ଅପରାଧ ରାଜ୍ୟ

ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ବାହାର ପଟୁ ତାଲା ମାରି ନେଇଗଲେ ୧୨ ଲକ୍ଷ ଟଙ୍କା ଏବଂ ୧୨ ଟି ସୁନା ଚେନ୍‌

ଭୁବନେଶ୍ବର ୨୭।୦୬: ରାଜଧାନୀ ଉପକଣ୍ଠରେ ବଡ ଧରଣର ଡକାୟତି । ବରିଷ୍ଠ ନାଗରିକଙ୍କ ଘରେ କଳାକନା ବୁଲାଇଲା ଲୁଟେରା । ଦମ୍ପତିଙ୍କୁ ତାଲା ପକାଇ ଅଧା କିଲୋ ସୁନା , ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ । ଚନ୍ଦକା ଥାନା ଅନ୍ତର୍ଗତ ହରିପୁର ଗାଁରେ ଏଭଳି ଘଟଣା ଘଟିଛି । ଘର ମାଲିକ ସତ୍ୟନାରାୟଣ ମିଶ୍ରଙ୍କ ଅଭିଯୋଗ ପରେ ଚନ୍ଦକା ପୋଲିସ ଛାନ୍‌ଭିନ୍‌ ଆରମ୍ଭ । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଲୁଟେରାମାନେ […]

ଅପରାଧ ରାଜ୍ୟ

ଦୁର୍ଘଟଣାରେ ଯୁବକ ଜଳିଯିବା ଘଟଣା : ମୃତକଙ୍କ ଘର ଜଗତସିଂହପୁର, ବାହାଘର ଭୋଜି ଖାଇ ଫେରୁଥିଲେ

ଭୁବନେଶ୍ୱର ୨୭।୦୬: ଆଚାର୍ଯ୍ୟ ବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ପରେ ଯୁବକ ଜଳିଯିବା ଘଟଣା । ମୃତ ଯୁବକଙ୍କ ମିଳିଲା ପରିଚୟ । ମୃତ ଯୁବକଙ୍କ ହେଲେ ଅମ୍ବିକା ପ୍ରସାଦ ପତି । ଘର ଜଗତସିଂହପୁର ଜିଲ୍ଲା ପୁରୋହିତ ପୁର । ଖବର ଅନୁଯାୟୀ, ଅମ୍ବିକା କେସୁରାରେ ଭଡାରେ ରହୁଥିଲେ । ଭୁବନେଶ୍ୱର ଇନଟାକ୍ସ କମ୍ପାନୀରେ ମାର୍କେଟିଂ କାମ କରୁଥିଲେ । ରବିବାର ରାତିରେ ଚନ୍ଦ୍ରଶେଖରପୁରରେ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । […]

ଅପରାଧ ରାଜ୍ୟ

ବନ୍ଦ ଘରୁ ମିଳିଲା ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭବାନୀପାଟଣା ୨୭।୬: ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପୁରୁଣାଗୁମାରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାର୍ଯ୍ୟରତ ମହିଳା ପୋଷ୍ଟମାଷ୍ଟର ଆରତୀ ଦଣ୍ଡସେନାଙ୍କ ମୃତଦେହ ତାଙ୍କ ପୁରୁଣାଗୁମା ସ୍ଥିତ ଭଡ଼ା ଘରେ ଝୁଲନ୍ତା ଅବସ୍ଥାରେରେ ଉଦ୍ଧାର କରାଯାଇଛି । ସୂଚନାଯୋଘ୍ୟ ଯେ, ରବିବାର ପୋଷ୍ଟ ଅଫିସ୍ ଛୁଟି ଥିବାରୁ ଆରତୀ ଘରେ ରହିଥିଲେ । ସେ ଦିନରେ ଗାଧୋଇବାକୁ ଯିବା ସହ ବାହାରେ ଡ୍ରେସ୍ […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ହେଲା ବରମୁଣ୍ଡା ପ୍ରିମିୟର ଲିଗ୍‌ : ବରମୁଣ୍ଡା ବୁଲ୍‌ସ ଚାମ୍ପିଅନ୍

