ଗଜପତି ମହାରାଜାଙ୍କ ପୂଷ୍ୟାଭିଷେକ: ଗଜପତିଙ୍କ ଅନୁପସ୍ଥିତିରେ ପୂଜା ପାଇଲା ଖଡ୍ଗ ପଇତା, ଶ୍ରୀଫଳ ଭେଟିଦେଲେ ୧୬ ଶାସନର ଶୋସ୍ତ୍ରୀୟ ବ୍ରାହ୍ମଣ
ପୁରୀ: ଆଜି ପବିତ୍ର ପୂଷ୍ୟା ନକ୍ଷତ୍ର ତିଥିରେ ରାଜନଅରରେ ପୁରୀ ଗଜପତି ମହରାଜା ଦିବ୍ୟସିଂହ ଦେବଙ୍କ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ତେବେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅନୁପସ୍ଥିତିରେ ପ୍ରତିନିଧି ଭାବେ ତାଙ୍କ ଖଡ୍ଗର ପୁଷ୍ୟାଭିଷେକ ନୀତି ସଂପନ୍ନ ହୋଇଛି। ଏହି ଉପଲକ୍ଷ ବଡ଼ଦାଣ୍ଡସ୍ଥିତ ରାଜନଅର ଆଜି ସଂଧ୍ୟାରେ ଉତ୍ସବମୁଖର ହୋଇ ଉଠିଥିଲା। ୧୬ ଶାସନର ଶୋସ୍ତ୍ରୀୟ ବ୍ରାହ୍ମଣମାନେ ଗଜପତି ମହରାଜାଙ୍କୁ ସୂତା, ଅଷ୍ଟଧାତୁ ପଇତା, ନଡ଼ିଆ ଆଦି ଭେଟି ଦେବା ସହ ଶୁଭାଶିର୍ବାଦ ପ୍ରଦାନ […]