ବର୍ଷେ ପରେ ଡିଫ୍ରିଜ୍ ହେଲା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ, କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ବା ଏନଡିପିଏସ୍ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ ଜୁନରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ବା ଏନସିବି ଦ୍ୱାରା ରିୟାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଥିଲା । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବା ନେଇ ରିୟା ନିଜ ଆବେଦନରେ କହିଥିଲେ […]