କଳା ଓ ସଂସ୍କୃତି ରାଜ୍ୟ

ଆଜି ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଫାଲ୍‌ଗୁନ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସନ୍ଧ୍ୟା ୫ଟାରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଜୟ-ବିଜୟ ଦ୍ବାର ଓ ବେହରଣ ଦ୍ବାର ବନ୍ଦ ପରେ ରତ୍ନସିଂହାସନରେ ବିଜେ ଶ୍ରୀଜିଉଙ୍କୁ ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ। ଏଣୁ ଆସନ୍ତାକାଲି(ବୁଧବାର) ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏହା ପରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜଧାନୀରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ଅଫଲାଇନ୍ ପରୀକ୍ଷାକୁ ବିରୋଧ

ଭୁବନେଶ୍ବର ୨୩।୨: ରାଜଧାନୀରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ପରୀକ୍ଷା ଦାବିରେ ରାଜଧାନୀରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। କରୋନା ସମୟରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ବିକ୍ଷୋଭ ପ୍ରତିବାଦରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ପାଠପଢା ଅନଲାଇନ୍ ରେ ହୋଇଥିବା ବେଳେ ପରୀକ୍ଷା କାହିଁକି ଅଫଲାଇନରେ ଦେବୁ ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

ଦେଶ ବିଦେଶ ମନୋରଞ୍ଜନ

ପୁଷ୍ପାର ‘ଶ୍ରୀବଲ୍ଲୀ’ ସହ ବିବାହ ଖବରକୁ ମନା କଲେ ବିଜୟ ଦେବରକୋଣ୍ଡା: କହିଲେ ସବୁ ଗୁଜବ, ଚର୍ଚ୍ଚାରେ ଟ୍ୱିଟ୍

ନୂଆଦିଲ୍ଲୀ ୨୨/୦୨: ଗତ କିଛି ଦିନ ହେବ ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏକ ଜବରଦସ୍ତ ଆଲୋଚନା । ଉଭୟଙ୍କର ଡେଟିଂ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଛି । ଏହା ଅନ୍ୟ ଏକ ବିଷୟ ଯେ ଉଭୟେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି । ଗତ କିଛି ଦିନ ହେବ, ଚର୍ଚ୍ଚା ହେଉଥିଲା ଯେ, ରଶ୍ମିକା ଏବଂ ବିଜୟ ୨୦୨୨ ଶେଷରେ ବିବାହ କରିବାକୁ […]

ରାଜ୍ୟ ରାଶିଫଳ ସ୍ପେଶାଲ ରିପୋର୍ଟ

ତା.୨୨.୦୨.୨୦୨୨ : ଜାଣନ୍ତୁ କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭ ଏବଂ କାହାକୁ ଦେବନି ଶୁଭଫଳ

ଭୁବନେଶ୍ବର ୨୨।୨: ମଙ୍ଗଳବାର ହେଉଛି ୨୨୦୨୨୦୨୨ । ଅର୍ଥାତ ୨୦୨୨ ମସିହା, ଫେବ୍ରୁଆରୀ ୨୨ ତାରିଖ । ଏହି ତାରିଖ ଜୀବନକାଳ ମଧ୍ୟରେ ଥରେ ଆସେ । ଏହି ତାରିଖରେ ସମୁଦାୟ ୬ଟା ଦୁଇ ରହିଛି । ୬ଟା ୨କୁ ପରସ୍ପର ସହିତ ଗୁଣିଲେ ୧୨ ହେଉଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଦିନକୁ ଅମୃତବେଳା କୁହାଯାଉଛି । ଜ୍ୟୋତିଷ ବିଶାରଦ ପ୍ରମୋଦ ପାତ୍ର କହିଥିଲେ, ଆଜି ଦିନର ସଂଖ୍ୟା ହେଉଛି ଶୁଭ ନମ୍ବର । ତା’ସହିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୪୨୮ କରୋନା ପଜିଟିଭ୍

ଭୁବନେଶ୍ୱର ୨୨।୦୨ : ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୩୨୯୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୭୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ […]

ଦେଶ ବିଦେଶ ମନୋରଞ୍ଜନ

ଲୁକ୍ ବଦଳାଇଲେ ୮୦ ଦଶକର ଏହି ଅଭିନେତ୍ରୀ, ଦାମିନୀଙ୍କ ନିୟୁ ଲୁକ୍ ଦେଖି ଏମିତି କହିଲେ ଫ୍ୟାନ୍ସ

ମୁମ୍ୱାଇ ୨୨/୦୨: ବଲିଉଡର ଜଣାଶୁଣା ଅଭିନେତ୍ରୀ ମୀନାକ୍ଷୀ ଶେଶାଦ୍ରି ତାଙ୍କ ନୂଆ ଲୁକ୍ ଯୋଗୁଁ ଲାଇମଲାଇଟ୍ ରେ ଅଛନ୍ତି । ସୋସିଆଲ ମିଡିଆରେ ମୀନାକ୍ଷୀଙ୍କ ନୂଆ ଲୁକ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀଙ୍କ ନୂଆ ଲୁକ୍ ଉପରେ ପ୍ରଶଂସକମାନେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । ସେହି ସମୟରେ, କିଛି ଲୋକ ସେମାନଙ୍କୁ ସଠିକ୍ ଭାବରେ ଚିହ୍ନିବାରେ ମଧ୍ୟ ସକ୍ଷମ ନୁହଁନ୍ତି । ୮୦ ଓ ୯୦ ଦଶକରେ ମୀନାକ୍ଷୀ ଶେଶାଦ୍ରିଙ୍କ ଯାଦୁ ଏତେ […]

ଖେଳ ରାଜ୍ୟ

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ: ଦୀପଗ୍ରେସ୍ ଉପଅଧିନାୟିକା; ନମିତା ଫେରିଲେ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ହକି ଇଣ୍ଡିଆ ସୋମବାର ୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ନିୟମିତ ଅଧିନାୟିକା ରାଣୀ ରାମପାଲ ସଂପୂର୍ଣ୍ଣ ଫିଟ୍ ‌ହୋଇ ନଥିବାରୁ ଅଭିଜ୍ଞ ଗୋଲ୍‌ରକ୍ଷକ ସବିତା ପୁନିଆଙ୍କୁ ପୁଣି ଥରେ ଦଳର ଅଧିନାୟିକା ନିଯୁକ୍ତ କରାଯାଇଛି। ଅଲିମ୍ପିଆନ୍ ତଥା ବିଶ୍ବହକିର ଅନ୍ୟତମ ଦକ୍ଷ ମହିଳା ଡିଫେଣ୍ଡର ଦୀପଗ୍ରେସ୍ ଏକ୍କାଙ୍କୁ ଭାରତୀୟ ଦଳର ଉପଅଧିନାୟିକା ଭାବେ ପୁନଃ ନିଯୁକ୍ତ ଦିଆଯାଇଛି। ଟୋକିଓ […]

ଦେଶ ବିଦେଶ ମନୋରଞ୍ଜନ

ଅମିତାଭଙ୍କ ଫଟୋ ସେୟାର କରି ପ୍ରଶଂସକ କହିଲେ କଣ କ୍ଲାନ୍ତ ଅନୁଭବ କରୁଛନ୍ତି କି? ଏମିତି ଉତ୍ତର ରଖିଲେ ବିଗ୍ ବି

ମୁମ୍ୱାଇ ୨୨/୦୨: ଅମିତାଭ ବଚ୍ଚନ ତାଙ୍କର ସମସ୍ତ ବ୍ୟସ୍ତବହୁଳ କାର୍ଯ୍ୟ ସତ୍ତ୍ୱେ ସୋସିଆଲ ମିଡିଆରେ ସଂପୂର୍ଣ୍ଣ ସକ୍ରିୟ ରହିଥାନ୍ତି । ସେ ପ୍ରାୟତ ଭିଡିଓ ଏବଂ ଫଟୋ ସେୟାର କରିଥାନ୍ତି । ଏହା ସହିତ, ସେମାନେ ପ୍ରଶଂସକଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତି । ବିଗ୍ ବି ଆଜିକାଲି ବଲିଉଡରୁ ଦକ୍ଷିଣ ପର୍ଯ୍ୟନ୍ତ କାମ କରୁଛି । ଆଜିକାଲି ସେ ବାହୁବଲୀ ପ୍ରଭାସଙ୍କ ସହ ଏକ ଫିଲ୍ମର ସୁଟିଂ କରୁଛନ୍ତି । ଏହି ସମୟରେ ଅମିତାଭ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ଦେଇସାରିଲୁଣି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର ୨୨।୨: ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ଦେଇସାରିଲୁଣି । କେନ୍ଦ୍ର ଯାହା ଟାର୍ଗେଟ ଦେଇଥିଲା ସେଭିତରୁ ପ୍ରଥମ ଡୋଜ୍ ପାଇଛନ୍ତି ୯୫% । ଉଭୟ ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଛନ୍ତି ୮୦.୬% । ୧୫ରୁ ୧୭ବର୍ଷ ଟିକାକରଣ ଚାଲିଛି । ଯେତିକି ଟାର୍ଗେଟ ଥିଲା ସେଥିରୁ ୭୬% ଟିକା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୨୩୫ ମୃତ

ନୂଆଦିଲ୍ଲୀ ୨୨/୦୨: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧୫ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା […]