ଅପରାଧ ରାଜ୍ୟ

ନଦୀରେ ଭାସୁଛି ମୃତଦେହ, ପରିଚୟ ଖୋଜୁଛି ପୋଲିସ

ଆଠଗଡ଼ ୦୩।୦୭ : ନଦୀରେ ଭାସୁଛି ମୃତଦେହ । ଏବେ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନାହିଁ । ଆଠଗଡ଼ ଧବଳେଶ୍ୱର ବିଦ୍ୟାଧରପୁର ଗାଁ ମହାନଦୀରେ କୂଳରେ ଭାସୁଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବିଦ୍ୟାଧରପୁର ଗାଁ ନିକଟରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଉଭୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ […]

ଅପରାଧ ରାଜ୍ୟ

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରୁଛି ପୋଲିସ

ଭୁବନେଶ୍ୱର ୦୩।୦୭ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା। ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କାରୁବାକି ହଷ୍ଟେଲରେ ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରୁଛି ପୋଲିସ। ହଷ୍ଟେଲ ୱାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନ, ଛାତ୍ରୀନିବାସର ସମସ୍ତ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। କମିଶନରେଟ ପୋଲିସର ୩ଟି ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପଛରେ ତିନି ଜଣ ସିନିୟରଙ୍କ ସନ୍ଧାନ ପାଇବାକୁ ଚାଲିଛି ପଚରାଉଚରା। ଏ ସଂପର୍କରେ ଜୋନ-4 […]

ଅପରାଧ ଦେଶ ବିଦେଶ

ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ

ନୂଆଦିଲ୍ଲୀ ୦୩/୦୭: ସାମ୍ନାକୁ ଆସିଛନ୍ତି ରାଜସ୍ଥାନ ଉଦୟପୁରରେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ । ବଖାଣିଛନ୍ତି ଛାତିଥରା କାହାଣୀ । କେମିତି ଦୁଇ ଆତଙ୍କବାଦୀ କହ୍ନେୟାଲାଲଙ୍କୁ ହତ୍ୟା କରିଥିଲେ ସେ ତାହା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଉଦୟପୁର ସହରରେ କହ୍ନେୟାଲାଲ ଘଟଣାକୁ ନେଇ କର୍ଫ୍ୟୁ ଲାଗିଛି । ସାରା ଦେଶରେ ଏହି ସମ୍ବେଦନଶୀଳ ଘଟଣାରେ ହଇଚଇ ଖେଳିଯାଇଛି । ଏହାମଧ୍ୟରେ ପ୍ରଥମ ଥର କ୍ୟାମେରା ଆଗକୁ ଆସିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଇଶ୍ୱରଲାଲ୍ । କହ୍ନେୟାଲାଲଙ୍କ ଦୋକାନରେ କାମ କରୁଥିବା ୪୫ […]

ଅପରାଧ ରାଜ୍ୟ

ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ

ଭଦ୍ରକ ୦୩।୦୭: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟଣା । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏବେ ଯାଏଁ ୪ଜଣ କିନ୍ନରଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ଯଦି ସେମାନଙ୍କରେ ଏହି ମାର୍‌ପିଟ୍‌ ଘଟଣାରେ ସଂପୃକ୍ତି ଜଣାପଡେ, ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବଢିବାର ସମ୍ଭାବନ ମଧ୍ୟ ରହିଛି । ଖବର ଅନୁଯାୟୀ, ସୀମା ବିବାଦ , ଟ୍ରେନ୍‌ରେ ବ୍ୟାଗିଙ୍ଗ ଓ ଟୋଲ୍‌ ଗେଟ୍‌ରେ ଟଙ୍କା ସଂଗ୍ରହକୁ ନେଇ […]

ଅପରାଧ ରାଜ୍ୟ

ଗାଁ ମୁଣ୍ଡ ଚାଷ ଜମିରେ ପଡିଛି ମୃତଦେହ, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା !

ଆନନ୍ଦପୁର ୦୩।୦୭ : ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ। ଗାଁ ମୁଣ୍ଡ ଚାଷ ଜମିରେ ମୃତଦେହ ପଡି ରହିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ଗୋପାଳପୁର ଗାଁ ନିକଟରେ ଗୋଟିଏ ମୃତଦେହ ପଡି ରହିଥିଲା। ଘଟଣା ପ୍ରଘଟ ପରେ ମୃତଦେହ ଟି ଖାଳିଆମେଣ୍ଟା ହରିଜନ ସାହିର ହୃଷିକେଶ ମଲ୍ଲିକ ବୋଲି ପରିଚୟ ମିଳିଛି। ତେବେ ହୃଷିକେଶଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ଗତକାଲି ସକାଳୁ ଘରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୩।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୪୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୦୫୩୮କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଟୁଙ୍ଗୁରୁ ପାଇଁ ଅଟୋ ଡ୍ରାଇଭର ବଦନାମ୍‌, ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ

ଭୁବନେଶ୍ବର ୦୩।୦୭ : ଏବେ ଚାରିଆଡେ ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମକାହାଣୀ । ଗାଁଠୁ ସହର ଯାଏଁ ସବୁଆଡେ ଚର୍ଚ୍ଚା । ଉଭୟଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟଙ୍ଗାତ୍ମକ ଶଦ୍ଦ ଏବଂ ଫଟୋ । ଏହା ସହ କିଛି ସଙ୍ଗୀତ ନିର୍ଦ୍ଦେଶକମାନେ ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଜାରି ରଖିଛନ୍ତି ନିଜର ଆଲବମ୍ । ଯାହାକୁ ନେଇ ରାଜରାସ୍ତାରେ ଏବେ ମହିଳାମାନଙ୍କୁ କମେଣ୍ଟର ଶିକାର ହେବାକୁ ପଡ଼ୁଛି । ଖାଲି ମହିଳା ନୁହେଁ ଅଟୋ ଡ୍ରାଇଭରମାନେ […]

ଅପରାଧ ରାଜ୍ୟ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ହଷ୍ଟେଲ୍‌ ଛାଡିଲେ ୬ ଛାତ୍ରୀ

ଭୁବନେଶ୍ୱର ୦୩।୦୭ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା। ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯିବା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି। ସେହିପରି କାରୁବାକି ହଷ୍ଟେଲ୍ ୱାର୍ଡେନ୍ ଓ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଉଛି। କମିଶନରେଟ୍ ପୋଲିସ ଜୋନ୍ -୪ ACP ଓ ବଡ଼ଗଡ଼ ଥାନା ଅଧିକାରୀ ପଚରାଉଚରା କରୁଛନ୍ତି। ହଷ୍ଟେଲ ରେଜିଷ୍ଟର୍ ଚେକ୍ କରିଛି ପୋଲିସ। ରୁଚିକାଙ୍କ ବାପା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା

ଭୁବନେଶ୍ୱର ୦୩।୦୭: ଆସନ୍ତା ୫ତାରିଖରେ ପ୍ରକାଶ ପାଇପାରେ ମାଟ୍ରିକ୍‌ ରେଜଲ୍ଟ । ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ହୋଇପାରେ ଘୋଷଣା । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ

ଆଠଗଡ ୨।୭: ସ୍ମାର୍ଟ ସ୍କୁଲର ସ୍ମାର୍ଟ ବ୍ୟବସ୍ଥା ! ଛାତରୁ ପାଣି ଗଳିବାରୁ ଭାସିଲା ଶ୍ରେଣୀଗୃହ । ଏମିତି ଘଟଣା ଦେଖିବାକୁ ମିଳିଛି ନରସିଂହପୁର ଅନନ୍ତନାରାୟଣ ଉଚ୍ଚ ବିଦ୍ୟାଳୟରେ । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ିଲେ । ପାଣି ଗଳିବା ଯୋଗୁଁ ସ୍କୁଲର କମ୍ପ୍ୟୁଟର ସହ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଏହି ସ୍ମାର୍ଟ କ୍ଲାସରୁମ୍ ୪୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସୂଚନା ମିଳିଛି । ତେବେ ସାମାନ୍ୟ ବର୍ଷାରେ ସ୍କୁଲ […]