ଖେଳ ରାଜ୍ୟ

ଜିଏମ୍‌ସିଏଲ୍‌ କ୍ରିକେଟ୍‌: କେସିସି କଟକ ବିଜେତା

ଭୁବନେଶ୍ବର: ବନଦୁର୍ଗା କଲ୍‌ଚରାଲ ୟୁଥ ଏସୋସିଏସନ୍‌ ଓ ଜେନ୍‌-ନେକ୍ସଟ ୟୁଥ୍‌ ଏସୋ‌ସିଏସନ୍‌ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ଜିଏମ୍‌ସିଏଲ୍‌ ଟେନିସ ବଲ୍‌ ପ୍ରତିଯୋଗିତାରେ କେସିସି କଟକ ବିଜେତା ହୋଇଛି। ଫାଇନାଲ୍‌ରେ ଏହି ଦଳ ୪୫ ରନ୍‌ରେ ମ୍ୟାଜିକ୍‌ ଇଲେଭେନ୍‌କୁ ପରାସ୍ତ କରିଥିଲା। । ଏହା ପୂର୍ବରୁ ଖେଳାଯାଇଥିବା ସେମିଫାଇନାଲ୍‌ରେ କେସିସି ୩ ରନ୍‌ରେ ସମରସେଟ୍‌ ଏବଂ ମ୍ୟାଜିକ ଇଲେଭେନ୍‌ ୮ ୱିକେଟ୍‌ରେ ସିଡିଏ ଲାୟନ୍ସକୁ ହରାଇଥିଲା। ବିଜେତା ଦଳର ବାପୁନ ଫାଇନାଲ୍‌ର ଏବଂ ରିଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଅଷ୍ଟ୍ରେଲିଆରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ: ନ୍ୟୁୟର୍କରେ ହସ୍ପିଟାଲ୍‌ରେ କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢ଼ୁଛି

ସିଡନି: ଅଷ୍ଟ୍ରେଲିଆରେ ପ୍ରଥମ ଓମିକ୍ରନ ମୃତ୍ୟୁ ଚିହ୍ନଟ ହୋଇଛି। ନ୍ୟୁ ସାଉଥ୍‌ ୱେଲ୍ସରେ ସୋମବାର ୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଓମିକ୍ରନ୍‌ ଆତଙ୍କ ମଧ୍ୟରେ ଅଷ୍ଟ୍ରେଲିଆରେ କରୋନା କଟକଣା କଡ଼ାକଡ଼ି ହୋଇଛି। ଭିକ୍ଟୋରିଆ ଷ୍ଟେଟ୍‌ରେ ସୋମବାର ୧୯୯୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ବ୍ରିଟେନ୍‌ରେ ସଂକ୍ରମଣ ବଢ଼ିବାରୁ ବ୍ରି‌‌ଟେନରେ କଟକଣା କଡ଼ାକଡ଼ି ‌ହୋଇଛି। ସେହିପରି ଆମେରିକାର ନ୍ୟୁୟର୍କରେ ବି ଓମିକ୍ରନ୍‌ ବଢ଼ିବା ସହ ସେଠାରେ ଅଧିକ ଶିଶୁ ଚିକିତ୍ସା ପାଇଁ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ମୁଶତାକ୍ ମରଚାଣ୍ଟଙ୍କ ପରଲୋକ, ମଧୁମେହ ରୋଗରେ ଥିଲେ ପୀଡିତ

ମୁମ୍ବାଇ ୨୮/୧୨: ସିନେମାର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତା ତଥା ପ୍ରସିଦ୍ଧ ହାସ୍ୟ ଅଭିନେତା ମୁଶତାକ ମରଚାଣ୍ଟଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ମଧୁମେହରେ ପୀଡିତ ମୁଶତାକ ମୁମ୍ବାଇର ହୋଲି ଫ୍ୟାମିଲି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁ ବର୍ଷ ପୂର୍ବେ ସିନେମା ଜଗତକୁ ବିଦାୟ ଦେଇ ମୁମ୍ବାଇର ବାନ୍ଦ୍ରାଠାରେ ରହୁଥିଲେ। ତାଙ୍କ ଦେହାନ୍ତ ଖବର ଆସିବା ପରେ […]

