ବନବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଜବତ
ମାଲକାନଗିରି ୧୬।୦୬ : ବନବିଭାଗ ଚଢାଉ । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ୍ କାଠ ଜବତ । ମାଲକାନଗିରି ବନ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନବିଭାଗ । ଖବର ଅନୁଯାୟୀ, ଜିଲ୍ଲାର ଏମ.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରେ ଚୋରା କାଠ ରହିଥିବା ନେଇ ବନ ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ମାଲକାନଗିରି ଡି.ଏଫ.ଓଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ […]