ଅପରାଧ ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ ଜଳେଶ୍ୱର ବିଡ଼ିଓ, ବାସଭବନ ସମେତ ୫ଟି ସ୍ଥାନରେ ଚାଲିଛି ରେଡ୍

ଜଳେଶ୍ୱର ୧୮।୦୬: ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡିଓ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଏକାକାଳୀନ ଚାଲିଛି ରେଡ୍ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡିଭିଜନର ୫ଜଣିଆ ଭିଜିଲାନ୍ସ ଟିମ୍ ଭୋରରୁ ବିଡ଼ିଓଙ୍କ ସରକାରୀ ବାସଭବନରେ ରେଡ୍ କରିଛନ୍ତି। ଅନୁଗୋଳ ଡ଼ିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଜଣେ ଇନିସପେକ୍ଟର , ଏସ୍ଆଇ,ଏଏସ୍ଆଇ, ମହିଳା କନେଷ୍ଟେବଳଙ୍କ ସମେତ ମୋଟ ୫ଜଣିଆ […]

ଅପରାଧ ରାଜ୍ୟ

ଅନ୍ଧାର ହେଲା କାଳ : ବିଦ୍ୟୁତ ତାରରେ ପଡିଗଲା ପାଦ,ଚାଲିଗଲା ଜୀବନ

ଭଦ୍ରକ ୧୮।୦୬: ରାସ୍ତାରେ ପଡିଥିଲା ବିଦ୍ୟୁତ ତାର । ଘରକୁ ଫେରିବା ବେଳେ ଅନ୍ଧାରରେ ଜାଣି ନପାରି ତାର ଉପରେ ଚଢ଼ିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ନାଲଗରା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ମୃତକ କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାସ ସାହୁ । ଖବର ଅନୁଯାୟୀ, ସୁବାସ ସନ୍ଧ୍ୟାରେ କାମରୁ ଆସି ବଜାରକୁ ଯାଇଥିଲେ । ରାତିରେ ନାଲଗରା, ଇଟାଭାଟି ପଡିଆ ଦେଇ […]

ଅପରାଧ ରାଜ୍ୟ

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନାଁ ଆତ୍ମହତ୍ୟା ବଢିଲା ସନ୍ଦେହ

ସୁନ୍ଦରଗଡ ୧୮/୦୬: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ ଆତ୍ମହତ୍ୟା କରିଥିବା ସନ୍ଦେହ । ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରର ୱାର୍ଡ ନଂ ୧ କୁମ୍ଭାର ପଡା ବାବା ତଲାଵ ନିକଟରେ ଏକ ଶୁଖିଲା ଗଛ ଡାଳରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ସକାଳୁ ଲୋକେ ଦେଖିବାକୁ ପାଇଥିଲେ । ଯୁବକ ଜଣକ ମଧୁ ସୁଦନ କଲୋନୀର ଚନ୍ଦନ ସିଂ ବୋଲି ଜଣାପଡିଛି । ଯୁବକ ଜଣକ ବେକରେ ବେଡ଼ଶିଟ ବାନ୍ଧି ଆତ୍ମହତ୍ୟା କରିଥିବା ସନ୍ଦେହ […]

ଅପରାଧ ରାଜ୍ୟ

କାର୍ ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ପଟ୍ଟାମୁଣ୍ଡାଇ ୧୮।୬: ଛାତ୍ରକୁ ପଛରୁ ପିଟିଲା କାର୍ । ଘଟଣାସ୍ଥଳରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । କଟକ-ଚାନ୍ଦବାଲି ରାସ୍ତା ବିଲିକଣା ନିକଟରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଅଁରପୁର ଗ୍ରାମର ଜିତେଶ ବେହେରା ପତ୍ରପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା । ଶନିବାର ସକାଳ ୧୦ରେ ସ୍କୁଲ ଯିବା ବାଟରେ ବିଲିକଣା ନିକଟରେ ଏକ […]

ଅପରାଧ ରାଜ୍ୟ

ବଡବିଲ ପୋଲିସ ହାତରେ ମୋବାଇଲ ଲୁଟେରା, ୨୧ଟି ଦାମୀ ସ୍ମାର୍ଟ ଫୋନ ଜବତ

ବଡବିଲ ୧୮/୦୬: ବଡ଼ବିଲ ପୋଲିସ୍ ଆଜି ୪ଜଣ ମୋବାଇଲ୍ ଫୋନ୍ ଲୁଟେରାଙ୍କୁ ଗିରଫ୍ କରିବା ସହ ସେମାନଙ୍କ ନିକଟରୁ ୨୧ଟି ଦାମୀ ସ୍ମାର୍ଟ ଫୋନ୍ ଜବତ୍ କରିଛି । ଗିରଫ୍ ୪ଜଣଙ୍କ ମଧ୍ୟରେ ୨ଜଣ ନାବାଳକ ରହିଥିବା ଜଣାପଡ଼ିଛି । ବଡ଼ବିଲ ଶ୍ରୀରାମ ନଗର ଅଞ୍ଚଳର ଅଭିଯୁକ୍ତ ସଞ୍ଜୟ ଫ୍ରାନ୍ସିସ ଓ ସିପୁଲ ନାଏକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ନାବାଳକ ଅଭିଯୁକ୍ତଙ୍କୁ କେନ୍ଦୁଝର ଜୁଭେନାଇଲ କୋର୍ଟରେ ହାଜର […]

ଅପରାଧ ରାଜ୍ୟ

ଖଣିରୁ ମୃତଦେହ ମିଳିବା ଘଟଣା, ଜଣେ ମହିଳା ସମେତ ୪ ଅଟକ

ଖୋର୍ଦ୍ଧା ୧୮।୦୬ : ଆଦର୍ଶ ଥାନା ନିଆଳ ଖଣିରୁ ମୃତଦେହ ଜବତ ଘଟଣା। ମୃତକଙ୍କ ପରିଚୟ ମିଳିଛି। ମୃତକ କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁ। ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁଙ୍କୁ ଗଳାକାଟି ହତ୍ୟା କରିବା ପରେ ଜରି ଅଖାରେ ବାନ୍ଧି ଖଣିରେ ପକାଇଥିଲେ ଦୁର୍ବୁର୍ତ୍ତ। ମୃତଦେହ ମିଳିବା ପରଠୁ ଆକ୍ସନକ ଆସିଥିଲା ପୋଲିସ । ଏହି ହତ୍ୟା ପଛରେ କାରଣ କଣ ଏବଂ […]

ଅପରାଧ ରାଜ୍ୟ

ଉତ୍ତରା ଛକ ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, କିଙ୍ଗପିନ୍ ସମେତ ୪ ଗିରଫ

ପୁରୀ ୧୮।୬: ଧଳା ଜହରର ହବ୍ ପାଲଟିଗଲାଣି ପୁରୀ ଜିଲ୍ଲା । ବାରମ୍ବାର ଚଢାଉ କରି ଧଳା ଜହର ଜବତ କରୁଛି ପୋଲିସ । କିଛି ଦିନ ତଳେ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ପୁଣି ଥରେ ପୁରୀ ପୋଲିସକୁ ସଫଳତା ମିଳିଛି । ବ୍ରାଉନସୁଗାର ଜବତ କରିବା ସହ କିଙ୍ଗପିନ୍‌କୁ ମଧ୍ୟ ପୋଲିସ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତରା ଛକ ନିକଟରେ ପିପିଲି ପୋଲିସ ଚଢାଉ କରି ୯୭୮ ଗ୍ରାମ୍ ବ୍ରାଉନସୁଗାର ଜବତ […]

ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଚିକିତ୍ସା ପାଇଁ ଏସସିବି ସ୍ଥାନାନ୍ତର

ସାଲେପୁର ୧୭/୦୬: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗ୍ରାମରୁ । ମାଛୁଆତି ଗ୍ରାମର ଅଜୟ କୁମାର ମଲ୍ଲିକ, ସନ୍ତୁ ରାଓ , ଶାଙ୍କି ନାୟକ ଓ ରିଣ୍ଟୁ ମଲ୍ଲିକ ମିଶି ସଂଘବଧଭାବେ କରିଥିଲେ ଆକ୍ରମଣ । ଆକ୍ରମଣରେ ମାଛୁଆତି ଗ୍ରାମର ରାକେଶ ସ୍ୱାଇଁ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ରାକେଶଙ୍କ […]

ଅପରାଧ ରାଜ୍ୟ

ମିଳିଲାନି ନ୍ୟାୟ, ଏସପି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ମାଆ

କେନ୍ଦୁଝର ୧୭/୦୬: ଜୁନ ୨ ତାରିଖ ଟାଉନ ଥାନା ଅଞ୍ଚଳରେ ଜଣେ ନା ବାଳିକା ନିଖୋଜ ହେବା ଘଟଣା ପରେ ମା ଥାନାର ଦ୍ଵାରସ୍ତ ହୋଇଥିଲେ । ଥାନାରୁ କୌଣସି ସୁଫଳ ନ ପାଇବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇଥିଲେ । ହେଲେ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନପାଇବାରୁ ହତାସ ହୋଇ ମା ଆଜି ବାଧ୍ୟ […]

ଅପରାଧ ଦେଶ ବିଦେଶ

ଲିଭୁନି ଅଗ୍ନିପଥ ନିଆଁ : ବିଭିନ୍ନ ସ୍ଥାନରେ ଟ୍ରେନ୍ ଜାଳିଲେ ବିକ୍ଷୋଭକାରୀ, ବସ୍ ଉପରେ ବି ପଥର ମାଡ

ନୂଆଦିଲ୍ଲୀ, ୧୭।୦୬ : ଜଳୁଛି ବିହାର । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାରେ ଭାରତୀୟ ସେନାରେ ନୂତନ ନିଯୁକ୍ତି ଯୋଜନାକୁ ନେଇ ବିହାରରେ ହିଂସା । କେବଳ ବିହାର ନୁହେଁ, ପଡୋଶୀ ରାଜ୍ୟକୁ ମଧ୍ୟ ବ୍ୟାପିଛି ଅଗ୍ନିବୀର ନିଆଁ । ବିକ୍ଷୋଭକାରୀମାନେ ଜମ୍ମୁ ତାୱି ଗୁଆହାଟି ଏକ୍ସପ୍ରେସର କିଛି ବଗିରେ ନିଆଁ ଲଗାଇ ଦେଇଛନ୍ତି। ଏହାସହ ବାରଣାସୀରେ ବସ ଉପରେ ମଧ୍ୟ ପଥରମାଡ କରିଛନ୍ତି । ରିପୋର୍ଟ ଅନୁସାରେ, ବିକ୍ଷୋଭକାରୀମାନେ ଟ୍ରେନର ଦୁଇଟି ବଗି ନିଆଁ ଲଗାଇ […]