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍, ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ ୨୮/୧୨: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ କରୋନା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବଢୁଥିବା ସଙ୍କଟ ମଧ୍ୟରେ ଏହି ଖବର ଚିନ୍ତାଜନକ ବିଷୟ । ସୂଚନା ଥାଉକି, ବର୍ଷ ଆରମ୍ଭରୁ ସୌରାଭ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଜାନୁୟାରୀ ୨୦୨୧ରେ, ସୌରଭ ଗାଙ୍ଗୁଲିଙ୍କ ହୃଦଘାତର ଶିକାର ହୋଇଥିଲେ । ଫଳରେ ତାଙ୍କୁ କିଛି ଦିନ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ ହୋଇଥିଲା […]

ଦେଶ ବିଦେଶ ମନୋରଞ୍ଜନ

ୱେଷ୍ଟର୍ନ ଲୁକରେ ନଜର ଆସିଲେ ସପନା ଚୌଧୁରୀ, ଇଂରାଜୀ ଗୀତରେ ସମୁଦ୍ର କୂଳରେ କଲେ ଡ୍ୟାନ୍ସ

ନୂଆଦିଲ୍ଲୀ ୨୮/୧୨: ହରିୟାଣା ଡ୍ୟାନ୍ସର ସପନା ଚୌଧରୀ କେବଳ ହରିୟାଣାରେ ନୁହେଁ ବରଂ ଆଜି ତାଙ୍କର ଲୋକପ୍ରିୟତା ସାରା ଦେଶରେ। ସପ୍ନା ପୂର୍ବରୁ ସାଲୱାର୍ ସୁଟ୍ ରେ ଦେଖାଯାଉଥିଲେ। ବର୍ତ୍ତମାନ ଦେଶୀ ଅବତାର ଛାଡି ମର୍ଡନ ଲୁକ୍ ଆପଣେଇଛନ୍ତି। ତାଙ୍କ ମ୍ୟୁଜିକ୍ ଆଲବମ୍ ବ୍ୟତୀତ ସେ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ। ସେ ଅନେକ ସମୟରେ ତାଙ୍କ ଭିଡିଓ ଏବଂ ଫଟୋ ସେୟାର କରନ୍ତି। ବର୍ତ୍ତମାନ ସପନା ଗୋଆର ବିଚରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ […]

ରାଜ୍ୟ ସ୍ୱାସ୍ଥ୍ୟ

ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାକସିନେସନ୍ ସେଣ୍ଟର, ରହିଛି କାର୍ଟୁନ ଓ ଆନିମେସନ ଥିମ୍

ନୂଆଦିଲ୍ଲୀ ୨୮/୧୨: ଜାନୁୟାରୀ ପହିଲାରୁ ସାରା ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ସାରା ଦେଶରେ ପିଲାଙ୍କର ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସମସ୍ତ ଭାକିନେସନ ସେଣ୍ଟରରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଆୟୋଜନ କରାଯାଉଛି । ଏହାରି ଭିତରେ ରାଜଧାନୀରେ ଦିଲ୍ଲୀରେ ପିଲାଙ୍କ ଟିକାକରଣ କେନ୍ଦ୍ରକୁ ସଜ୍ଜାଯାଉଛି । ଏଠାରେ ଥିବା ଷ୍ଟାର ଇମୋଜିଂ ଅଣ୍ଡ ପାଥୋଲ୍ୟାବ ଭାକସିନେସନ ସେଣ୍ଟରକୁ ଟିକେ ଖାସ୍ ଅନ୍ଦାଜରେ ସଜାଯାଇଛି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶପଥ ନେଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଂଘର ନୂତନ କର୍ମକର୍ତ୍ତା

ଚଣ୍ଡିଖୋଲ,୨୮/୧୨: ଯାଜପୁର ଜିଲ୍ଲା ବଡ଼ଚଣା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଂଘର ନୂଆ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କ ଶପଥପାଠ ଉତ୍ସବ ବଡ଼ଚଣା ଠାରେ ଅନୁଷ୍ଠିତ ହୋଇ ଯାଇଛି.। ରାଜ୍ୟ ଫେଡେରେସନ ମହାସଚିବ ଅମୀୟ କୁମାର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ.। ଫେଡେରେସନର ଉପସଭାପତି, ଜିଲ୍ଲା ସଭାପତି, […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିନ୍ତା ବଢାଇଲାଣି ସଂକ୍ରମଣ, ଫେବୃଆରୀରେ ପିକ୍‌ ନେବ ତୃତୀୟ ଲହର !