ଭୁବନେଶ୍ୱର ୨୭।୦୬: ଶେଷ ହେଲା ବରମୁଣ୍ଡା ପ୍ରିମିୟର ଲିଗ୍‌ର ୨ୟ ସିଜିନ୍‌। ବରମୁଣ୍ଡା ବୁଲ୍‌ସ ବରମୁଣ୍ଡା ପ୍ରିମିୟର ଲିଗ୍‌ର ଏହି ସଂସ୍କରଣରେ ଚାମ୍ପିଅନ୍‌ ହୋଇଛି । ପୁରସ୍କାର ସ୍ୱରୂପ ଚାମ୍ପିଅନ୍ ଟିମ୍‌କୁ ଟ୍ରଫି ସହ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନ୍‌ର୍ସ ଅପ୍‌ ଟିମକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ନୀଳକଣ୍ଠେଶ୍ୱର କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଗତ ୨୫ ତାରିଖରୁ ଆରମ୍ଭ ହୋଇଥିଲା […]

ଅପରାଧ କଳା ଓ ସଂସ୍କୃତି ରାଜ୍ୟ

ରାମଲୀଳା ନାଟକରେ ରାମ-ସୀତାଙ୍କ ଆଧୁନିକ ଡ୍ୟାନ୍ସ, ତୋର ସବୁ ନଜର ଲାଗେ ପ୍ରେମ ନଜର…

ଖଲ୍ଲିକୋଟ ୨୭।୦୬ : ଆଧୁନିକ ଗୀତରେ ନାଚୁଛନ୍ତି ରାମ, ସୀତା । ଏମିତି ଏକ ଭିଡି଼ଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଏକ ଗାଁରେ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା। ରାମଚନ୍ଦ୍ର ଓ ମାତା ସୀତାଙ୍କ ରୂପରେ ଅଭିନୟ ଦେଖିବାକୁ ମିଳିଥିଲା। ତେବେ ଏମାନେ ଶେଷରେ ଏଭଳି ଆଧୁନିକ ଗୀତରେ ନାଚିବାକୁ ଦେଖିବାକୁ ମିଳିଛି । ଆଧୁନିକ ଯୁଗର ମଣିଷ କିଭଳି ତଳକୁ ତଳ ଖସୁଛି, ସଂସ୍କୃତିର ଅପବ୍ୟବହାର କରୁଛି ତାହା ଏହି ଭିଡ଼ିଓ ମାଧ୍ୟ୍ୟମରେ […]

ଅପରାଧ ରାଜ୍ୟ

ଟ୍ରକ୍ ଡ୍ରାଇଭରଙ୍କ ଉନ୍ମତକାଣ୍ଡ : ଭାଙ୍ଗିଲେ ଅନେକ ଦୋକାନ, ଉଡାଇଦେଲେ ଛପର

ଭୁବନ ୨୭।୬: ଢେଙ୍କାନାଳ ଜିଲ୍ଲା ଭୁବନରେ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ରବିବାର ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦୁର୍ଗା ବଜାର ଅଞ୍ଚଳରେ ଜଣେ ଡ୍ରାଇଭର ଦୋକାନ ଘର, କ୍ୟାବିନ୍ ଗ୍ୟାରେଜ ଉପରେ ଟ୍ରକ୍ ଚଢାଇ ଭାଙ୍ଗିବା ସହିତ ଭୁବନ ବାଇପାସ୍ କଡରେ ଥିବା ସ୍ନାକ୍ସ ଦୋକାନର ଆଗ ଆଜବେଷ୍ଟ ଉଡାଇ ଦେଇଛି । ଟ୍ରକଟି ବିଭିନ୍ନ ସ୍ଥାନରେ ଦୋକାନକୁ ପଛ ପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଏସବୁ […]

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୬୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୭।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୯ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୩୨୮କୁ ବୃଦ୍ଧି ପାଇଛି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୭/୦୬: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ରାଜ୍ୟ ରାଶିଫଳ

ଜୁନ୍‌ ୨୭ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ :~ ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ। କଳହ ଠାରୁ ନିଜକୁ ଦୂରେଇ ଉଖିବାକୁ ପଡିବ। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୨। ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ। ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ। ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ। କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ। ବ୍ୟବସାୟୀ- […]

ଅପରାଧ ରାଜ୍ୟ

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ

କେନ୍ଦୁଝର ୨୭।୬: ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କେନ୍ଦୁଝର ଝୁମ୍ପୁରା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ରହୁଥିବା ଏମ୍‌ଡି ମନାଫିର ଆଲାମଙ୍କ ବାଡିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣଙ୍କ ତାଙ୍କ ଘରେ କାମ କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଝୁମ୍ପୁରା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ରହୁଥିବା ଏମ୍‌ଡି ମନାଫିର ଆଲାମଙ୍କ ବାଡିରେ ଥିବା ଏକ ଆମ୍ବ ଗଛରେ ତାଙ୍କ ଘରେ କାମ କରୁଥିବା ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ […]