କଳା ଓ ସଂସ୍କୃତି ରାଜ୍ୟ

ସରିଲା ଭଦ୍ରକର କାଳୀପୂଜା, ସବୁ ମଣ୍ଡପରୁ ବିଦାୟ ନେଲେ ମା’

ଭଦ୍ରକ ୦୭।୧୧ : ଆଜି ସରୁଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ପୂର୍ବରୁ ଦଶ ଦିନ ଧରି ପାଳିତ ହେଉଥିବା କାଳୀପୂଜା କରୋନା କଟକଣା ପାଇଁ ଏଥର ତିନି ଦିନରେ ସରିଛି । ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା କାଳୀଙ୍କୁ ଆଜି ମେଲାଣି ଦିଆଯାଉଛି । ପ୍ରଶାସନର ନିୟମ ଅନୁଯାୟୀ, ପୂଜା କମିଟି ଗୁଡିକ ମା’ଙ୍କୁ ବିସର୍ଜନ କରିଛନ୍ତି । ତେବେ ଭସାଣି ଶୋଭାଯାତ୍ରାରେ ସୀମିତ ସଂଖ୍ୟକ କର୍ମକର୍ତ୍ତାକୁ ନେଇ ଭଷାଣ ଆୟୋଜିତ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବିଶ୍ୱବାସୀଙ୍କୁ ମିଳିଲା ପ୍ରଥମ କରୋନା ବଟିକା, ଏହାକୁ ଖାଇବା ପରେ ମୃତ୍ୟୁ ଆଶଙ୍କା ବହୁତ କମ୍

ନୂଆଦିଲ୍ଲୀ: ଶେଷରେ ବିଶ୍ୱବାସୀଙ୍କୁ ମିଳିଛି ପ୍ରଥମ କରୋନା ବଟିକା । କରୋନା ବିପକ୍ଷରେ ଲଢ଼େଇ ପାଇଁ ଏହା ଏକ ନୂଆ ଅସ୍ତ୍ର ଭାବେ କାର୍ଯ୍ୟ କରିବ । ବ୍ରିଟେନରେ ଏହାକୁ ବ୍ୟବହାର ନେଇ ଅନୁମତି ମିଳିସାରିଥିବା ବେଳେ ଖୁବଶୀଘ୍ର ଆମେରିକାରେ ଏହାକୁ ସ୍ୱୀକୃତି ଦିଆଯିବ । କୋଭିଡ୍ ଲକ୍ଷଣ ଦେଖାଦେବାର ୫ ଦିନ ମଧ୍ୟରେ ଏହାକୁ ଖାଇବାକୁ ପଡ଼ିବ । ସ୍ୱଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଥିଲେ ହୋମ ଆଇସୋଲେସନରେ ଥିବା ରୋଗୀମାନଙ୍କୁ ଦିନକୁ ଦୁଇଥର ୫ […]

ରାଜ୍ୟ ସ୍ୱାସ୍ଥ୍ୟ

କିଶନନଗରରେ ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର: ୩ ଏଲ୍‌ଆଇ ଓ ୫ ଆଟେଣ୍ଡାଣ୍ଟ ପଦ ଖାଲି

କିଶନନଗର: ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର ଦେଖିବାକୁ ମିଳିଛି କିଶନନଗର ଅଞ୍ଚଳରେ। କିଶନନଗର ପ୍ରାଣୀ ଚିକିତ୍ସାଳୟ ଉପରେ ୧୦ଟି ପଞ୍ଚାୟତର ୨୦ହଜାରରୁ ଅଧିକ ଗୋରୁଗାଈ ଓ ଛେଳିମେଣ୍ଢାଙ୍କ ଚିକିତ୍ସା ଦାୟିତ୍ୱ ରହିଛି। ଏଥିପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ପ୍ରହରାଜପୁର, ତେଲଦିଆ, ଦଣ୍ଡୁଆସିପଡ଼ା ଓ କୋଶିଦାରେ ୪ଟି ଏଲ୍‌ଆଇ କେନ୍ଦ୍ର ଖୋଲା ଯାଇଛି। ଉକ୍ତ ୪ଟି କେନ୍ଦ୍ର ପ୍ରାଣୀ ଚିକିତ୍ସା ପାଇଁ ଯଥେଷ୍ଟ ନ ଥିବାରୁ ଅରିଲୋ ଓ ବମ୍ବୁରୀରେ ଆଉ ଦୁଇଟି ଏଲ୍‌ଆଇ କେନ୍ଦ୍ର ଖୋଲାଯିବାର […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ୱର ୦୭।୧୧ : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୩୧୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୭ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଡିଏଭି କଲେଜରେ ଚିହ୍ନଟ ହେଲେ ୪ କୋଭିଡ୍ ପଜିଟିଭ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଶିଲା ଛନକା

ଟିଟିଲାଗଡ଼: ପୁଣି ଚିନ୍ତା ବଢ଼ାଇଲା କରୋନା। କଲେଜ କ୍ୟାମ୍ପସରୁ ଚିହ୍ନଟ ହେଲେ ୪ ସଂକ୍ରମିତ। ଅଧ୍ୟାପକ ଓ ଛାତ୍ରଛାତ୍ରୀ ମଧ୍ୟରେ ପଶିଲା ଛନକା। ଟିଟିଲାଗଡ଼ ଡିଏଭି କଲେଜରେ ଏକ ସପ୍ତାହ ମଧ୍ୟରେ ୩ ଜଣ ଅଧ୍ୟାପକ ଓ ଜଣେ ଅଣଶିକ୍ଷକ କରୋନ ସଂକ୍ରମଣି ହୋଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। କଲେଜ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ସମସ୍ତ ଅଧ୍ୟାପକ, ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟିଂ ସହ ଟ୍ରକିଂ ଆରମ୍ଭ କରାଯାଇଛି। […]

ଖେଳ ଦେଶ ବିଦେଶ

ବିଜେତା ‌ୱେଷ୍ଟଇଣ୍ଡିଜ୍‌ର ବିଦାୟ ଶ୍ରୀଲଙ୍କାର ସାନ୍ତ୍ବନା ବିଜୟ

ଆବୁଧାବି : ବର୍ତମାନର ବିଜେତା ତଥା ଦୁଇ ଥର ଟ୍ରଫି ହାତେଇଥିବା ଅନ୍ୟତମ ଦାବିଦାର ଦଳ ୱେଷ୍ଟଇଣ୍ଡିଜ୍ ଲିଗ୍ ଅଭିଯାନ ଶେଷ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍‌ ପଡ଼ିଛି। ଗୁରୁବାର ରାତିରେ ୱେଷ୍ଟଇଣ୍ଡିଜ୍‌କୁ ୨୦ ରନ୍‌ରେ ହରାଇ ପୂର୍ବ ବିଜେତା ଶ୍ରୀଲଙ୍କା ସାନ୍ତ୍ବନାମୂଳକ ବିଜୟ ସହ ଅଭିଯାନ ଶେଷ କରିଛି। ଯୋଗ୍ୟତା ପର୍ଯ୍ୟୟ ଦେଇ ଆସିବାକୁ ପଡ଼ିଥିବା ୨୦୧୪ ବିଜେତା ଯୁବ ଶ୍ରୀଲଙ୍କା ଦଳ ସୁପର୍-୧୨ରେ ମୂଳପୋଛ ପରାଜୟରୁ ବର୍ତ୍ତିଯାଇଛି। ୱେଷ୍ଟଇଣ୍ଡିଜ୍‌ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି, ରିଆଡ୍‌ମିସନ୍ ଫି ବୃଦ୍ଧି ବିରୋଧରେ ଧାରଣା

ସମ୍ବଲପୁର ୦୬।୧୧: ରିଆଡମିସନ ଫି ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି । ସମ୍ବଲପୁର ଜିଏମ୍ ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି | କଲେଜ ପରିସରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ସହ ଧାରଣାରେ ବସିଛନ୍ତି । ଖବର ଅନୁଯାୟୀ, ଜିଏମ୍‌ ବିଶ୍ୱବିଦ୍ୟାଳୟରେ ରିଆଡମିସନ ଫି ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି । ଆଜି ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି | ପ୍ରତି ବିଷୟରେ ପାଖାପାଖି ୨ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଯାହାକୁ ବିରୋଧ କରି କଲେଜ […]

ରାଜ୍ୟ ସ୍ୱାସ୍ଥ୍ୟ

ସମସ୍ତଙ୍କ ସହଯୋଗରୁ ସଂକ୍ରମଣ କମୁଛି, ଆହୁରି ସତର୍କ ହେବ ଜରୁରୀ

ଭୁବନେଶ୍ୱର ୦୬।୧୧ : ବର୍ତ୍ତମାନ ଯେଉଁଭଳି ଭାବରେ ସଂକ୍ରମଣ କମୁଛି ଏହା ଆମମାନଙ୍କ ପାଇଁ ଏକ ଭଲ ଲକ୍ଷଣ l ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ଆଜି ଏପରି ସଂକ୍ରମଣ କମିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କିଛି ଦେଶରେ ସଂକ୍ରମଣ ବଢୁଛି ଯାହା ଚିନ୍ତାଜନକ, କିନ୍ତୁ ଚାଇନାରେ ଯେତେବେଳେ ସଂକ୍ରମଣ ବଢିଥିଲା, ତାର ବହୁତ ଦିନ ପରେ ଆମ ଦେଶ ମାନଙ୍କରେ […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ଉଗ୍ରରୂପା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ ୦୫/୧୧ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଆରମ୍ଭ ହୋଇଛି । ସପ୍ତମାତୃକା ବେଶର ସାତ ଦିନରେ ସାତଟି ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ମା’ । ପ୍ରତ୍ୟେକ ଦିନ ମା ଭଦ୍ରକାଳୀ ସାଧାରଣ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷକରେ ଥରେ ମାଆ ଉଗ୍ର ରୂପ ଧାରଣ କରନ୍ତି । ଶତୃଙ୍କୁ ସଂହାର କରିବା ପାଇଁ ମା ଭଦ୍ରକାଳୀ ଏହି ବେଶ ଧାରଣ କରନ୍ତି । ପହଡ଼ ଖୋଲିଵା ପରେ […]

ଦେଶ ବିଦେଶ ମନୋରଞ୍ଜନ

ଭିଡ ଭିତରେ ଗର୍ଲଫ୍ରେଣ୍ଡଙ୍କୁ ସମ୍ଭାଳୁଥିବାର ନଜର ଆସିଲେ ଅର୍ଜୁନ କପୁର, ଭିଡିଓ ଦେଖି ଅଶ୍ଳୀଳ କମେଣ୍ଟ ଦେଲେ ୟୁଜର୍ସ

ନୂଆଦିଲ୍ଲୀ ୦୫/୧୧: ଗତକାଲି ସମଗ୍ର ଦେଶରେ ଦୀପାବଳି ପାଳନ କରାଯାଇଥିଲା। ବଲିଉଡରେ ମଧ୍ୟ ଖୁବ୍ ଧୁମ୍ ଧାମ୍‌ ର ସହିତ ଦୀପାବଳି ପାଳନ କରାଯାଇଥିଲା। ଅନେକ ଷ୍ଟାର ସେମାନଙ୍କ ଘରେ ଦୀପାବଳି ପାର୍ଟି ରଖିଥିଲେ, ଯେଉଁଥିରେ ବଲିଉଡ ଷ୍ଟାରମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ଅଭିନେତା ଅନିଲ କପୁର ତାଙ୍କ ଘରେ ଦୀପାବଳି ପାର୍ଟି ରଖିଥିଲେ।ଏହି ପାର୍ଟିରେ ଅନେକ ବଲିଉଡ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ପରିବାରର ସମସ୍ତ ସଦସ୍ୟ ମଧ୍ୟ ଘରେ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କ […]