ଭୁବନେଶ୍ୱର ୨୮।୧୨: ଚିନ୍ତା ବଢାଇଲାଣି ଓମିକ୍ରନ୍‌ । ଖୁବଶୀଘ୍ର ଆସିପାରେ ତୃତୀୟ ଲହର । ଆକଳନ ଅନୁଯାୟୀ ଆସନ୍ତା ବର୍ଷ ଫେବୃଆରୀ ମାସରେ ଆସିପାରେ ତୃତୀୟ ଲହର । ଏଥିପାଇଁ ଆମେ ଜୋରଦାର ପ୍ରସ୍ତୁତି କରିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଖବର ଅନୁଯାୟୀ, ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ଏବେ ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ […]

ଦେଶ ବିଦେଶ ମନୋରଞ୍ଜନ

ରିଲିଜ୍ ପୂର୍ବ ଭଳି ରିଲିଜ୍ ପରେ ବି ‘ଅତରଙ୍ଗି ରେ’ ଚଳଚ୍ଚିତ୍ର ଭାଙ୍ଗିଲା ସବୁ ରେକର୍ଡ

ମୁମ୍ବାଇ: ଡିସେମ୍ବର ୨୪ ତାରିଖ ଦିନ ଓଟିଟି ପ୍ଲାଟଫର୍ମ ଡିସ୍ନି ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହୋଇଥିବା ‘ଅତରଙ୍ଗି ରେ’ ଚଳଚ୍ଚିତ୍ର, ଡିସ୍ନି ପ୍ଲସ୍ ହଟଷ୍ଟାରର ସବୁଠାରୁ ଅଧିକ ଥର ଦେଖାଯାଇଥିବା ଚଳଚ୍ଚିତ୍ରର ମାନ୍ୟତା ପାଇଛି । ରିଲିଜ୍ ଦିନ ଡିସ୍ନି ପ୍ଲସ୍ ହଟଷ୍ଟାରରେ ‘ଅତରଙ୍ଗି ରେ’ ଚଳଚ୍ଚିତ୍ରକୁ ସବୁଠାରୁ ଅଧିକ ଥର ଦେଖାଯାଇଛି । ପ୍ରଥମ ଦିନରେ ‘ଅତରଙ୍ଗି ରେ’ ଚଳଚ୍ଚିତ୍ର ଯେଭଳି ସଫଳତା ହାସଲ କରିଛି ସେଭଳି ସଫଳତା ପୂର୍ବରୁ ଡିସ୍ନି ପ୍ଲସ୍ ହଟଷ୍ଟାରର କୌଣସି […]

ରାଜ୍ୟ ସ୍ୱାସ୍ଥ୍ୟ

ଫ୍ରାନ୍ସରେ ରେକର୍ଡ ସଂକ୍ରମଣ: ଦିନକରେ ଲକ୍ଷାଧିକ ନୂଆ ମାମଲା ଚିନ୍ତା ବଢ଼ାଇଲା

ପ୍ୟାରିସ୍‌: ଫ୍ରାନ୍ସରେ ବିଗତ ୨୪ ଘଣ୍ଟାରେ ରେକର୍ଡ ସଂକ୍ରମଣ ଭୟ ବଢ଼ାଇ ଦେଇଛି। ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ମିଳିଥିବା ସୂଚନା ମୁତାବକ ଫ୍ରାନ୍ସରେ ୧୦୪,୬୧୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ଦେଶରେ ଏବେ ୧୬,୧୬୨ ଜଣ କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୩୨୮୨ ଜଣ ଆଇସିୟୁରେ ଅଛନ୍ତି । ଓମିକ୍ରନ୍‌ ପ୍ରଜାତି ପାଇଁ ଅଚାନକ ଏଭଳି ସଂକ୍ରମଣ ବୃଦ୍ଧି ପାଇଛି ବୋଲି କୁହାଯାଇଛି। ତେବେ ଫ୍ରାନ୍ସରେ କୋଭିଡ୍‌ ମୃତ୍ୟୁ ଯଥେଷ୍ଟ କମ୍‌ ରହିଛି। […]