ପ୍ରାଚୀନ କୀର୍ତ୍ତିରାଜି ଅସୁରକ୍ଷିତ: ନଷ୍ଟ ହେଉଛି କଳାକୃତି, ପ୍ରାଚୀ ତଟରେ କେବେ ହେବ ସ୍ବତନ୍ତ୍ର ପର୍ଯ୍ୟଟନ ଜୋନ୍?
ନିଆଳି: ପ୍ରାଚୀ ନଦୀ କୂଳରେ ଥିବା ମଠମନ୍ଦିର କୋଣାର୍କ ଓ ପୁରୀ ଶ୍ରୀମନ୍ଦିରରୁ ମଧ୍ୟ ପ୍ରାଚୀନ ବୋଲି ଗବେଷକ ମତ ଦିଅନ୍ତି। ପୂଣ୍ୟତୋୟା ପ୍ରାଚୀ ନଦୀକୂଳରେ ଗଢ଼ି ଉଠିଥିବା ଏହି କୀର୍ତ୍ତିରାଜି ଏବେ ଅସୁରକ୍ଷିତ, ଅବହେଳିତ। ଦଶମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ତତ୍କାଳୀନ ରାଜାମାନେ ମଠ ଓ ମନ୍ଦିର ନିର୍ମାଣ କରିବା ସହ ସୁନ୍ଦର କଳାକୃତି ଓ ଦୁର୍ଲଭ ଶିଳାଲେଖ ସ୍ଥାପନ କରିଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମଠ-ମନ୍ଦିରରେ ଥିବା ଏହି କଳାକୃତି ନଷ୍ଟ ହୋଇଯାଉଛି। […]