରେ ସଭା, ଭଦ୍ରକ, କେନ୍ଦ୍ରାପଡ଼ା ଓ କାଳିମାଟି ଯାଇ ତାଙ୍କ ଛବି ଛାଡି ଯାଇଛନ୍ତି । ସେଗୁଡିକରେ ଗାନ୍ଧୀ […]

ଅପରାଧ ରାଜ୍ୟ

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାଁରେ ଏତଲା ଦେଲେ ଜିଲ୍ଲା ପରିଷଦ ସଭ୍ୟ, ଅଭିଯୋଗକୁ କଲେ ଖଣ୍ଡନ

ନବରଙ୍ଗପୁର ୩୦।୭: ଜିଲ୍ଲା ପରିଷଦ ସଭ୍ୟଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୁର୍ବ୍ୟବହାର ଅଭିଯୋଗ । ଅଭିଯୋଗ ନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହେଲେ ଜିଲ୍ଲା ପରିଷଦ ସଭ୍ୟ । ନବରଙ୍ଗପୁର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁଙ୍କ ବିରୋଧରେ ଏତଲା ଦେଲେ ନନ୍ଦାହାଣ୍ଡି ବ୍ଲକ ଜୋନ୍ ୧ର ସ୍ବାଧୀନ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା । କିଛି କାର୍ଯ୍ୟ ନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇ ବ୍ୟକ୍ତିଗତ ଭାବେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଆଲୋଚନା […]

ଅପରାଧ ରାଜ୍ୟ

ଚେଙ୍କ ନେଲା ୯ ମାସର ଶିଶୁ ପୁତ୍ର ଜୀବନ, ଦେହରେ ରହିଛି ୨୦ଟି ଚିହ୍ନ !

ଉମରକୋଟ ୩୦।୦୭ : ଚେଙ୍କ ଦେଇ ୯ ମାସର ଶିଶୁକୁ ହତ୍ୟା। ଚେଙ୍କ ଚିକିତ୍ସାରେ ଗଲା ୯ ମାସର ଶିଶୁର ଜୀବନ। ନବରଙ୍ଗପୁର ରାଇଘର ବ୍ଲକ ଜଡ଼ାପାରା ଗ୍ରାମର ୯ ମାସର ଶିଶୁପୁତ୍ରର ଜୀବନ ଚେଙ୍କ ଚିକିତ୍ସାରେ ଯାଇଛି। ଖବର ଅନୁଯାୟୀ, ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶ ଗଣ୍ଡକୁ ଗତ ସୋମବାର ଦିନ ଥଣ୍ଡା କାଶ ଜ୍ବର ହୋଇଥିଲା। କିନ୍ତୁ ପରିବାର ଲୋକେ ଡାକ୍ତରଖାନାକୁ ନ ନେଇ ଜଣେ ବୃଦ୍ଧାଙ୍କୁ ଡକାଇ ଚେଙ୍କ ଚିକିତ୍ସା […]

ଅପରାଧ ରାଜ୍ୟ

ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ

ବଡବିଲ ୩୦।୭: ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ ମାମଲାରେ ବଡବିଲ ପୋଲିସ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୁରୁବାର ବଡବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦାରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଲିସ ଏ ଘଟଣାରେ ତ୍ବରିତ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ବଡବିଲ ଥାନା ଅନ୍ତର୍ଗତ […]